ପାଇକପଡା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ 31ଜଣ ସୁରତ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କୁ ନେଇ ପହଞ୍ଚିଲା ବସ୍‌

Published: May 6, 2020, 8:20 pm IST

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: କରୋନା ମୁକାବିଲା ପାଇଁ ରାଜ୍ୟସରକାର ପଞ୍ଚାୟତସ୍ତରରେ ସମସ୍ତ ପ୍ରସ୍ତୁତି କରିଛନ୍ତି। ଏଥିସହ ଗଞ୍ଜାମ ଜିଲ୍ଳା ବେଗୁନିଆପଡା ବ୍ଲକର ସମସ୍ତ ପଞ୍ଚାୟତରେ ମଧ୍ୟ ସମସ୍ତ ପ୍ରସ୍ତୁତି ହୋଇଛି । ଅନ୍ୟ ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ପଞ୍ଚାୟତରେ କ୍ୱାରେନଟାଇନ ସେଣ୍ଟର ହୋଇଛି । ଏହି କ୍ରମରେ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବଡ଼ଖଇରଖମା ଗ୍ରାମ ପଞ୍ଚାୟତର ପାଇକପଡା ସ୍ଥିତ ଶ୍ରୀ ବଟେଶ୍ୱର ହାଇସ୍କୁଲରେ ଥିବା  କ୍ୱାରେନଟାଇନ ସେଣ୍ଟରରେ ସୁରତ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କୁ ନେଇ ଏକ ବସ ପହଞ୍ଚିଛି। ଏହି ବସରେ 31 ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ଆସିଥିବାର ସୂଚନା ରହିଛି ।

ଉକ୍ତ ଶ୍ରମିକ ମାନେ ବେଗୁନିଆପଡା ବ୍ଳକ ବଡ଼ଖଇରଖମା ପଞ୍ଚାୟତ ପାଇକପଡା ସ୍ଥିତ ସଂଗରୋଧ କେନ୍ଦ୍ରରେ ରହିବେ ବୋଲି ସୂଚନା ମିଳିଛି। ପ୍ରବାସୀ ଓଡିଆମାନେ ପହଁଚିବାପରେ ସେମାନଙ୍କ ପଞ୍ଜିକରଣ କରାଯିବା ସହ କିଟ୍‌ ପ୍ରଦାନ କରାଯାଇଛି। ନୋଡାଲ ଅଫିସର କ୍ଷୀରୋଦ ଦାସ, ଶିକ୍ଷକ ରାମହରି ବିଷୋୟୀ,କାହ୍ନୁ ଗୌଡ଼, ପ୍ରକାଶ ଚନ୍ଦ୍ର ନାୟକ,ଅଙ୍ଗନୱାଡି କର୍ମୀ ସଂଯୁକ୍ତା ସାମଲ, ସୁଲୋଚନା ସାହୁ,ମିନତୀ ଗୌଡ ଓ ଆଶା କର୍ମୀ ବବିତା ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Related posts