Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ୟାକେଜ୍‌ ପରେ ପ୍ୟାକେଜ୍‌ର ଘୋଷଣା, ହେଲେ ସାଧାରଣ ଜନତାର ପେଟ ଖାଲି, ପକେଟ ବି ଖାଲି
ବିଶେଷ ଖବର

ପ୍ୟାକେଜ୍‌ ପରେ ପ୍ୟାକେଜ୍‌ର ଘୋଷଣା, ହେଲେ ସାଧାରଣ ଜନତାର ପେଟ ଖାଲି, ପକେଟ ବି ଖାଲି

June 6, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆମେ ଯାହା କିଛି କରୁଛୁ  ଆପଣମାନଙ୍କ ଜୀବନ ରକ୍ଷା ପାଇଁ କରୁଛୁ, ତେଣୁ ଆପଣମାନେ ଆମ କଥା ମାନିବାକୁ ବାଧ୍ୟ- ଏମିତି ଏକ ଧାରଣା ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ତରରେ ଦେଖିବାକୁ ମିଳୁଛି। ସରକାର ଭାବୁଛନ୍ତି, ଜୀବନ ବଞ୍ଚାଇବାକୁ ଯାଇ ଯାହା କିଛି କାଲେ ମଧ୍ୟ ଲୋକେ ଚୁପ ରହିବେ। କିଛିକାଂଶରେ ତାହା ସତ୍ୟ ମଧ୍ୟ। କରୋନାଜନିତ ମୃତ୍ୟୁ ଭୟ ଆମ ଲୋକଙ୍କୁ ଅଧିକ ଭୟାଳୁ କରି ଦେଇଛି। ଆମେରିକା, ଇଟାଲୀ, ଫ୍ରାନ୍ସ,, ବ୍ରାଜିଲ , ଇଂଲଣ୍ଡ ଭଳି ଦେଶରେ ମରିଥିବା ଲୋକମାନଙ୍କ ସଂଖ୍ୟା ଦେଖିଲେ ଏ ଭୟ ସ୍ଵାଭାବିକ। ତେବେ ଜୀବିକା ବଦଳରେ ଜୀବନ ବଞ୍ଚାଇବାରେ ଆମେ ସତରେ ସଫଳ ହୋଇଛୁ କି? ଶେଷତମ ତଥ୍ୟ ଅନୁଯାୟୀ ଇରାନ ପରେ ଭାରତରେ ଏସିଆ ମହାଦେଶର ସର୍ବାଧିକ ମୃତ୍ୟୁ ରେକର୍ଡ କରାଯାଇଛି। ପାଖାପାଖି ୬୫୦୦ କରୋନା ଆକ୍ରାନ୍ତ ଭାରତୀୟ ଇତି ମଧ୍ୟରେ ମୃତ୍ୟୁ ବରଣ କଲେଣି। ଆମେ ହୁଏତ ଗୋଟେ ଆନୁମାନିକ ସଂଖ୍ୟା ଦେଖାଇ ଖୁସି ହେଉଛୁ। ଆମକୁ କୁହା ଯାଉଛି ଯେ ସରକାର ଯଦି କଡା ପଦକ୍ଷେପ ନେଇ ନଥାନ୍ତେ ତାହେଲେ ଏହି ସଂଖ୍ୟା ଲକ୍ଷ ଟପିଥାନ୍ତା!! ତେବେ ୬୫୦୦ ମୃତ୍ୟୁ ଏକ ଛୋଟ ସଂଖ୍ୟା କି? ଆଗକୁ ଏହି ସଂଖ୍ୟା ଯେ କେତେ ଅଧିକ ହେବ, ତାର ହିସାବ ଏବଠୁ କରିବା ସମ୍ଭବ ନୁହେଁ। ଆପାତତଃ ବର୍ତ୍ତମାନ ସମୟରେ ୨୦୦-୨୫୦ ଲୋକ ରୋଜ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଛନ୍ତି। ତେଣୁ ଲୋକଙ୍କୁ ବଞ୍ଚାଇବାରେ ଆମେ ଯେ ସଫଳ ହୋଇନାହୁଁ, ଏକଥା ମାନିବାରେ ଅସୁବିଧା ଅଛି କି?

