Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶା ସରକାରଙ୍କ ୧୨ ଘଣ୍ଟିଆ ଶ୍ରମ ସମୟର ଫରମାନ ,  ଶ୍ରମିକମାନେ କଣ ମଧ୍ୟଯୁଗର କ୍ରୀତଦାସ?
ବିଶେଷ ଖବର

ଓଡିଶା ସରକାରଙ୍କ ୧୨ ଘଣ୍ଟିଆ ଶ୍ରମ ସମୟର ଫରମାନ ,  ଶ୍ରମିକମାନେ କଣ ମଧ୍ୟଯୁଗର କ୍ରୀତଦାସ?

May 10, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଶୁକ୍ରବାର ଦିନ ଓଡିଶା ସରକାର ଘୋଷଣା କଲେ ଯେ ଶିଳ୍ପସଂସ୍ଥାମାନଙ୍କର ଅନୁରୋଧକୁ ବିଚାର କରି କାରଖାନାମାନଙ୍କରେ ଶ୍ରମିକମାନଙ୍କର ଶ୍ରମ ସମୟକୁ ୮ଘଣ୍ଟାରୁ ୧୨ ଘଣ୍ଟା କୁ ବଢାଇ ଦିଆ ଯାଇଛି। ସେହି ଘୋଷଣା ଭିତରେ ବଡ ଦୟାବାନ ଦେଖାଇ ହେବାକୁ କୁହାଗଲା ଯେ ୬ ଘଣ୍ଟା ପରେ ଶ୍ରମିକମାନଙ୍କୁ ୩୦ ମିନିଟର ବିଶ୍ରାମ ଦିଆଯିବ। ହେଲେ ଏହି ୩୦ ମିନିଟ ୧୨ ଘଣ୍ଟା ଶ୍ରମ ସମୟର ଅନ୍ତର୍ଗତ ନୁହେଁ। ସର୍ବାଧିକ ୧୩ ଘଣ୍ଟା ଜଣେ ଶ୍ରମିକ କାରଖାନାରେ କାମ କରିବ। ଆଗରୁ ଆନ୍ତର୍ଜାତିକ ଶ୍ରମ ସଂଗଠନର ନିର୍ଣ୍ଣୟ ଅନୁସାରେ ଦୈନିକ ସର୍ବାଧିକ ୮ ଘଣ୍ଟା କାମ କରିବାର ନିୟମ ରହିଥିଲା। ଏହି ନିୟମ ସପକ୍ଷରେ କୁହା ଯାଉଛି ଯେ ,କରୋନା ଭୂତାଣୁକୁ ରୋକିବା ଲାଗି ଦେଶରେ ଯେଉଁ ଲକ ଡାଉନ ଚାଲିଛି, ସେଥିରେ ଘଟିଥିବା କ୍ଷତି ଭରଣା କରିବାକୁ ଶ୍ରମିକମାନଙ୍କୁ ଅଧିକ କାମ କରିବାକୁ ପଡିବ। କି ମହାନ ବିଚାର!! କରୋନା ଭୂତାଣୁ ରୁ ଜୀବନ ବଞ୍ଚାଇବାକୁ ବାହାବା ନେଉଥିବା ସରକାର ଏବେ ଲକ୍ଷ ଲକ୍ଷ ଶ୍ରମିକଙ୍କର ଜୀବନ ସହିତ ଖେଳ ଖେଳିବା ଆରମ୍ଭ କରିଛନ୍ତି।

