ଝିଅର ନାଁ କରୋନା ରଖି ଚର୍ଚ୍ଚାରେ ଟିଏମ୍‌ସି ସାଂସଦ

Published: May 9, 2020, 2:34 pm IST

କୋଲକାତା : ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଥମିବାର ନାଁ ନେଉନାହିଁ । ପରିସ୍ଥିତି ଏଭଳି ହୋଇଛି ଯେ ଲୋକମାନେ ‘କରୋନା’ ଶବ୍ଦ ଶୁଣିବା ମାତ୍ରେ ଭୟଭୀତ ହୋଇଯାଉଛନ୍ତି । ମାତ୍ର ପଶ୍ଚିମବଙ୍ଗର ଆରାମବାଗର ତୃଣମୂଳ କଂଗ୍ରେସ ସାଂସଦ ଅପରୂପା ପୋଦ୍ଦାର ନିଜର ନବଜାତ କନ୍ୟାର ନାମ ‘କରୋନା’ ରଖିଛନ୍ତି । ସୂଚନା ମୁତାବିକ, ଗୁରୁବାର ସକାଳ 9.27ରେ ସେ ହୁଗଳି ଜିଲ୍ଲାର ଶ୍ରୀରାମପୁର ସ୍ଥିତ ଏକ ନର୍ସିଂହୋମ୍‌ରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଏହାପରେ ସେ ଓ ତାଙ୍କର ସ୍ୱାମୀ ନବଜାତ କନ୍ୟାର ଡାକନାମ ‘କରୋନା’ ରଖିଛନ୍ତି । ଅପରୂପାଙ୍କ ଅନୁସାରେ ଆଜି ପୂରା ବିଶ୍ୱ କରୋନା ଭଳି ମହାମାରୀ ସହ ଲଢ଼େଇ କରୁଛି । ଏପରି ସମୟରେ ଲୋକମାନେ ‘କରୋନା’କୁ ଡରିବା ନୁହେଁ, ତା’ ସହ ଲଢ଼ିବା କଥା । ଲୋକଙ୍କ ମଧ୍ୟରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ସେ ଝିଅର ନାମ ‘କରୋନା’ ରଖିଥିବା କହିଛନ୍ତି ।

Related posts