Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ବିରୋଧୀ ସଂଘର୍ଷ, ଆଗକୁ ଆହୁରି ଲମ୍ବା ରାସ୍ତା ବାକି ଅଛି!!
ବିଶେଷ ଖବର

କରୋନା ବିରୋଧୀ ସଂଘର୍ଷ, ଆଗକୁ ଆହୁରି ଲମ୍ବା ରାସ୍ତା ବାକି ଅଛି!!

April 25, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ମନେ ପକାନ୍ତୁ, ଯେତେବେଳେ ମାର୍ଚ୍ଚ ୨୨ତାରିଖରେ ଜନତା କର୍ଫ୍ୟୁ କଥା ଉଠିଲା, ସେତେବେଳେ ଆମକୁ କୁହାଗଲା, ଗୋଟିଏ ଦିନରେ କରୋନା ସଂକ୍ରମଣର ଯେଉଁ ଶ୍ରୁଙ୍ଖଳା ତାହା ଭାଙ୍ଗିଯିବ।  ତାର ବିଭିନ୍ନ ଭୌତିକ, ଆଧ୍ୟାତ୍ମିକ ଓ (ଅ)ବୈଜ୍ଞାନିକ କାରଣ ଦର୍ଶାଇ ଆମକୁ ପ୍ରବଚନ ଦିଆଗଲା। ତାପରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମକୁ କହିଲେ ଯେ, ମହାଭାରତ ଯୁଦ୍ଧ ଅଠର ଦିନରେ ସମାପ୍ତ ହୋଇଥିଲା, ହେଲେ କରୋନା ବିରୋଧୀ ଯୁଦ୍ଧ ୨୧ ଦିନରେ ସରିବ ଓ ଆମେ ନିଶ୍ଚୟ କରୋନା ବିରୋଧୀ ଯୁଦ୍ଧରେ ବିଜୟୀ ହେବା। ୨୧ ଦିନ ସରିବା ପରେ ଯୁଦ୍ଧର ସମୟସୀମାକୁ ୪୦ ଦିନକୁ ବଢାଇ ଦିଆଯାଇଛି। ଏବେ ସ୍ପଷ୍ଟ ହୋଇ ଯାଇଛି, ଦିନେ, ହେଉ ବା ୨୧ ଦିନ ବା ୪୦ ଦିନ, ଏହି ଯୁଦ୍ଧ ଜିତିବା ଲାଗି କୌଣସି ସମୟସୀମା କାମ କରିବ ନାହିଁ। କାରଣ ଏହା ଯୁଦ୍ଧ ନୁହେଁ, ବରଂ ପ୍ରକୃତି ସହିତ ମଣିଷର ଏକ ଲମ୍ବା ସଙ୍ଘର୍ଷ। ହଜାର ହଜାର ବର୍ଷ ଧରି ମଣିଷ ଓ ପ୍ରକୃତି ଭିତରେ ଏ ସଂଘର୍ଷ ଜାରି ରହିଛି।