ବିଜେପି ଶାସିତ ମଧ୍ୟ ପ୍ରଦେଶ ଓ ଉତ୍ତର ପ୍ରଦେଶ ଏ ପ୍ରକାର ନିଷ୍ପତ୍ତି ନେବା ସାଙ୍ଗରେ ଓଡିଶା ସରକାର ମଧ୍ୟ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି। ୨୦୧୯ ଅର୍ଥାତ ଆଜିକୁ ୧୦୧ ବର୍ଷ ଧରି ଶ୍ରମିକମାନକର ସ୍ୱାସ୍ଥ୍ୟ, ମାନବିକ ଅଧିକାର ଓ ଜୀବନ ସୁରକ୍ଷାକୁ ନେଇ ଯେଉଁ ନିୟମ ରହିଥିଲା, ତାକୁ ରାତାରାତି ବଦଳାଇ ଦିଆଗଲା। ଏ ସମ୍ପର୍କରେ ଖବର କାଗଜ ବା ଟେଲିଭିଜନରେ ବିଶେଷ ଖବର ଆମେ ଦେଖିଲୁ ନାହିଁ। କାରଣ ସ୍ପଷ୍ଟ। ଏହାର ଲାଭ ଟିଭି ଚାନେଲ ଓ ଖବର କାଗଜ ମାଲିକ ମଧ୍ୟ ପାଇବେ। ଶ୍ରମ ସମୟ ୧୨ ଘଣ୍ଟା ହେଲାପରେ, ଦୈନିକ ତିନୋଟି ଶିଫ୍ଟ ଏବେ ଦୁଇଟି ଶିଫ୍ଟ କୁ ଖସି ଆସିବ। ତେଣୁ ଅତି ସହଜରେ ଗୋଟିଏ ଶିଫ୍ଟ ର କର୍ମଚାରୀଙ୍କୁ ଅବିକା ଛଟେଇ କରିହେବ। କେବଳ ଗଣମାଧ୍ୟମ ନୁହଁ, ଏହି ନିୟମ ବଳରେ ଏବେ ସାରା ରାଜ୍ୟର ଖଣି, ଖାଦାନ, କରଖାନା, ଶିଳ୍ପ ପ୍ରତିଷ୍ଠାନ ଓ କର୍ପୋରେଟ କାର୍ୟାଳୟରୁ ଲକ୍ଷ ଲକ୍ଷ କର୍ମଚାରୀ ଛଟେଇ ହେବେ।

ତେବେ ସବୁଠୁ ବଡ ପ୍ରଶ୍ନ ହେଉଛି, ଦିନକୁ ୧୨ ଘଣ୍ଟା+୧ଘଣ୍ଟା ର ଶାରୀରିକ ବା ମାନସିକ ପରିଶ୍ରମ ଜଣେ ସାଧାରଣ ମଣିଷ ପକ୍ଷରେ ସମ୍ଭବ କି? ଶ୍ରମଜୀବୀମାନଙ୍କର ଶାରୀରିକ ଓ ମାନସିକ ଅବସ୍ଥା ଉପରେ ଏ ନିୟମ କି ପ୍ରଭାବ ପକାଇବ?ସ୍ପଷ୍ଟ ଭାବରେ କହିବାକୁ ଗଲେ, ଆମର ଶ୍ରମିକମାନେ ପୁଣିଥରେ ମଧ୍ୟଯୁଗର କ୍ରୀତଦାସ ପାଲଟିଯିବେ। ସେମାନଙ୍କର ମଣିଷ ହୋଇ ବଞ୍ଚି ରହିବାର ଅଧିକାର ଏ ନିୟମ ଛଡେଇ ନେବ। ବିକଶିତ ଦେଶ ଗୁଡିକରେ ସାପ୍ତାହିକ ଚାରି ଦିନ କାର୍ୟଦିବସ ଓ ତିନିଦିନ ସପ୍ତାହାନ୍ତ ଛୁଟିର ବ୍ୟବସ୍ଥା ରହିଥାଏ। ଭାରତରେ ସାପ୍ତାହିକ ୬ ଦିନର କାର୍ୟ ଦିବସ ଭିତରେ ୪୮ ଘଣ୍ଟାର ଶ୍ରମ ସମୟ ରହିଥିଲା। ତାକୁ ଓଡିଶା ସରକାର ଏବେ ୪୮ ରୁ ୭୨ ଘଣ୍ଟା ବଢାଇଛନ୍ତି। ଯେଉଁ ବାବୁମାନେ ଏହି ନିୟମ ତିଆରି କରିଛନ୍ତି, ସେମାନେ କେବେ ଦିନେ ଘଣ୍ଟାଏ କୌଣସି କାରଖାନାରେ ବା ଖଣିରେ କାମ କରି ପାରିବେ କି? କେବଳ ଶିଳ୍ପପତିଙ୍କୁ ଖୁସି କରିବାକୁ ଯାଇ ଏ ପ୍ରକାର ନିଷ୍ପତ୍ତି ମାନବିକତା ବିରୋଧୀ ଏବଂ ଅନୈତିକ।

ତାପରେ ଏହି ନିଷ୍ପତ୍ତି କେଉଁ ସମୟରେ ନିଆ ଯାଉଛି? ଯେତେବେଳେ ଲକ ଡାଉନ ଯୋଗୁଁ ସାରା ଦେଶର ଶ୍ରମିକ ହାହାକାର କରୁଛନ୍ତି, ସେହି ସମୟରେ ଏ ପ୍ରକାର ବୋଝ ସେମାନଙ୍କ ମୁଣ୍ଡରେ ଲଦା ଯାଉଛି। ଶ୍ରମ ସଂସ୍କାର ନାମରେ ଏହା ଏକ ପ୍ରକାର କ୍ରୀତଦାସୀକରଣ। ଲକ୍ଷ ଲକ୍ଷ ଶ୍ରମିକଙ୍କର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଏହି ନିୟମ ଯୋଗୁଁ ଭୟଙ୍କର ଭାବେ ପ୍ରଭାବିତ ହେବ।

