Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୁଜଙ୍ଗରେ ସମସ୍ତ ମଦ ଦୋକାନ ସିଲ ଥିବା ସତ୍ତ୍ବେ ବ୍ୟାପକ ଚୋରାମଦ କାରବାର
ଆଜିର ଖବର

କୁଜଙ୍ଗରେ ସମସ୍ତ ମଦ ଦୋକାନ ସିଲ ଥିବା ସତ୍ତ୍ବେ ବ୍ୟାପକ ଚୋରାମଦ କାରବାର

May 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ : କୁଜଙ୍ଗ ବ୍ଳକ ଏବଂ ଥାନା ଅଂଚଳରେ ରହିଥିବା ସମସ୍ତ ସରକାରୀ ମଦ ଦୋକାନକୁ ସରକାର ସିଲ କରିଛନ୍ତି । ମାତ୍ର ଏହା ସତ୍ୱେ କୁଜଙ୍ଗ ବ୍ଳକ ଏବଂ ଥାନା ଅଂଚଳରେ ବ୍ୟାପକ ମଦର କାରବାର ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ତେବେ ଧାର୍ଯ୍ୟ ମୂଲ୍ୟଠାରୁ ୪ ଗୁଣା ମୂଲ୍ୟରେ ଏହା ବିକ୍ରୟ କରାଯାଉଥିବା ଜଣାପଡ଼ିଛି । ସରକାରୀ ମଦ ଦୋକାନ ସିଲ ସତ୍ୱେ କୁଜଙ୍ଗ, ବାଲିତୁଠ, ରାହାମା ଏବଂ ଭୂତମୁଣ୍ଡାଇ ଅଂଚଳରେ ଉପଲବ୍ଧ ହେଉଥିବା ଏହି ମଦ କେଉଁଠୁ ଆସୁଛି ଏବେ ଏହା ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି । ଏହା ସାଧାରଣତଃ ହାତ ତିଆରୀ ଚୋରାମଦ ନା ସିଲ ଖୋଲାଯାଇ ସରକାରୀ ମଦ ଦୋକାନରୁ କଢାଯାଇ କଳାବଜାରୀ କରାଯାଉଛି  ତାହାଏବେ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଯାହା ଏବେ କୁଜଙ୍ଗରେ ମଦମୃତ୍ୟୁ ଆଶଙ୍କାକୁ ବଢାଇ ଦେଇଛି ।  ତେବେ  ଜିଲ୍ଲାପାଳ ଏହି ଅଭିଯୋଗ ଆଧାରରେ ତଦନ୍ତ ନିର୍ଦ୍ଦେଶ ପ୍ରଦାନକଲେ  ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି ।

ପ୍ରକାଶଯେ, କୁଜଙ୍ଗ ବ୍ଳକର କୁଜଙ୍ଗ ଠାରେ ଦୁଇଟି, ଭୂତମୁଣ୍ଡାଇରେ ଗୋଟିଏ, ରାହାମା ଏବଂ ବାଲିତୁଠାରେ ଗୋଟିଏ ଲେଖାଏ ସରକାରୀ ମଦ ଦୋକାନ ରହିଛି । କରୋନା ଭାଇରସ ଜନିତ କାରଣରୁ କେନ୍ଦ୍ର ଏବଂ ରାଜ୍ୟସରକାର ଗତ ମାର୍ଚ୍ଚ ମାସ ୨୪ ତାରିଖଠାରୁ ରାଜ୍ୟର ସମସ୍ତ ସରକାରୀ ମଦ ଦୋକାନକୁ ସିଲ କରିଛନ୍ତି । ପ୍ରାୟ ଦେଢ ମାସହେବ  ଏହି କଟକଣା ବଳବତ୍ତର ରହିଛି । ମାତ୍ର କୁଜଙ୍ଗବ୍ଳକର ରାହାମା, କୁଜଙ୍ଗ, ବାଲିତୁଠ ଏବଂ ଭୂତମୁଣ୍ଡାଇ ଅଂଚଳରେ ବ୍ୟାପକ ମଦର କାରବାର ହେଉଥିବା ଜଣାପଡ଼ିଛି ।