କରୋନା ଭୂତାଣୁ ଓ ମଣିଷ, ଉଭୟେ ପ୍ରକୃତିର ସୃଷ୍ଟି। ବଞ୍ଚି ରହିବାର ସଂଘର୍ଷରେ ଦୁହେଁ ସଂଘର୍ଷ କରୁଛନ୍ତି। ତେବେ ପୃଥିବୀର ଇତିହାସ କହୁଛି, ଭୂତାଣୁ ଓ ଜୀବାଣୁ ଜନିତ ମହାମାରୀର ଭୟଙ୍କର ପ୍ରକୋପ ସତ୍ତ୍ୱେ ମଣିଷ ସବୁବେଳେ ବିଜୟୀ ହୋଇଛି। ଆଜି ମଧ୍ୟ ମଣିଷ ଜିତିବ। ତେବେ ଜିତିବା ଲାଗି ମଣିଷକୁ ବହୁ ମୂଲ୍ୟ ଦେବାକୁ ପଡିବ। ଆଜି କରୋନା ଭୂତାଣୁ ବିରୋଧରେ କୌଣସି ଦେଶ ଏକୁଟିଆ ବା ଅଲଗା ହୋଇ ଲଢେଇ କରିପାରିବେ ନାହିଁ। ଏଥିଲାଗି ପୂରା ମଣିଷ ସମାଜକୁ ଏକାଠି ଲଢେଇ କରିବାକୁ ପଡିବ। ହେଲେ ଆମ ସମୟର ରାଜନୀତିରେ ଉଗ୍ର ଜାତୀୟତାବାଦ ଓ ଆଞ୍ଚଳିକ ଅହଂକାର ପ୍ରବଳ। ନିଜକୁ ମହାନ ବୋଲି ପ୍ରମାଣିତ କରିବାକୁ ଯାଇ ସବୁ ରାଷ୍ଟ୍ର ଆଜି ଏକାକୀ ସଙ୍ଘର୍ଷର ବାଟ ବାଛୁଛନ୍ତି। କରୋନା ଭୂତାଣୁ ଏହାର ସୁଯୋଗ ନେଇ ବଢି ଚାଲିଛି।

ଇତି ମଧ୍ୟରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଓ ଭୂତାଣୁ ବିଶେଷଜ୍ଞ କହି ସାରିଲେଣି ଯେ ଏ ସଂଘର୍ଷ ଅଳ୍ପ କେଇମାସରେ ସରିବ ନାହିଁ। ଏହାର ପ୍ରତିଷେଧକ ଟୀକା ଗୋଷ୍ଠୀ ଭିତରେ ଏହାକୁ ପ୍ରତିହତ କରିବାର ଶକ୍ତି (Herd Immunity) ନ ଆସିବା ପର୍ୟନ୍ତ କରୋନା ସହିତ ଆମର ସଂଘର୍ଷ ଅବ୍ୟାହତ ରହିବ। ଚାଳିଶ ଦିନ ବା ୬ ମାସ ନୁହେଁ, ହୁଏତ ବର୍ଷେ କି ଦୁଇ ବର୍ଷ ଆମକୁ କରୋନା ସହ ଲଢେଇ କରିବାକୁ ପଡିବ। ଏଇ ଲମ୍ବା ଲଢେଇରେ ଆଜି ଯେମିତି ଆମେ ଲଢୁଛେ, ସେମିତି ଲଢି ପାରିବା କି? ବର୍ଷ ବର୍ଷ ଧରି ଜନ ଜୀବନକୁ ଆମେ ଘର ଭିତରେ ବନ୍ଦୀ କରି ରଖିପାରିବା କି? ନା, ସେକଥା ସମ୍ଭବ ନୁହେଁ। ବର୍ଷ ବର୍ଷ ଧରି ଲକ ଡାଉନ ରହିବାର ଅର୍ଥ ହେଉଛି, ଅନାହାର ଓ ବେକାରୀରେ ମଣିଷ ସଭ୍ୟତା ଅଧିକ କ୍ଷତିଗ୍ରସ୍ତ ହେବ। ତେଣୁ ଲକ ଡାଉନ କରୋନା ପାଇଁ ଦୀର୍ଘସ୍ଥାୟୀ ବା ଚିରସ୍ଥାୟୀ ସମାଧାନ ଆଣି ପାରିବ ନାହିଁ। ଏହା ସାମୟିକ ଭାବରେ ସଂକ୍ରମଣକୁ ହୁଏତ କିଛିଟା ଧୀମା କରି ଦେଇପାରେ।  କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଯଥାର୍ଥରେ ଏହାକୁ ଏକ “ପଜ” ବୋଲି କହିଛନ୍ତି।

