Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତରେ ଭ୍ରଷ୍ଟାଚାରର କରୋନା ଅବତାର, ଏକ ଦୀର୍ଘ ରାଜନୈତିକ କାହାଣୀ
ବିଶେଷ ଖବର

ଭାରତରେ ଭ୍ରଷ୍ଟାଚାରର କରୋନା ଅବତାର, ଏକ ଦୀର୍ଘ ରାଜନୈତିକ କାହାଣୀ

June 8, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଭାରତରେ ଯେତେବେଳେ ଭ୍ରଷ୍ଟାଚାରର ଇତିହାସ ଲେଖାହେବ, ସେତେବେଳେ ୨୦୧୪ ମସିହାକୁ ଏକ ଲକ୍ଷ୍ମଣରେଖା ଭାବରେ ବିବେଚନା କରାଯିବ। ୨୦୧୪ ପୂର୍ବରୁ ଭ୍ରଷ୍ଟାଚାରର ଅଭିଯୋଗ ଆସିଲା ମାତ୍ରେ ସମ୍ପୃକ୍ତ ସରକାରଙ୍କୁ ଏଥିଲାଗି ଦାୟୀ କରା ଯାଉଥିଲା। ଅନେକ ସମୟରେ ଅଭିଯୋଗ ଆସିବା କ୍ଷଣି ମନ୍ତ୍ରୀମାନେ ଇସ୍ତଫା ଦେଉଥିଲେ। ଅନେକ ମୁଖ୍ୟମନ୍ତ୍ରୀ ମଧ୍ୟ ଅଭିଯୋଗ ଆଧାରରେ ଇସ୍ତଫା ଦେଇଛନ୍ତି କିମ୍ବା ସେମାନଙ୍କୁ ଦଳର ହାଇକମାଣ୍ଡ ବିଦା କରିଛନ୍ତି। ୯୯% ଅଭିଯୋଗ ଅଦାଲତରେ ପ୍ରମାଣିତ ହୋଇପାରି ନାହିଁ। ଅଭିଯୁକ୍ତମାନେ ଛାଡ ପାଇଛନ୍ତି, ହେଲେ ଭ୍ରଷ୍ଟାଚାରକୁ ନେଇ ଲୋକଙ୍କ ମନରେ ଯେଉଁ ଛାପ ତିଆରି ହୋଇଛି, ତାହା ଦୂର ହୋଇନାହିଁ। ଏ ପ୍ରସଙ୍ଗରେ ଦୁଇଟି ବଡ ଉଦାହରଣ ହେଉଛି ଅଶି ଦଶକର ବୋଫୋର୍ସ ଏବଂ ଏହି ଦଶକର ୨-ଜି ଘୋଟାଲା। ଏହି ଦୁଇଟି ଯାକ ମାମଲାରେ କଂଗ୍ରେସ ସରକାର ଅପଦସ୍ତ ହୋଇଥିଲେ। ଏହି ଅଭିଯୋଗ ଆଧାରରେ ସରକାର ଲୋକପ୍ରିୟତା ହରାଇଥିଲେ। ହେଲେ ଅଦାଲତରେ ଏହି ଦୁଇଟି ଯାକ ମାମଲା ପ୍ରମାଣିତ ହୋଇ ପାରିନଥିଲା। ଅଭିଯୋଗ ଆଧାରରେ କଂଗ୍ରେସକୁ ଦୁର୍ନୀତିଗ୍ରସ୍ତ ବୋଲି ପ୍ରଚାର କରି କ୍ଷମତାକୁ ଆସିଥିବା ଭାରତୀୟ ଜନତା ପାର୍ଟି କିନ୍ତୁ ୨୦୧୪ ପରେ ଦୁର୍ନୀତିର ଚରିତ୍ର ଓ ଚେହେରା ପୂରା ବଦଳାଇ ଦେଲା। ମୋଦୀ ସରକାର ଅମଳରେ ଅଭିଯୋଗକୁ ନେଇ କୌଣସି ରାଜନୈତିକ ପଦକ୍ଷେପ ନ ନେବାର ଏକ ବିରଳ ଉଦାହରଣ ତିଆରି କରାଗଲା। ଯିଏ ଯାହା ଅଭିଯୋଗ କାଲେ ମଧ୍ୟ ସରକାର ଏ ପ୍ରସଙ୍ଗରେ ନୀରବ ରହିବାର ଏକ ନୂଆ ନୀତି ଗ୍ରହଣ କଲେ। ରାଜ୍ୟ ସ୍ତରରେ ବ୍ୟାପମ ମାମଲା ହେଉ ବା ଜାତୀୟ ସ୍ତରରେ ରାଫାଲେ ମାମଲା, ଏହା କେବଳ ଅଭିଯୋଗ ସ୍ତରରେ ରହିଗଲା।

