![javed jafri's son mizan jafri will get ticket in sanjaylal bhanshali's movie](https://thesamikhsya.com/odia/wp-content/uploads/2019/03/mizanjafri.jpg)
ସଞ୍ଜୟ ଲୀଲା ଭନ୍ସାଲୀ ବଲିଉଡ୍ର ନବାଗତାଙ୍କୁ ଡେବ୍ୟୁ କରାଇବାକୁ ଯାଉଛନ୍ତି । ସେ ତାଙ୍କର ଆଗାମୀ ପ୍ରୋଜେକ୍ଟ ପାଇଁ ଜାଭେଦ ଜାଫେରୀଙ୍କ ପୁଅ ମିଜାନ ଜାଫେରୀଙ୍କୁ ନେବେ ବୋଲି ଜଣାପଡିଛି। ବେଶ୍ କିଛିଦିନ ହେବ ମିଜାନ ବଲିଉଡ୍ରେ ଏଣ୍ଟ୍ରି କରିବେ ବୋଲି ଆଲୋଚନା ହେଉଥିଲା। ଆଉ ଏବେ ସେ ଡେବ୍ୟୁ କରିବେ ବୋଲି ଖବର ଆସିଛି। ତେବେ ଭଁସାଲୀ ମିଜାନଙ୍କୁ ନେଇ ଖୁବ୍ଶୀଘ୍ର କାମ ଆରମ୍ଭ କରିପାରନ୍ତି ବୋଲି କୁହାଯାଉଛି। ନିକଟରେ ଶାହିଦ୍ କପୁର୍ଙ୍କ ଭାଇ ଈଶାନ୍ଙ୍କ ମଧ୍ୟ ସଞ୍ଜୟ ତାଙ୍କ ଅପ୍କମିଙ୍ଗ୍ ପ୍ରୋଜେକ୍ଟରେ ନେବେ ବୋଲି ସୂଚନା ରହିଥିଲା । ତେବେ ବଲିଉଡ୍ର ନ୍ୟୁକମର୍ଙ୍କ ସହ ଜଣେ ଦକ୍ଷ ତଥା ଅଭିଜ୍ଞସମ୍ପନ୍ନ ନିର୍ମାତା ନିର୍ଦ୍ଦେଶକଙ୍କ କାମ କରିବାକୁ ଦର୍ଶକେ ବେଶ୍ ଉତ୍ସାହିତ ରହିବେ ନିଶ୍ଚୟ ।