ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ 43

Published: May 22, 2020, 2:39 pm IST

ଭୁବନେଶ୍ବର : ରାଜ୍ୟରେ ଆଉ 43 ଜଣ ସୁସ୍ଥ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟରେ ଆଉ 43 କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଯାଇଛନ୍ତି । ସୁସ୍ଥ 43ଜଣଙ୍କ ମଧ୍ୟରେ ଅନୁଗୁଳରୁ 15 ଜଣ ରହିଥିବାବେଳେ ଗଞ୍ଜାମ, ରାଉରକେଲା ଓ ଯାଜପୁରରୁ 8 ଜଣ ଲେଖାଏଁ  ରହିଛନ୍ତି । ସେହିପରି ପୁରୀ, କେନ୍ଦ୍ରାପଡା, କଟକ ଓ ବୌଦ୍ଧରୁ ଜଣେ ଲେଖାଏଁ ରହିଛନ୍ତି । ଏବେ ରାଜ୍ୟରେ ମୋଟ୍‌ କରୋନା ସୁସ୍ଥଙ୍କ ସଂଖ୍ୟା 436କୁ ବୃଦ୍ଧି ହୋଇଛି । ଆଜି ସକାଳେ 86 ଜଣ ଚିହ୍ନଟ ହୋଇଥିବାବେଳେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 1189କୁ ବୃଦ୍ଧି ହୋଇଛି ।

Related posts