କରୋନା ସଂକ୍ରମଣ କୁ ଆମେ ଅଟକ ରଖିଛୁ ସିନା, ଏହାକୁ ତଡିବାରେ ଆମେ ସଫଳ ହୋଇନାହୁଁ। ସବୁଠୁ କଠୋର ତାଲାବନ୍ଦ ସତ୍ତ୍ୱେ ପ୍ରତିଦିନ ଦେଶରେ ୯-୧୦ ହଜାର ଆକ୍ରାନ୍ତ ବଢୁଛନ୍ତି। ଦେଶରେ ହାରାହାରି ଲକ୍ଷେ ଲୋକଙ୍କର ପରୀକ୍ଷା ଆମେ କରୁଛେ। ୧୩୦ କୋଟି ଲୋକଙ୍କ ଲାଗି ଏହା ଯଥେଷ୍ଟ କି? ଆଗକୁ ସଂକ୍ରମଣ ବଢିଲା ପରେ ହୁଏତ ଆମ ଉପରେ ପରୀକ୍ଷା ଓ ଚିକତ୍ସାର ପ୍ରବଳ ଚାପ ଫଡିବ। ଏ ଚାପ କେବଳ ପ୍ରଶାସନିକ ନୁହେଁ। ଆଗକୁ ଦେଶ ଉପରେ ସବୁଠୁ ଅଧିକ ଅର୍ଥନୈତିକ ଚାପ ପଡିବାକୁ ଯାଉଛି। କେବଳ କରୋନା ପରୀକ୍ଷା ଲାଗି ଦୈନିକ ଆମକୁ ୧୦୦ କୋଟି ଟଙ୍କାର ଆବଶ୍ୟକତା ପଡୁଛି। ଯଦି ଶହେ ଦିନ ଲାଗି ଆମକୁ ଦୈନିକ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡେ ତାହେଲେ ୧୦୦ ଦିନରେ ୧୦ ହଜାର କୋଟି କେବଳ ପରୀକ୍ଷାରେ ଚାଲିଯିବ। ସେହିପରି ଚିକତ୍ସା ଖର୍ଚ୍ଚ ବାବଦକୁ ଅତି କମରେ ଲକ୍ଷାଧିକ କୋଟି ଟଙ୍କାର ଆବଶ୍ୟକତା ପଡିବ। ଏତେ ବଡ ଖର୍ଚ୍ଚ ପୂରଣ କରିବା ଲାଗି ଆମ ପାଖରେ ସମ୍ବଳ ଅଛି ତ!!

ଗୋଟେ ପକ୍ଷରେ ଅର୍ଥନୀତିକୁ ଆମେ ଏକ ପ୍ରକାର ସ୍ଥାଣୁ କରି ରଖିଛୁ। ଅର୍ଥନୀତି ସ୍ଥାଣୁ ହେଲେ ସରକାରୀ ଖଜଣା ଖାଲି ହେବା ସ୍ଵାଭାବିକ। ଆଜିର ତାରିଖରେ ସରକାରୀ ବଜେଟରେ ଘାଟାର ଅଙ୍କ ବଢି ଚାଲିଛି। ଆୟ ତୁଳନାରେ ବ୍ୟୟ ବହୁତ ଅଧିକ। ତେଣୁ ହିସାବ ଖାତାରେ ଏବେ ଗୋଟେ ବଡ ଫାଙ୍କ ଦିଶୁଛି। ଏହାକୁ ଅର୍ଥନୀତିର ଭାଷାରେ କୁହାଯାଏ “ଫିସ୍କାଲ ଡେଫିସିଟ”। ଅର୍ଥାତ ଖର୍ଚ୍ଚ ଲାଗି ହାତରେ ଧନର ଅଭାବ। ସେଥିଲାଗି ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ କହିଲେ ଯେ ଆଗାମୀ ବର୍ଷେ ଲାଗି କୌଣସି ନୂଆ ସରକାରୀ ଯୋଜନା ଆଉ ହୋଇ ପାରିବ ନାହିଁ। କେବଳ ନୂଆ ଯୋଜନା ନୁହଁ, ଅନେକ ପୂରୁଣା ଯୋଜନାରୁ ମଧ୍ୟ ଅର୍ଥକାଟ କରିବାକୁ ସରକାର ବାଧ୍ୟ ହେବେ। ବିନା ପଇସାରେ ଯୋଜନା ଚାଲିବା ସମ୍ଭବ ନୁହେଁ। ଏବେ ସବୁ କ୍ଷେତ୍ରରୁ ସରକାରଙ୍କ ପାଖକୁ ଆସୁଥିବା ଅର୍ଥର ସ୍ରୋତ ଶୁଖି ଯାଉଛି। ତେଣୁ ସରକାର ଏବେ ନିଜ ପାଖରେ ଥିବା ସମ୍ପତ୍ତି ବିକି ଅର୍ଥ ଠୁଳ କରିବାର ଉଦ୍ୟମ କରୁଛନ୍ତି। ବିଭିନ୍ନ ସରକାରୀ ଉଦ୍ୟୋଗକୁ ବିକିବା, ବ୍ୟାପକ ଘରୋଇକରଣକୁ ପ୍ରୋତ୍ସାହନ ଦେବା ଏବଂ ବିଦେଶୀ ପୁଞ୍ଜି ଆସୁ ବୋଲି ଯାବତୀୟ ଲୋକ ବିରୋଧୀ ଆଇନ ତିଆରି କରିବା ପଛରେ ଏହି ଉଦ୍ଦେଶ୍ୟ ହିଁ ରହିଛି।