ଭ୍ରଷ୍ଟାଚାରର ଏହି ପୃଷ୍ଠଭୂମି ଦେବା ପଛରେ ଆମର ଏକମାତ୍ର ଉଦ୍ଦେଶ୍ୟ ହେଉଛି, ଆଜିର ମହାମାରୀ ସମୟରେ ଭ୍ରଷ୍ଟାଚାରର ଏକ ଲମ୍ବା ଅଭିଯୋଗ ବିଭିନ୍ନ ରାଜ୍ୟରୁ ଆସୁଛି। ବିଜେପି ଶାସିତ ହିମାଚଳ ପ୍ରଦେଶରେ କରୋନା ସମୟରେ କିଣା ଯାଇଥିବା ବିଭିନ୍ନ ଉପକରଣକୁ ନେଇ ବଡ ଅଭିଯୋଗ ଆସିଥିଲା। ସେହି ମାମଲାରେ ହିମାଚଳର ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଗିରଫ ହୋଇଥିବା ବେଳେ ରାଜ୍ୟ ବିଜେପି ସଭାପତିଙ୍କର ସମ୍ପୃକ୍ତି ଅଭିଯୋଗ ମଧ୍ୟ ଆସିଥିଲା। ସେହି ଅଭିଯୋଗରେ ହିମାଚଳ ପ୍ରଦେଶ ବିଜେପି ସଭାପତିଙ୍କୁ ଦାୟିତ୍ବରୁ ବିଦା କରାଯାଇଛି। ହେଲେ ଏଇ ପ୍ରସଙ୍ଗକୁ ଜାତୀୟ ସ୍ତରରେ ଚର୍ଚ୍ଚା କରାଯାଇନାହିଁ।

ସେହିପରି ବିଜେପି ଶାସିତ ଅନ୍ୟ ଦୁଇ ରାଜ୍ୟ କର୍ଣ୍ଣାଟକ ଓ ଗୁଜରାଟରେ ମଧ୍ୟ ଭେଣ୍ଟିଲେଟର କିଣାକୁ ନେଇ ଦୁର୍ନୀତି ଅଭିଯୋଗ ଆସିଛି। କଳା ତାଲିକା ଭୁକ୍ତ କମ୍ପାନୀରୁ ଔଷଧ ଓ ଉପକରଣ କିଣିବା, ନିମ୍ନମାନର ଭେଣ୍ଟିଲେଟର କିଣି ରୋଗୀଙ୍କ ଜୀବନ ସହ ଖେଳ ଖେଳିବା ଭଳି ଅଭିଯୋଗ ଏହି ଦୁଇ ରାଜ୍ୟରେ ଆସିଛି। ତେବେ ଏହି ସବୁ ଅଭିଯୋଗ କେବଳ ରାଜନୈତିକ ଆରୋପ ପ୍ରତ୍ୟାରୋପ ଭିତରେ ସୀମିତ ରହିଛି।

ସେହି କ୍ରମରେ ଓଡିଶାରେ ମଧ୍ୟ ସର୍ଜିକାଲ ମୁଖା ଏବଂ ପିପିଇ କିଣାକୁ ନେଇ ଏବେ ଅଭିଯୋଗ ଆସୁଛି। ଉଭୟ ବିରୋଧୀ ଦଳ କଂଗ୍ରେସ ଏବଂ ବିଜେପି ଓଡିଶାର ବିଜେଡି ସରକାରଙ୍କ ବିରୋଧରେ ଭ୍ରଷ୍ଟାଚାରର ଗମ୍ଭୀର ଆରୋପ ଲଗାଉଛନ୍ତି। ସମ୍ପ୍ରତି କରୋନାର ଭୟାବହତା ତୁଳନାରେ କରୋନା ଜନିତ ଭ୍ରଷ୍ଟାଚାର ପ୍ରସଙ୍ଗ ଗଣମାଧ୍ୟମରେ ଅଧିକ ଚର୍ଚ୍ଚିତ ହେଉଛି। ବିରୋଧୀ ଅଭିଯୋଗ କରୁଛନ୍ତି, ସରକାର ତାକୁ ଖଣ୍ଡନ କରୁଛନ୍ତି। ବିଜେପି ତରଫରୁ ଏହାକୁ ବାରମ୍ବାର ଗଣମାଧ୍ୟମରେ ଏକ ବଡ ପ୍ରସଙ୍ଗ ଭାବେ ଉଠାଇବାର ଉଦ୍ୟମ ଚାଲିଛି। ହେଲେ ବିଜେପିର ନିଜ ରାଜ୍ୟ ସରକାର ଗୁଡିକ ଏହି ସମାନ ଅଭିଯୋଗକୁ ଖାତିର କରୁନାହାନ୍ତି।