ତେବେ ଆଗକୁ ରାସ୍ତା କଣ? ଜର୍ମାନୀର ଶାସନ ମୁଖ୍ୟ ଚାନ୍ସେଲର ଆଞ୍ଜେଲା ମାର୍କେଲ ଇତି ମଧ୍ୟରେ କହିଛନ୍ତି ଯେ, ଆମକୁ କରୋନା ଭୂତାଣୁ ସହିତ ବଞ୍ଚିବାର କଳା ଶିଖିବାକୁ ପଡିବ। ଆମେ ବହୁ ରୋଗ ବାହକ ଜୀବାଣୁ ତଥା ଭୂତାଣୁ ସହିତ ବଞ୍ଚିଛେ। ସେଇ ତାଲିକାରେ କରୋନା କୁ ସାମିଲ କରିବାକୁ ପଡିବ। ଏଥିରେ କାହାର ହାର ଜିତ ହେବାର ନାହିଁ। ଭୂତାଣୁକୁ ଦୁର୍ବଳ କରିବା ଲାଗି ବିଶ୍ଵବାସୀ ଏକାଠି ହୋଇ ଗୋଟେ ସୂତ୍ର ଖୋଜିବା ଦରକାର। ଏବେ ଦେଖା ଯାଉଛି, ବିଭିନ୍ନ ଦେଶ ଓ କମ୍ପାନୀ ଅଲଗା ଅଲଗା କରୋନା ପ୍ରତିଷେଧକ ଟୀକା ବାହାର କରିବାକୁ କାମ କରୁଛନ୍ତି। ଏ ପ୍ରକ୍ରିୟା ବ୍ୟାବସାୟିକ ଦୃଷ୍ଟିଭଙ୍ଗୀରେ ଚାଲିଛି। ଏଥିପାଇଁ ସାମୁହିକ ମାନବୀୟ ପ୍ରକ୍ରିୟାର ଆବଶ୍ୟକତା ବେଶୀ।ସବୁ ରାଷ୍ଟ୍ରର ବୈଜ୍ଞାନିକ ଓ ବିଶେଷଜ୍ଞ ଏକାଠି ହୋଇ ଆଜି ଏହାର ସମାଧାନ ଖୋଜିବା ଉଚିତ ହେବ।

ଭାରତରେ କରୋନା ପ୍ରତିଷେଧକ ଟୀକା ବାହାର କରିବା ପାଇଁ ତରୁଣ ବୈଜ୍ଞାନିକମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ଵାନ ଦେଇଛନ୍ତି। ତେବେ ଆହ୍ଵାନରେ ତ ଖାଲି ପ୍ରତିଷେଧକ ତିଆରି ହେବନାହିଁ। ଏଥିଲାଗି ସମ୍ବଳ ଓ ସୁଯୋଗ ରହିବା ଦରକାର। ଏ କ୍ଷେତ୍ରରେ ଭାରତ ସରକାର କେତେ ସମ୍ବଳ ବିନିଯୋଗ କରି ପାରିବେ। ଗୋଟେ ମୂର୍ତ୍ତି ତିଆରି ଲାଗି ଆମେ ୩ ହଜାର ରୁ ୫ ହଜାର କୋଟି ଖର୍ଚ୍ଚ କରୁଛୁ। ଏବେ ଦିଲ୍ଲୀ ସହରର ସଂସଦ ତଥା ଇଣ୍ଡିଆ ଗେଟ ଅଞ୍ଚଳକୁ ସୁନ୍ଦର କରିବା ଲାଗି ୨୦ ହଜାର କୋଟି ଖର୍ଚ୍ଚ କରିବାକୁ ପ୍ରସ୍ତୁତ ହୋଇ ବସିଛୁ। ତାହା ନକରି କରୋନା ପ୍ରତିଷେଧକ ଟୀକା ଲାଗି ୨୦ ହଜାର କୋଟି ଟଙ୍କାର ଏକ ପ୍ରାରମ୍ଭିକ ପ୍ରକଳ୍ପ ମଞ୍ଜୁର କରିବାରେ ଅସୁବିଧା କଣ?

