ଧୋବା, ବାରିକ୍‌ ଓ ଅଟୋଚାଳକଙ୍କ ପାଇଁ ଆର୍ଥିକ ପ୍ୟାକେଜ୍‌ରେ ଘୋଷଣା କଲେ ୟେଦୁରପ୍ପା ସରକାର

Published: May 7, 2020, 11:29 am IST

କର୍ଣ୍ଣାଟକ : କରୋନା ମହାମାରୀ ପାଇଁ ସାରା ଦେଶରେ ଲକ୍ ଡାଉନ୍‌ ଚାଲିଥିବାବେଳେ ସରକାର ଆର୍ଥିକ ପ୍ୟାକେଜ‌ ଘୋଷଣା କରିଛନ୍ତି । ଲକ୍ ଡାଉନ୍‌ କଟକଣା ଯୋଗୁଁ ବିଶେଷ କରି ଚାଷୀ, କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀ, ଅଟୋ, ଟ୍ୟାକ୍ସି, ଡ୍ରାଇଭର , ଧୋବା ଏବଂ ବାରିକ୍‌ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି । ଏହି ବର୍ଗର ବ୍ୟକ୍ତିଙ୍କ ପାଇଁ ୟେଦୁରପ୍ପା ସରକାର ସହାୟତା ଘୋଷଣା କରିଛନ୍ତି । ଲକଡାଉନ୍‌ ବିଶେଷ ଭାବରେ ପ୍ରଭାବିତ ହୋଇଥିବା ଉପରୋକ୍ତ ସମସ୍ତ ବର୍ଗଙ୍କ ପାଇଁ ୧୬ଶହ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର। ଏହା ସହିତ ରାଜ୍ୟ ସରକାର ଉତ୍ପାଦ ଶୁଳ୍କକୁ 11 ପ୍ରତିଶତ ବୃଦ୍ଧି କରିଛନ୍ତି। ଫୁଲଚାଷୀମାନଙ୍କୁ ହେକ୍ଟର ପିଛା 25,000 ଟଙ୍କା କ୍ଷତିପୂରଣ ଯୋଗାଇଦିଆଯିବ। ସେହିପରି ଧୋବା, ବାରିକ, ଅଟୋ ଓ ଟ୍ୟାକ୍ସି ଚାଳକଙ୍କୁ ମଧ୍ୟ 5000 ଟଙ୍କା ଲେଖାଏ ମିଳିବ। ଅପରପକ୍ଷରେ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇବା ପାଇଁ ଟ୍ରେନ୍‌ ଯୋଗାଇଦେବା ଅନୁରୋଧକୁ ସରକାରର ପ୍ରତ୍ୟାହାର କରିନେଇଛନ୍ତି।

Related posts