ବିରୋଧୀଙ୍କ ଭ୍ରଷ୍ଟାଚାର ଅଭିଯୋଗକୁ ଗୁରୁତ୍ଵ ନଦେବାର ରାଜନୈତିକ କୌଶଳ ଅନ୍ୟ ରାଜନୈତିକ ଦଳମାନେ ବିଜେପି ପାଖରୁ ହିଁ ଶିଖିଛନ୍ତି। ତେଣୁ ରାଜ୍ୟ ବିଜେପି ଓଡିଶାରେ ଭ୍ରଷ୍ଟାଚାର ପ୍ରସଙ୍ଗରେ ଯେତେ ଅଭିଯୋଗ ଆଣିଲେ ମଧ୍ୟ ସେଥିପ୍ରତି ବିଜେଡି ସରକାର କର୍ଣ୍ଣପାତ କରିବାକୁ ଚାହୁଁ ନାହାନ୍ତି। କରୋନା ମୁକାବିଲା ପାଇଁ ଜରୁରୀକାଳୀନ ଆବଶ୍ୟକତା ଆଳରେ ଅନେକ ଭ୍ରଷ୍ଟାଚାରର ସୁଯୋଗ ସୃଷ୍ଟି ହୋଇଛି। ଏହାର ଫାଇଦା ଉଠାଇ ଆମର ଭ୍ରଷ୍ଟାଚାରୀ ବାବୁ ଓ ରାଜନେତାମାନେ ଭଲ କେଳେଙ୍କାରୀ କରୁଛନ୍ତି। ହେଲେ ସେମାନଙ୍କ ଉପରେ କାର୍ୟାନୁଷ୍ଠାନ ନେବାକୁ, ପ୍ରମାଣ ମିଳିବ ନାହିଁ। ବିଜେପିର ନିଜସ୍ଵ ସୂତ୍ର ଅନୁସାରେ ବିରୋଧୀଙ୍କ ଅଭଯୋଗର କୌଣସି ପ୍ରଭାବ ସରକାରଙ୍କ ଉପରେ ପଡୁନାହିଁ  କି ଆଗକୁ ମଧ୍ୟ ପଡିବ ନାହିଁ।

କରୋନା ସଂକ୍ରମଣର ଏହି ବିପଦ ସମୟରେ ଆମ ଶାସନ ଓ ରାଜନୀତିର ଏକ ମାନବୀୟ ପକ୍ଷ ଆମେ ଦେଖିବାର ଆଶା ରଖିଥିଲୁ। ସ୍ଵଚ୍ଛତା ଓ ଭ୍ରଷ୍ଟାଚାରମୁକ୍ତ ଶାସନ ବ୍ୟବସ୍ଥା ଏହି ସମୟର ବଡ ଆବଶ୍ୟକତା ଥିଲା। ହେଲେ ଶାସନରେ ସ୍ଵଚ୍ଛତାକୁ ଅଣଦେଖା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ନାମକ ଏକ ବିକଳ୍ପ ପାଣ୍ଠି ଗଠନ କରାଗଲା। ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠି ଥିବା ସତ୍ତ୍ୱେ ଏପ୍ରକାର ଏକ ଫଣ୍ଡର କି ଆବଶ୍ୟକତା ରହିଛି, ତାହା ଏ ଯାଏ ବୁଝା ପଡୁନି। ସେହିପରି ଏହି ପାଣ୍ଠିକୁ ସୂଚନା ଅଧିକାର ଆଇନ ବାହାରେ ରଖା ଯାଇଛି ଓ ନାଗରିକମାନଙ୍କୁ ଏହି ପାଣ୍ଠି ସମ୍ପର୍କରେ ସବିଶେଷ ସୂଚନା ଦେବାକୁ ସରକାର ଚାହୁଁ ନାହାନ୍ତି। ଏହି ପାଣ୍ଠିର ତଥ୍ୟ ମୁମ୍ବାଇ ହାଇକୋର୍ଟରେ ମଧ୍ୟ ଦିଆଯାଇପାରିବ ନାହିଁ ବୋଲି ସରକାର ଯୁକ୍ତି କରୁଛନ୍ତି।

ସ୍ବଚ୍ଛତା ନଥିବା ଏକ ପାଣ୍ଠି ବ୍ୟବସ୍ଥା ଗଣତନ୍ତ୍ର ରେ ଗ୍ରହଣୀୟ କି? ଯଦି ପ୍ରଶାସନର ସର୍ବୋଚ୍ଚ ସ୍ତରରେ ସ୍ବଚ୍ଛତା ରହିବ ନାହିଁ, ଏହା ରାଜ୍ୟ ସ୍ତରରେ ଓ ଆହୁରି ତଳ ସ୍ତରରେ ଦୁର୍ନୀତିକୁ ପ୍ରୋତ୍ସାହିତ କରିବ ନାହିଁ କି?

Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026
Latest News

ଟି-୨୦ ବିଶ୍ୱକପ୍ ଜିତିବା ପରେ ଅଜିତ ଅଗରକରଙ୍କ ଅନନ୍ୟ ଦାବି: ସ୍ଵୀକାର କରିବ କି ବିସିସିଆଇ?

March 19, 2026

ଆଜି ଜେଡିୟୁ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ ନୀତିଶ କୁମାର

March 19, 2026

ଟ୍ରକ୍ ଧକ୍କାରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ

March 19, 2026

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା: ସମ୍ପୃକ୍ତ ୪ ଯୁବକ ଗିରଫ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.