ନୂଆଦିଲ୍ଲୀ : ମହାମାରୀ କରୋନା ଏବେ ବିଶ୍ବର 213ଟି ଦେଶରେ ବ୍ୟାପିଥିବାବେଳେ ଗତ 24 ଘଣ୍ଟାରେ 1 ଲକ୍ଷ 2 ହଜାର ନୂତନ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ 3,012ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ବରେ କରୋନା ଜନିତ ମୋଟ୍ ମୃତ୍ୟୁ ସଂଖ୍ୟା 3 ଲକ୍ଷ 77 ହଜାରକୁ ବୃଦ୍ଧି ହୋଇଥିବାବେଳେ ସଂକ୍ରମିତ ହୋଇଛନ୍ତି 63 ଲକ୍ଷ 62 ହଜାର । ବିଶ୍ବରେ କରୋନା ଜନିତ 75 ପ୍ରତିଶତ ମାମଲା କେବଳ 13ଟି ଦେଶରୁ ଆସିଛି । ଏହି ସମସ୍ତ ଦେଶରେ କରୋନା ପୀଡ଼ିତଙ୍କ ସଂଖ୍ୟା 47.65 ଲକ୍ଷ ରହିଛି ।
କରୋନା ଯୋଗୁଁ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି ଯୁକ୍ତରାଷ୍ଟ୍ର ଆମେରିକା । ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 18 ଲକ୍ଷ ୫୯ ହଜାର ୩୨୩ରେ ପହଞ୍ଚିଛି । ସେହିପରି ମୋଟ 1 ଲକ୍ଷ 6 ହଜାର 925 ଜଣଙ୍କର ମୃତ୍ୟୁ ହୋଇଛି । ବ୍ରାଜିଲ୍ରେ ମଧ୍ୟ ଦ୍ରୁତ ଗତିରେ ସଂକ୍ରମଣ ହେଉଥିବାବେଳେ ବ୍ରାଜିଲ୍ ପରକୁ ରୁଷ୍ ଓ ଭାରତ ଆଦି ଦେଶ ରହିଛନ୍ତି ।
କେଉଁ ଦେଶରେ କରୋନାର ସ୍ଥିତି କିପରି ରହିଛି
- ଆମେରିକା : ସଂକ୍ରମିତ ମାମଲା – 1,859,174, ମୃତ୍ୟୁ ସଂଖ୍ୟା – 106,923
- ବ୍ରାଜିଲ୍: ସଂକ୍ରମିତ ମାମଲା – 529,018, ମୃତ୍ୟୁ ସଂଖ୍ୟା – 30,046
- ରୁଷ୍: ସଂକ୍ରମିତ ମାମଲା – 414,878, ମୃତ୍ୟୁ ସଂଖ୍ୟା – 4,855
- ସ୍ପେନ୍: ସଂକ୍ରମିତ ମାମଲା – 286,718, ମୃତ୍ୟୁ ସଂଖ୍ୟା – 27,127
- ୟୁକେ: ସଂକ୍ରମିତ ମାମଲା – 276,332, ମୃତ୍ୟୁ ସଂଖ୍ୟା – 39,045
- ଇଟଲୀ: ସଂକ୍ରମିତ ମାମଲା – 233,197, ମୃତ୍ୟୁ ସଂଖ୍ୟା – 33,475
- ଭାରତ: ସଂକ୍ରମିତ ମାମଲା – 198,370 ମୃତ୍ୟୁ ସଂଖ୍ୟା – 5,608
- ଫ୍ରାନ୍ସ: ସଂକ୍ରମିତ ମାମଲା – 189,220, ମୃତ୍ୟୁ ସଂଖ୍ୟା – 28,833
- ଜର୍ମାନୀ: ସଂକ୍ରମିତ ମାମଲା – 183,765, ମୃତ୍ୟୁ ସଂଖ୍ୟା – 8,618
- ପେରୁ: ସଂକ୍ରମିତ ମାମଲା – 170,039, ମୃତ୍ୟୁ ସଂଖ୍ୟା – 4,634