ହେଲେ ଆଜିର ପୃଥିବୀରେ ଅର୍ଥନୀତିର ଅବସ୍ଥା ସବୁଠି ଖରାପ। ତେଣୁ ବିଦେଶୀ ପୁଞ୍ଜି ଯେ ଆମ ଦେଶକୁ ମାଡି ଆସିବ ସେ ସମ୍ଭାବନା ନାହିଁ। କରୋନା ଆରମ୍ଭ ହେବାର ବହୁ ଆଗରୁ ଆମ ଅର୍ଥନୀତି ଗୋଟେ ଖରାପ ସମୟ ରେ ପହଞ୍ଚି ସାରିଥିଲା। କରୋନା ବିପଦ ତାକୁ ଅଧିକ ଘନୀଭୂତ କରିଛି। ତେଣୁ ଖାଲି ଖଜଣା ଧରି କାଗଜ କଲମରେ ଆମ ସରକାର ଗୋଟେ ପରେ ଗୋଟେ ପ୍ଯାକେଜ ଘୋଷଣା କରି ଚାଲିଲେ। ଲୋକେ ଜାଣିଛନ୍ତି, ପ୍ଯାକେଜ ଘୋଷଣାରେ ପେଟ ପୂରିବ ନାହିଁ କିମ୍ବା ଘର ଚଳିବ ନାହିଁ। କରୋନା ସଂକ୍ରମଣର ଭୟ ସତ୍ତ୍ୱେ ଲୋକ ଏବେ କାମକୁ ଫେରିବାକୁ ବିକଳ। ହେଲେ ସରକାର କାମ ଖୋଲିବାକୁ ଡରୁଛନ୍ତି। ଖାଲି ପକେଟ ଓ ଭୋକିଲା ପେଟ ନେଇ ଏବେ ପ୍ୟାକେଜର ଶୁଖିଲା କାଗଜ କୁ ଆମେ ଦେଖୁଛେ। ବୋଧେ ଆଗାମୀ ଦିନରେ ଆମକୁ ସରକାରୀ ଭାଷଣ ଶୁଣି ଅନେକ ଦିନ ଯାଏଁ ବଞ୍ଚିବାକୁ ପଡିବ!!

Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026
Latest News

ଟି-୨୦ ବିଶ୍ୱକପ୍ ଜିତିବା ପରେ ଅଜିତ ଅଗରକରଙ୍କ ଅନନ୍ୟ ଦାବି: ସ୍ଵୀକାର କରିବ କି ବିସିସିଆଇ?

March 19, 2026

ଆଜି ଜେଡିୟୁ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ ନୀତିଶ କୁମାର

March 19, 2026

ଟ୍ରକ୍ ଧକ୍କାରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ

March 19, 2026

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା: ସମ୍ପୃକ୍ତ ୪ ଯୁବକ ଗିରଫ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.