Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»84ରୁ 90 ନମ୍ବର ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଜାରି : 73 ନମ୍ବର ଆକ୍ରାନ୍ତଙ୍କଠାରୁ ତିନିଜଣ ସଂକ୍ରମିତ, 61 ନମ୍ବର ଆକ୍ରାନ୍ତଙ୍କଠାରୁ ଦୁଇ ଜଣ ସଂକ୍ରମିତ
ଆଜିର ଖବର

84ରୁ 90 ନମ୍ବର ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଜାରି : 73 ନମ୍ବର ଆକ୍ରାନ୍ତଙ୍କଠାରୁ ତିନିଜଣ ସଂକ୍ରମିତ, 61 ନମ୍ବର ଆକ୍ରାନ୍ତଙ୍କଠାରୁ ଦୁଇ ଜଣ ସଂକ୍ରମିତ

April 25, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଆଜି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ 84ରୁ 90 ନମ୍ବର କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଜାରି କରିଛନ୍ତି । ଏହି ଯାତ୍ରା ବିବରଣୀରୁ ଦେଖିବାକୁ ମିଳିଛି ଯେ, ଏମାନେ ସମସ୍ତେ ପୂର୍ବ ସଂକ୍ରମିତଙ୍କଠାରୁ ସଂକ୍ରମିତ ହୋଇଛନ୍ତି । 73 ନମ୍ବର ଆକ୍ରାନ୍ତଙ୍କଠାରୁ ତିନି ଜଣ ସଂକ୍ରମିତ ହୋଇଥିବାବେଳେ 61 ନମ୍ବର ଆକ୍ରାନ୍ତଙ୍କଠାରୁ ଦୁଇ ଜଣ ସଂକ୍ରମିତ ହୋଇଛନ୍ତି ।

ଯାଜପୁରର ଚାରି ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟସରକାର । ଆକ୍ରାନ୍ତ ନଂ 84, 85,86,87ଙ୍କ ଯାତ୍ରା ବିବରଣୀ ଜାରି କରାଯାଇଛି । ଚାରି ଜଣଙ୍କ ମଧ୍ୟରୁ ତିନି ଜଣ ପୂର୍ବରୁ ଚିହ୍ନଟ ହୋଇଥିବା 73 ନମ୍ବର ସଂକ୍ରମିତଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି । ଆକ୍ରାନ୍ତ ନଂ 85, 86 ଏବଂ 87 ଆକ୍ରାନ୍ତ ନମ୍ବର 73ଙ୍କ ନିକଟ ସମ୍ପର୍କୀୟ ବୋଲି ଜଣାପଡିଛି ।

84 ନମ୍ବର ଆକ୍ରାନ୍ତ ଜଣକ ଯାଜପୁରର କୋଦେଇବାଟିର 70 ବର୍ଷୀୟ ମହିଳା ବୋଲି ଜଣାପଡିଛନ୍ତି ।  74 ନମ୍ବର ଆକ୍ରାନ୍ତ ନିକଟ ସମ୍ପର୍କୀୟ ହେଉଛନ୍ତି 84 ନମ୍ବର ଆକ୍ରାନ୍ତ ଜଣକ। ଘରେ ରହିଥିଲେ, କୌଣସି ଲକ୍ଷଣ ନଥିଲା ।  ମାର୍ଚ୍ଚ 22ରୁ 20 ଏପ୍ରିଲ୍‌ ଯାଏ ହୋମ୍‌ କ୍ବାରେଣ୍ଟିନ୍‌ରେ ଥିଲେ । ସରକାରୀ କ୍ବାରେଣ୍ଟିନ୍‌ରେ ଏପ୍ରିଲ୍‌ 21ରୁ ଏପ୍ରିଲ୍‌ 23 ଯାଏଁ ରହିଥିଲେ। ସଂସ୍ପର୍ଶରେ ଆସିଥିବାରୁ ସ୍ବାବ୍‌ ଟେଷ୍ଟ କରାଯାଇଥିଲା ।

85 ନମ୍ବର ଆକ୍ରାନ୍ତ ଜଣକ 21 ବର୍ଷର ଯୁବକ ହୋଇଥିବାବେଳେ ସେ 73 ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କୀୟ । ଆକ୍ରାନ୍ତଙ୍କଘର ଯାଜପୁର ସଦର ଯାହାନପୁର ବାସୁଦେବପୁରର ଅଞ୍ଚଳର । ମାର୍ଚ୍ଚ 29ରେ କୋଲାକାତାର ବାପା ଓ ଅନ୍ୟ ଜଣଙ୍କ ସହ ଫେରିଥିଲେ । ମାର୍ଚ୍ଚ 20ରୁ ଏପ୍ରିଲ୍‌ 20 ଯାଏଁ ଘରେ ଥିଲେ, ପରେ କ୍ବାରେଣ୍ଟିନ୍‌ରେ ରହିଥିଲେ । କରୋନା ଲକ୍ଷଣ ନଥିଲା କିନ୍ତୁ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ପଜିଟିଭ୍‌ ଚିହ୍ନଟ ହେବା ପରେ କଳିଙ୍ଗନଗର  ଟାଟା କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