ରାହମା ବଜାର, ହଂସୁରା, ବାଲିକଣୀ, ପଙ୍କପାଳ, ମୁଥାପଦା ଭରାଳ, ଗରେଇ, ବୋରିଖି, ବାଲିପାଟଣା, କରତୁଠା, ବାଲିପାରୀ, ବାଲିତୁଠ, ତାଳଦଣ୍ଡା, ଜିଳ୍ଲାନାସୀ ସାହାରାଡିଆ,  ନୂଆବାଲିସାହୀ, ଗଣ୍ଡକିପୁର, ମାଳହୁଙ୍କା, ଭୂତମୁଣ୍ଡାଇ ଆଦି ବଜାର ଏବଂ  ଗ୍ରାମାଂଚଳରେ ଅତିମାତ୍ରାରେ ମଦ କାରବାର ହେଉଛି ।

ସବୁଠାର ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଧାର୍ଯ୍ୟ ମୂଲ୍ୟଠାରୁ ଏହା ଚାରିଗୁଣ ଚଢା ମୂଲ୍ୟରେ ବିକ୍ରୟ କରାଯାଉଛି । ପୁଲିସ ସାଧାରଣତଃ ଏବେ କୋଭିଡ଼-୧୯ ଜନିତ କଟକଣା ଯୋଗୁ ବ୍ୟସ୍ଥ ରହିଥିବାବେଳେ ଅବକାରୀ ବିଭାଗର ଭୂମିକା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ ଦୁଇଦିନ ତଳେ କୁଜଙ୍ଗର ସିଲ ହୋଇଥିବା ସରକାରୀ ମଦ ଦୋକାନ ନିକଟରେ ରାତି ୧୦.୧୨ ମିନିଟରେ ପାରାଦୀପ ଅବକାରୀ ବିଭାଗର ଅଧିକାରୀ ସନ୍ଦେହ ଜନକଭାବେ ଛିଡ଼ା ହୋଇଥିଲେ । ଯାହାକୁନେଇ ଏବେ ଅଂଚଳରେ ନାନା ସନ୍ଦେହ ଉଙ୍କି ମାରିଛି ।

ତେବେ ଏବେ ଉପରୋକ୍ତ ଅଂଚଳରେ ଉପଲବ୍ଧ ମଦ ସରକାରୀ ମଦ ନା ଚୋରାରେ ଚାଲାଣ ହେଉଥିବା ହାତ ତିଆରି ନକଲି ମଦ ତାହା ସବୁଠାରୁ ଅଧିକ ଗୁରୁତ୍ୱ ବହନ କରୁଛି । ତେବେ ଏନେଇ ଜିଲ୍ଲାପାଳ ଘଟଣା ଗୁରୁତ୍ୱ ଉପଲବ୍ଧିକରି ତଦ୍ଦନ୍ତ ଆଦେଶ ଦେବାକୁ ରାଜ୍ୟ ବରିଷ୍ଠ ନାଗରିକ ମହାସଙ୍ଘର ସଙ୍ଗଠନ ସମ୍ପାଦକ  କମ୍ରେଡ଼ ବାବୁରାମ ଚୌଧୁରୀ ଦାବୀ କରିଛନ୍ତି । ଏନେଇ ପାରାଦୀପ ଅବକାରୀ ଉପନୀରିକ୍ଷକ ପ୍ରଭାକର ସେଠୀଙ୍କୁ ପଚାରିବାରୁ ଏପରି ଚୋରା ମଦ ବ୍ୟବସାୟ କେଉଁଠାରେ ହେଉଛି ଆମକୁ ସୂଚନା ପ୍ରଦାନକଲେ ଆମେ ଚଢାଉ କରିବୁ ବୋଲି  ଓଲଟା ପ୍ରଶ୍ନ କରିଛନ୍ତି ।  ଶ୍ରୀଯୁକ୍ତ ସେଠୀଙ୍କ ଏହି ପାଲଟା ପ୍ରଶ୍ନମଧ୍ୟ ଅବକାରୀ ବିଭାଗର କାର୍ଯ୍ୟକାରିତାନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କୁଜଙ୍ଗ
Share. Facebook Twitter LinkedIn Email WhatsApp Copy Link

Related Posts

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026

ଆକ୍ସନ ମୋଡରେ ଟିମ ମ୍ୟାନଜମେଣ୍ଟ: ଖେଳାଳି ଏକାଦଶରେ ପରିବର୍ତ୍ତନ ସମ୍ଭବ

February 23, 2026
Latest News

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026

ଆକ୍ସନ ମୋଡରେ ଟିମ ମ୍ୟାନଜମେଣ୍ଟ: ଖେଳାଳି ଏକାଦଶରେ ପରିବର୍ତ୍ତନ ସମ୍ଭବ

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.