ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷା କେନ୍ଦ୍ରରେ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ

Published: Jun 8, 2020, 4:34 pm IST

ଚାନ୍ଦିପୁର : ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷା କେନ୍ଦ୍ରରୁ 2 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ରହିଛି । ଏନେଇ ସୂଚନା ଦେଇଛନ୍ତି ଗୋଳାବାରୁଦ ପରୀକ୍ଷା କେନ୍ଦ୍ର ନିର୍ଦ୍ଦେଶକ । ଉଭୟ କର୍ମଚାରୀଙ୍କୁ କୋଲକାତାର ସ୍ବତନ୍ତ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରାନ୍ତ ଚିହ୍ନଟ ପରେ ସଂସ୍ଥାରେ ଆଜି ଦିନକ ପାଇଁ ଓ୍ବାର୍କ ଫ୍ରମ୍‌ ହୋମ୍‌ କରାଯାଇଛି ।ସୂଚନାଯୋଗ୍ୟ, ଦେଶର ପ୍ରତିରକ୍ଷା ସଚିବ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ପିଆଇବିର ପ୍ରଧାନ ନିର୍ଦ୍ଦେଶକ କେ ଏସ୍‌ ଧତଓ୍ବାଲିଆଙ୍କ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି ।

Related posts