ନୂଆଦିଲ୍ଲୀ : ବିଶ୍ବରେ କରୋନା ସ୍ଥିତି ବେଶ୍ ଜଟିଳ ଥିବାବେଳେ । ଭାରତରେ ମଧ୍ୟ ସ୍ଥିତି ଅନିୟନ୍ତ୍ରିତ ହେଉଛି । ଦେଶରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ସଂକ୍ରମିତଙ୍କ ସଂଖ୍ୟା 2 ଲକ୍ଷ 56 ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 7 ହଜାର ପାର ହେଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ 24 ଘଣ୍ଟାରେ 983 ନୂଆ ମାମଲା ସାମନାକୁ ଆସିଥିବାବେଳେ 206ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 2 ଲକ୍ଷ 56 ହଜାର 611 ରେ ପହଞ୍ଚିଥିବାବେଳେ ଏପର୍ଯ୍ୟନ୍ତ ଭାରତରେ 7 ହଜାର 135 ଜଣଙ୍କ ମୃତ୍ୟୁ ଘଟିଛି । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 1,24 ହଜାର 095ଜଣ ସୁସ୍ଥ ହୋଇଛନ୍ତି । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 1 ଲକ୍ଷ 25 ହଜାର 381ଜଣ ସକ୍ରିୟ ଅଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ 85 ହଜାର 956 ଜଣ ସଂକ୍ରମିତ ଥିବା ବେଳେ 3 ହଜାରରୁ ଅଧିକ ମୃତ୍ୟୁ ଘଟିଛି । ମହାରାଷ୍ଟ୍ରରେ 3060ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ତାମିଲନାଡୁରେ 269ଜଣଙ୍କର ମୃତ୍ୟୁ ହୋଇଛି । ଗୁଜୁରାଟରେ 1249, ରାଜସ୍ଥାନରେ 240, ଉତ୍ତରପ୍ରଦେଶରେ 275, ମଧ୍ୟପ୍ରଦେଶରେ 412, ଦିଲ୍ଲୀରେ 761 ଓ ପଶ୍ଚିମବଙ୍ଗରେ 396ଜଣଙ୍କ ମୃତ୍ୟୁ ହୋଇଛି ।
କେଉଁ ରାଜ୍ୟରେ କିପରି ରହିଛି ସ୍ଥିତି
ରାଜ୍ୟ |
ଆକ୍ରାନ୍ତ
|
ସୁସ୍ଥ | ମୃତ |
---|---|---|---|
ମହାରାଷ୍ଟ୍ର | 85975 | 39314 | 3060 |
ତାମିଲନାଡୁ | 31667 | 16999 | 269 |
ଦିଲ୍ଲୀ | 27654 | 10664 | 761 |
ଗୁଜୁରାଟ | 20070 | 13635 | 1249 |
ରାଜସ୍ଥାନ | 10599 | 7641 | 240 |
ଉତ୍ତରପ୍ରଦେଶ | 10536 | 6185 | 275 |
ମଧ୍ୟପ୍ରଦେଶ | 9401 | 6331 | 412 |
ପଶ୍ଚିମବଙ୍ଗ | 8187 | 3303 | 396 |
କର୍ଣ୍ଣାଟକ | 5452 | 2132 | 61 |
ବିହାର | 5088 | 2480 | 30 |
ଆନ୍ଧ୍ରପ୍ରଦେଶ | 4708 | 2682 | 75 |
ହରିୟାଣା | 4448 | 2134 | 28 |
ଜାମ୍ମୁ ଓ କାଶ୍ମୀର | 4087 | 1216 | 41 |
ତେଲେଙ୍ଗାନା | 3580 | 1710 | 123 |
ଓଡ଼ିଶା | 2856 | 1894 | 9 |
ପଞ୍ଜାବ | 2608 | 2106 | 51 |
ଆସାମ | 2565 | 615 | 4 |
କେରଳ | 1914 | 803 | 15 |
ଉତ୍ତରାଖଣ୍ଡ | 1355 | 528 | 13 |
ଝାଡଖଣ୍ଡ | 1099 | 490 | 7 |
ଚଣ୍ଡୀଗଡ | 1073 | 283 | 4 |
ତ୍ରିପୁରା | 800 | 192 | 0 |
ହିମାଚଳ ପ୍ରଦେଶ | 413 | 224 | 5 |
ଚଣ୍ଡୀଗଡ | 314 | 273 | 5 |
ଗୋଆ | 300 | 65 | 0 |
ମଣିପୁର | 172 | 52 | 0 |
ନାଗାଲାଣ୍ଡ | 118 | 8 | 0 |
ଲଦାଖ | 103 | 50 | 1 |
ପୁଡୁଚେରୀ | 99 | 36 | 0 |
ଅରୁଣାଚଳ ପ୍ରଦେଶ | 51 | 1 | 0 |
ମେଘାଳୟ | 36 | 13 | 1 |
ମିଜୋରାମ | 34 | 1 | 0 |
ଆଣ୍ଡାମାନ୍ ନିକୋବର | 33 | 33 | 0 |
ଦାଦ୍ରାନଗର ହାବେଳୀ | 20 | 2 | 0 |
ସିକିମ୍ | 7 | 0 | 0 |