ମରକଜ ମାମଲାର ଯାଞ୍ଚ କରୁଥିବା କ୍ରାଇମ୍‌ବ୍ରାଞ୍ଚ ଟିମ୍‌ର ଜଣେ ସଦସ୍ୟ କରୋନାରେ ସଂକ୍ରମିତ

Published: Apr 29, 2020, 11:52 pm IST

ନୂଆଦିଲ୍ଲୀ : ଦେଶରେ କରୋନା ଜନିତ ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ନିଜାମୁଦ୍ଦିନ ମରକଜ ମାମଲାର ଯାଞ୍ଚ କରୁଥିବା କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ର ଜଣେ ସଦସ୍ୟଙ୍କ ଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ମିଳିଥିବା ସୂଚନା ଅନୁସାରେ କ୍ରାଇମ୍‌ବ୍ରାଞ୍ଚର ଟିମ୍‌ରେ ଜଣେ କନେଷ୍ଟବଳଙ୍କ ଯାଞ୍ଚ ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କ୍ରାଇମ୍‌ବ୍ରାଞ୍ଚ ଟିମ୍‌ର ଜଣେ ସଦସ୍ୟଙ୍କ ଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରାୟ 15 ଜଣ ପୋଲିସ୍‌ କର୍ମୀଙ୍କୁ କ୍ବାରେଣ୍ଟାଇନ କରାଯାଇଛି । ଏହି ଟିମ୍‌ ମରକଜର ଆଖପାଖ ଅଞ୍ଚଳକୁ 8ରୁ 10 ଥର ପରିଦର୍ଶନ କରିଛନ୍ତି । କିଛି ଦିନ ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚର ଏହି ଟିମ୍‌ ମୌଲାନ୍‌ ସାଦଙ୍କ ଶାମଲୀସ୍ଥିତ ଫାର୍ମହାଉସ୍‌ରେ ଚଢାଉ କରିଥିଲେ ।

ତେବେ ଅନ୍ୟ ସମସ୍ତ ପୋଲିସ କର୍ମୀଙ୍କ ରିପୋର୍ଟ ଆସିନାହିଁ । ଏହି ଟିମ୍‌ରେ ଜଣକଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏବେ ଏହି ମାମଲାର ଯାଞ୍ଚ ପ୍ରଭାବିତ ହୋଇଛି ।

ସୂଚନାଯୋଗ୍ୟ, ଦିଲ୍ଲୀ ନିଜାମୁଦ୍ଦିନ ତବଲିଗ୍‌ ମରକଜରେ ହୋଇଥିବା ଧାର୍ମିକ ଅନୁଷ୍ଠାନ ପରେ ଦେଶରେ ଦିଲ୍ଲୀର ନିଜାମୁଦ୍ଦିନ୍‌ରେ ହୋଇଥିବା ତବଲିଗ୍‌ ଜମାତ ଯୋଗୁ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଏଥିରେ 20ରୁ ଅଧିକ ଦେଶରୁ ଧାର୍ମିକ ନେତା ଯୋଗଦେଇଥିଲେ ।

Related posts