ଲକ ଡାଉନ ସମୟରେ ଶ୍ରମିକମାନେ ବିରୋଧ କରିପାରିବେ ନାହିଁ ବୋଲି ଭାବି ଏହାକୁ ସରକାର ଲାଗୁ କରିଛନ୍ତି। ତେବେ ଏହାର ପରିଣତି ରେ ଭାରତୀୟ ଅର୍ଥବ୍ୟବସ୍ଥା ଆହୁରି ଖରାପ ହୋଇ ପଡିବ। ଏ ପ୍ରକାର ଅମାନବୀୟ ବ୍ୟବସ୍ଥାକୁ ଶ୍ରମିକମାନେ ମୁଣ୍ଡପାତି ସହଜରେ ଗ୍ରହଣ କରିବେ ନାହିଁ। ବରଂ ଏହି ନିୟମ ବିରୋଧରେ ବ୍ୟାପକ ଶ୍ରମିକ ଅସନ୍ତୋଷ ବଢିବ। ଲକ ଡାଉନ ପରେ ଶ୍ରମିକ ଅସନ୍ତୋଷ ଦେଶର ଉତ୍ପାଦନ ଓ ଯୋଗାଣ ବ୍ୟବସ୍ଥାକୁ ପ୍ରବଳ ପ୍ରଭାବିତ କରିବ। ଦୀର୍ଘ ବର୍ଷ ହେଲା ଦେଶର ଏକ ବଡ କର୍ପୋରେଟ ଲବି ଶ୍ରମ ସଂସ୍କାର ଆଳରେ ଏକ ବୃହତ୍ତର କ୍ରୀତଦାସ ବଜାର ସୃଷ୍ଟି କରିବା ସପକ୍ଷରେ ଯୁକ୍ତି କରି ଆସୁଛନ୍ତି। କରୋନା ସଂକ୍ରମଣ ସମୟରେ ସେହି କ୍ରୀତଦାସ ବ୍ୟବସ୍ଥାକୁ ଏବେ ବିଭିନ୍ନ ରାଜ୍ୟ ସ୍ଵୀକୃତି ଦେବା ଆରମ୍ଭ କଲେଣି। ଓଡିଶା ଭଳି ରାଜ୍ୟ ଯେଉଁଠି ସର୍ବାଧିକ ଶ୍ରମଜୀବୀ ରହିଛନ୍ତି, ସେଠାରେ ଏ ପ୍ରକାର ନିୟମ, ଏକ ବଡ ଜନ ଅସନ୍ତୋଷର କାରଣ ପାଲଟିବ। ୧୨ ଘଣ୍ଟାର ଶ୍ରମ ସମୟ କେବଳ ଜୀବନ ଓ ଜୀବିକାକୁ ପ୍ରଭାବିତ କରିବ ନାହିଁ, ଏହା ଶ୍ରମିକମାନଙ୍କ ପାଇଁ ଏକ ମରଣ ଯନ୍ତା ପାଲଟିଯିବ। କରୋନା ଠୁ ରକ୍ଷା କରିବା ଆଳରେ ଶ୍ରମିକମାନଙ୍କର ମାନବିକ ଅଧିକାର କ୍ଷୁଣ୍ଣ କରି ସେମାନଙ୍କୁ କ୍ରୀତଦାସ କରିବାର ଏ ନିୟମ ବିରୋଧରେ ସବୁ ଶ୍ରମ ସଂଗଠନ ଏକାଠି ହେବା ସ୍ଵାଭାବିକ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026
Latest News

ଆଜିଠାରୁ ଆରମ୍ଭ ହେଲା ନବରାତ୍ରି: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

March 19, 2026

ବାରବାଙ୍କୀରୁ ବହରାଇଚ୍ ୪-ଲେନ୍ ପ୍ରବେଶ-ନିୟନ୍ତ୍ରିତ ଜାତୀୟ ରାଜପଥ ନିର୍ମାଣକୁ ଅନୁମୋଦନ

March 19, 2026

କୁଏତର ଯୁବରାଜଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

March 19, 2026

‘ବନ୍ଦେ ଭାରତ ଚେୟାର କାର୍ ସର୍ଭିସ୍’ ର ସମ୍ପ୍ରସାରଣ ପାଇଁ ରାଜ୍ୟମାନଙ୍କର ସହାୟତା ଲୋଡିଲା କେନ୍ଦ୍ର

March 19, 2026

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.