ଆଗାମୀ ବର୍ଷେ ରୁ ଅଧିକ କାଳ ହୁଏତ କରୋନା ସହିତ ସଂଘର୍ଷରେ ଆମକୁ ଅନେକ କିଛି ହରାଇବାକୁ ପଡିପାରେ। ଆମର ଗରୀବମାନେ ଏଥିଲାଗି ସବୁଠୁ ଅଧିକ ମୂଲ୍ୟ ଦେବେ। ସେମାନଙ୍କ ତୁଳନାରେ ମଧ୍ୟବିତ୍ତଙ୍କ ଅବସ୍ଥା ଆହୁରି ଖରାପ ହେବ। ତେବେ ସେଥିରୁ ମୁକୁଳିବାର ବାଟ ଆମକୁ ଖୋଜିବାକୁ ପଡିବ। ତାଳି କି ଥାଳି ପିଟିଲେ ଏ ସଙ୍କଟର ସମାଧାନ ହେବନାଇଁ। ଦେଶର ଓ ପୃଥିବୀର ଏ ଭୟଙ୍କର ସଙ୍କଟ କାଳରେ ବିଜ୍ଞାନ ପାଇଁ ଆମକୁ ଆମର ସବୁ ସମ୍ବଳ ଓ ଶକ୍ତିର ବିନିଯୋଗ କରିବାକୁ ପଡିବ।

ମନେ ରଖନ୍ତୁ, ମହାପ୍ରଭୁ ବା ମହାପୁରୁଷମାନଙ୍କ ମୂର୍ତ୍ତିମାନେ ଆଜି ଆମକୁ ବଞ୍ଚାଇପାରିବେ ନାଇଁ। ଆମକୁ ଡାକ୍ତର, ବୈଜ୍ଞାନିକ ଓ ଗବେଷକମାନେ ଇ ବଞ୍ଚାଇବେ। ତେଣୁ ସେମାନେ ଇ ଆଜି ସବୁଠୁ ଅଧିକ କଥା କହିବା ଓ ଆମେ ସମସ୍ତେ ସେମାନଙ୍କ କଥା ଅଧିକରୁ ଅଧିକ ଗ୍ରହଣ କରିବା ଉଚିତ।

Share. Facebook Twitter LinkedIn Email WhatsApp Copy Link

Related Posts

ଭବାନୀପୁର ଫଳାଫଳ: ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୫ ହଜାର ଭୋଟରେ ହାରିଲେ ମମତା ବାନାର୍ଜୀ

May 4, 2026

ପଶ୍ଚିମବଙ୍ଗରେ ପରାଜୟ ସ୍ୱୀକାର କଲା ଟିଏମସି: ତଥାପି ଗଣତି ପ୍ରକ୍ରିୟା ଉପରେ ଆଣିଲା ଗୁରୁତର ଅଭିଯୋଗ

May 4, 2026

୫ ରାଜ୍ୟ ନିର୍ବାଚନ ଫଳାଫଳ ପରେ କେତେ ରାଜ୍ୟରେ ଶାସନ କରିବ ବିଜେପି?

May 4, 2026

ବଦଳୁଛି ତାମିଲନାଡୁର କ୍ଷମତା ସମୀକରଣ: ଥଲପତି ବିଜୟଙ୍କ ବଲରେ ବୋଲ୍ଡ ଆଉଟ ହେଲେ ଷ୍ଟାଲିନ

May 4, 2026
Latest News

କେବଳ ଥାଲାପତି ବିଜୟ ନୁହଁନ୍ତି, ରାଜନୀତିରେ ଏହି ୫ ଦକ୍ଷିଣ ସୁପରଷ୍ଟାର ମଧ୍ୟ ଦେଖାଇଛନ୍ତି ଜଲୱା

May 5, 2026

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ

May 5, 2026

ଆଜି ମଙ୍ଗଳବାର ମେ ୫ ତାରିଖରେ ଏହି ପାଞ୍ଚଟି ରାଶିର ଲୋକେ ହେବେ ମାଲେମାଲ୍

May 5, 2026

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.