ଅପକିଙ୍ଗ୍‌ ଫିଲ୍ମ ‘ର’ର ଟ୍ରେଲର ରିଲିଜ୍‌

Published: Mar 4, 2019, 6:50 pm IST
trailer release the upcoming movie 'raw'.

ବଲିଉଡ ଅଭିନେତା ଜନ ଆବ୍ରାହମଙ୍କ ଅପ୍‌କମିଂ ଫିଲ୍ମ ‘ର’ ବା ‘ରୋମିଓ ଅକବର ଓ୍ବାଲଟର’ର ଟ୍ରେଲର ରିଲିଜ ହୋଇଛି। ସ୍ପାଇ ଥ୍ରିଲର ଫିଲ୍ମ ‘ରୋମିଓ ଅକବର ଓ୍ବାଲଟର’ ଏକ ସତ ଘଟଣା ଉପରେ ଆଧାରିତ ହୋଇଛି। ଏପ୍ରିଲ୍‌ ୫ରେ ରିଲିଜ୍‌ ହେବାକୁ ଥିବା ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଛି  ୨ ମିନିଟ ୪୬ ସେକେଣ୍ଡର ଏହି ଟ୍ରେଲର୍‌ରେ ଜନଙ୍କ ଦମଦାର ଆକ୍ସନ ଦେଖିବାକୁ ମିଳିଛି। ରୋବି ଗ୍ରଓ୍ବୋଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭିନେତା ଜନ ଆବ୍ରାହମଙ୍କ ବିପକ୍ଷରେ ନଜର ଆସିବେ ନାଗିନ୍‌ ମୋନି ରୟ। ଫିଲ୍ମରେ ଜନ ଆବ୍ରାହମ ଗୁପ୍ତଚର ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ଜନ୍‌ ୧୮ରୁ ଅଧିକ ଲୁକ୍‌ରେ ନଜର ଆସିବେ ବୋଲି ଜଣାପଡିଛି। ଏହି ଫିଲ୍ମରେ ଜ୍ୟାକି ଶ୍ରଫ, ସିକନ୍ଦର ଖେର ଓ ସୁଚିତ୍ରା କୃଷ୍ଣାମୂର୍ତ୍ତିଙ୍କ ପ୍ରମୁଖ ନଜର ଆସିବେ ।

Related posts