ଗୁଜରାଟରେ ଦ୍ୱିତୀୟ ଥର କ୍ୟାବିନେଟ୍‌ ସମ୍ପ୍ରସାରଣ : କ୍ୟାବିନେଟ୍‌ ମନ୍ତ୍ରୀ ହେଲେ ଚଭଡ଼ା

Published: Mar 9, 2019, 7:27 pm IST
jawahar chavada appointed as a cabinet minister in gujurat by cm

ଦ୍ୱିତୀୟଥର ପାଇଁ କ୍ୟାବିନେଟ୍‌ ସମ୍ପ୍ରସାରଣ କରିଛନ୍ତି ଗୁଜରାଟ ସରକାର । ଜଣେ ବିଜେପିର ବରିଷ୍ଠ ନେତା ଏବଂ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ୨ ଜଣ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି । ଶୁକ୍ରବାର ଦିନ ବିଜେପିରେ ମିଶିଥିବା କଂଗ୍ରେସ ବିଧାୟକଙ୍କ ଜୱାହର ଚଭଡ଼ା କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିବାବେଳେ ଅନ୍ୟ ୨ ଜଣ ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି। ୩ ନୂଆ ମନ୍ତ୍ରୀଙ୍କ ସହ ରୂପାନୀ ସରକାରରେ ମନ୍ତ୍ରୀସଂଖ୍ୟା ୨୪ରେ ପହଞ୍ଚିଛି । କଂଗ୍ରେସ ଓବିସି ନେତା ବିଧାୟକ ଅଳ୍ପେଶ ଠାକୁର ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଅଳ୍ପେଶ ଠାକୁର ସମସ୍ତ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ସେ କଂଗ୍ରେସରେ ରହିବେ ଓ ଲୋକଙ୍କ ସମସ୍ୟାର ସମାଧାନ କରିବା ହେଉଛି ତାଙ୍କର ପ୍ରାଥମିକତା ବୋଲି ସେ କହିଛନ୍ତି ।

Related posts