86 ନମ୍ବର ସଂକ୍ରମିତ ଜଣକ ବି 73 ନମ୍ବର ସଂକ୍ରମିତଙ୍କ ନିକଟ ସମ୍ପର୍କୀୟ । ଏହି ଆକ୍ରାନ୍ତ ଜଣକ ହେଉଛନ୍ତି  48 ବର୍ଷୀୟା ମହିଳା । ତାଙ୍କ ଘର ଯାଜପୁର ସଦର ବାସୁଦେବପୁରରେ ।  ଘରେ ରହିଥିଲେ । ଦେହରେ କୌଣସି କରୋନା ଲକ୍ଷଣ ନଥିଲା । ପଜିଟିଭ୍‌ ଚିହ୍ନଟ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

87 ନଂ ଆକ୍ରାନ୍ତ 80 ବର୍ଷୀୟା ବୃଦ୍ଧା ହୋଇଥିଲେ ବି ସେ 73 ନମ୍ବରଙ୍କ ନିକଟ ସମ୍ପର୍କୀୟ । 80 ବର୍ଷୀୟା ବୃଦ୍ଧା ଜଣକ ଘରେ ଥିଲେ, ତାଙ୍କ ଦେହରେ କୌଣସି ଲକ୍ଷଣ ନଥିଲା ।

88 ଓ 89 ଆକ୍ରାନ୍ତ ଦ୍ବୟ ଉଭୟ ବାଲେଶ୍ବର ନେଳିଆବାଗର । ଏହି ଦୁହେଁ 61 ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କୀୟ । 88 ନମ୍ବର ଆକ୍ରାନ୍ତଙ୍କ ବୟସ 36 ବର୍ଷ ହୋଇଥିବାବେଳେ ସେ ଜଣେ ପୁରୁଷ ତାଙ୍କ ଘର ନେଳିଆବାଗରେ । ଲକ୍ ଡାଉନ୍‌ ବେଳେ ଘରେ ଥିଲେ, ଲକ୍ଷଣ ନଥିଲା, ଟେଷ୍ଟ ପରେ ପଜିଟିଭ୍‌ ଚିହ୍ନଟ ହୋଇଥିଲା । ସେହିପରି 89 ନମ୍ବର ଆକ୍ରାନ୍ତ ଜଣକ ଜଣେ ମହିଳା ହୋଇଥିବାବେଳେ ତାଙ୍କ ବୟସ 88 ବର୍ଷ । ସେ ମଧ୍ୟ ନୋଳିଆବାଗର ବୋଲି ଜଣାପଡିଛି । ଲକ୍ ଡାଉନ୍‌ ବେଳେ ଘରେ ଥିଲେ, ଲକ୍ଷଣ ନଥିଲା, ଟେଷ୍ଟ ପରେ ପଜିଟିଭ୍‌ ଚିହ୍ନଟ ହୋଇଥିଲା ।

90 ନମ୍ବର ଆକ୍ରାନ୍ତ ଜଣକ 43 ବର୍ଷୀୟ ପୁରୁଷ ହୋଇଥିବାବେଳେ ସେ ବାସୁଦେବପୁର ଭଦ୍ରକର ବ୍ରାହ୍ମଣୀଶାସନର । ଏପ୍ରିଲ୍‌ 16 ତାରିଖରୁ କଲିକତାରୁ ଆସିଥିବାବେଳେ 16 ତାରିଖରୁ ଏପ୍ରିଲ୍‌ 20 ତାରିଖ ପର୍ଯ୍ୟନ୍ତ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିଥିଲେ ।  ଏହାପରେ ଏପ୍ରିଲ୍‌ 21 ତାରିଖରୁ ଏପ୍ରିଲ୍‌ 23 ତାରିଖ ପର୍ଯ୍ୟନ୍ତ ସରକାରୀ କ୍ବାରେଣ୍ଟିନ୍‌ରେ ରହିଥିଲେ ।  ଏପ୍ରିଲ୍‌ 23 ତାରିଖରେ ପଜିଟିଭ୍‌ ଜଣାପଡିବା ପରେ ଏପ୍ରିଲ୍‌ 24 ତାରିଖରେ ତାଙ୍କୁ କଟକସ୍ଥିତ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026
Latest News

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.