ଅଣ୍ଡରଓ୍ବାର୍ଲଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌କୁ କରୋନା!

Published: Jun 5, 2020, 9:54 pm IST

କରାଚୀ : କରୋନା କବଳରେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ । ଦାଉଦ ଏବଂ ତା’ସ୍ତ୍ରୀ କରୋନା ପଜିଟିଭ୍ ଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହି ଘଟଣା ପରେ ଦାଉଦର ସମସ୍ତ ଗାର୍ଡ ଓ ଷ୍ଟାଫଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିବା ନେଇ ମଧ୍ୟ ଖବର ପ୍ରକାଶ ପାଇଛି । ସେହିପରି କରାଚୀର ଆର୍ମି ହସ୍ପିଟାଲରେ ଦାଉଦକୁ ଭର୍ତ୍ତି କରାଯାଇଥିବା ନେଇ ମଧ୍ୟ ଖବର ପ୍ରକାଶ ପାଇଛି ।

ଦାଉଦ୍‌ ପାକିସ୍ତାନରେ ଲୁଚି ରହିଥିବା ନେଇ ନିୟମିତ ଖବର ପ୍ରକାଶ ପାଉଥିବା ବେଳେ ପାକିସ୍ତାନ ପକ୍ଷରୁ ସର୍ବଦା ଏହାକୁ ଖଣ୍ଡନ କରାଯାଇଛି । ତେବେ ଏହି ଘଟଣାକୁ ନେଇ ପାକିସ୍ତାନର ପ୍ରତିକ୍ରିୟା ମିଳିନଥିବା ବେଳେ ଦାଉଦ୍‌ର ଭାଇ ଅନୀସ୍‌ ଇବ୍ରାହିମ୍‌ ଏହାକୁ ଖଣ୍ଡନ କରିଛି । (ଏଜେନ୍ସି)

Related posts