ଆଦିବାସୀ ପରିବାରକୁ ବିଦ୍ୟାଳୟ ଶୌଚାଳୟରେ କରାଗଲା କ୍ବାରେଣ୍ଟିନ୍‌, ଭାଇରାଲ୍‌ ହେଲା ଫଟୋ

Published: May 4, 2020, 12:10 pm IST

ଗୁନା : ଗୁନା ଜିଲ୍ଲାର ଦେବୀପୁରା ଗ୍ରାମର ସହରିଆ ଆଦିବାସୀ ପରିବାରଙ୍କୁ ଏକ ବିଦ୍ୟାଳୟର ଟୟଲେଟ୍‌ରେ କ୍ବାରେଣ୍ଟିନରେ ରଖାଯିବାର ଅଭିଯୋଗ ହୋଇଛି। ମିଳିଥିବା ଅଭିଯୋଗ ଅନୁସାରେ ରାଜଗଢ ଜିଲ୍ଲାରୁ ଫେରିଥିବା ଜଣେ ପରିବାରଙ୍କ ସହ ଏପରି ବ୍ୟବହାର ପ୍ରଦର୍ଶନ କରାଯାଇଛି। ଶୌଚାଳୟ ଭିତରେ ଖାଇବା ଥାଳି ସହିତ ପରିବାର ଓ ଗ୍ରାମ ମୁଖିଆଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି।

ବିରୋଧୀ କଂଗ୍ରେସ ଦଳ ଏହି ଘଟଣାକୁ ନେଇ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟାର୍ଗେଟ୍‌ କରିଛନ୍ତି। କଂଗ୍ରେସ ଏହାକୁ ବିରୋଧ କରି ଟୁଇଟ୍‌ କରି କହିଛନ୍ତି -ଏହା ହେଉଛି ଗୁଣାର ଏକ ଫଟୋ। ଯେଉଁଠାରେ ଏକ ପରିବାରକୁ ଶୌଚାଳୟରେ କ୍ବାରେଣ୍ଟିନ୍‌ରେ ରଖାଯାଇଛି। ଯିଏ ଯେଉଁ କୌଣସି ପ୍ରସଙ୍ଗକୁ ନେଇ ରାସ୍ତା ଓହ୍ଲାଇବାର ଧମକ ଦେଉଥିଲେ ସେ ଆଜି ଲୋକଙ୍କ ନଜରରୁ ତଳକୁ ଚାଲିଯାଇଛନ୍ତି।

ସିନ୍ଧିଆ ଚଳି ବର୍ଷ ମାର୍ଚ୍ଚମାସରେ କଂଗ୍ରେସ ଛାଡି ବିଜେପିର ହାତ ଧରିଥିଲେ। ଏହା ପରେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାରର ପତନ ଘଟିଥିଲା । ବିଜେପିର ଶିବରାଜ ସିଂ ଚୌହ୍ବାନ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।  (ଏଜେନ୍ସି)

Related posts