କରୋନାରେ ଲୋକପାଳ ସଦସ୍ୟ ଜଷ୍ଟିସ୍‌ ଏକେ ତ୍ରିପାଠୀଙ୍କ ପରଲୋକ

Published: May 3, 2020, 12:48 pm IST

ନୂଆଦିଲ୍ଲୀ : ମହାମାରୀ କରୋନା ଯୋଗୁଁ ଲୋକପାଳ ସଦସ୍ୟ ଜଷ୍ଟିସ୍‌ ଅଜୟ କୁମାର ତ୍ରିପାଠୀଙ୍କ ଶନିବାର ଦିନ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ 62 ବର୍ଷ ବୟସ ହୋଇଥିଲା।  ଛତିଶଗଡର ହାଇକୋର୍ଟର ପୂର୍ବତନ ନ୍ୟାୟଧୀଶ ଏକେ ତ୍ରିପାଠୀଙ୍କୁ ଦୁଇ ଏପ୍ରିଲ୍‌ରେ ଏମସ୍‌ରେ ଭର୍ତ୍ତି କରାଯାଇଥିଲା। ସେ ଲୋକପାଳର ଚାରି ନ୍ୟାୟିକ ସଦସ୍ୟ ମଧ୍ୟରୁ  ଅନ୍ୟତମ ରହିଥିଲେ। କରୋନା ଭାଇରସ୍‌ରେ ତାଙ୍କ ଝିଅ ମଧ୍ୟ ଏମ୍‌ସରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଗତ ତିନି ଦିନ ହେବ ଜଷ୍ଟିସ୍‌ ତ୍ରିପାଠୀ ଭେଣ୍ଟିଲେଟରରେ ରହିଥିଲେ। ଗତକାଲି ରାତ୍ରି ଆଠଟା ସମୟରେ ସେ ନିଃଶ୍ବାସ ତ୍ୟାଗ କରିଛନ୍ତି। ଜଷ୍ଟିସ୍‌ ତ୍ରିପାଠୀ ଗତବର୍ଷ ମାର୍ଚ୍ଚ ମାସରେ ଲୋକପାଳର ନ୍ୟାୟିକ ସଦସ୍ୟ ରୂପେ ନିଯୁକ୍ତ ହୋଇଥିଲେ। (ଏଜେନ୍ସି)

Related posts