ସହିଦନଗର ପୋଲିସକୁ ଆକ୍ରମଣ ଘଟଣା, ଅଭିଯୁକ୍ତ ପ୍ରକାଶ ତ୍ରିପାଠୀ ଗିରଫ

Published: Mar 9, 2019, 1:04 pm IST
prakash tripathy arrested by sahidnagar police

ସହିଦନଗର ଥାନାରେ ପୋଲିସକୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀକୁ ପୋଲିସ ଗିରଫ କରିଛି । ଏହି ମାମଲାରେ ପୂର୍ବରୁ ୬ଜଣଙ୍କୁ ଗିରଫ କରାଯାଇଥିଲା ବେଳେ ଆଜି ଆଉ ଜଣଙ୍କୁ ଗିରଫ କରାଯାଇଛି । ଥାନାରେ ଅଟକ ଥିବା ଜଣେ ଅଭିଯୁକ୍ତକୁ ସଂଘବଦ୍ଧ ଭାବେ ଏମାନେ ଆକ୍ରମଣ କରିଥିଲେ ।   ପ୍ରତିରୋଧ କରିବାରୁ ପୋଲିସ ମଧ୍ୟ ଆକ୍ରମଣର ଶିକାର ହୋଇଥିଲା । ସହିଦନଗର ଥାନା କର୍ମଚାରୀମାନେ ଏହି ଘଟଣାରେ ଆହତ ହୋଇଥିଲେ । ଆକ୍ରମଣ କରିଥିବା ଯୁବକମାନେ ଶାସକ ଦଳର ସମର୍ଥକ  ହୋଇଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି  ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା । ତେବେ ଆକ୍ରମଣ କରିଥିବା ଯୁବକମାନଙ୍କ ବିରୋଧରେ ଦୃଢ ପଦକ୍ଷେପ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା ।

Related posts