Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତରେ କରୋନା ମୁକାବିଲା ପାଇଁ ରାଜନୈତିକ ଇଚ୍ଛାଶକ୍ତି ଓ ଏକ ସ୍ପଷ୍ଟ ରଣନୀତି ଦୃଶ୍ୟମାନ ହେଉନାହିଁ
ବିଶେଷ ଖବର

ଭାରତରେ କରୋନା ମୁକାବିଲା ପାଇଁ ରାଜନୈତିକ ଇଚ୍ଛାଶକ୍ତି ଓ ଏକ ସ୍ପଷ୍ଟ ରଣନୀତି ଦୃଶ୍ୟମାନ ହେଉନାହିଁ

June 12, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଭାରତର ବିବିଧତା କେବଳ ଭୌଗୋଳିକ ବା ସାମାଜିକ ନୁହେଁ, ଏହା ଅନେକାଂଶରେ ପ୍ରତିଟି କ୍ଷେତ୍ରରେ ଅଲଗା। କରୋନା ସଂକ୍ରମଣ ସମୟରେ ମଧ୍ୟ ଏ ବିବିଧତାର ଏକ ବିଶେଷ ଗୁରୁତ୍ଵ ରହିଛି। ଯେତେବେଳେ ଗୋଟେ ବଡ ଜନସ୍ୱାସ୍ଥ୍ୟ ଜନିତ ସଙ୍କଟ ଆସେ, ତାର ମୁକାବିଲା କରିବା ଆଗରୁ ସଂକ୍ରମଣର କ୍ଷେତ୍ରକୁ ବୁଝିବା ଅତ୍ୟନ୍ତ ଜରୁରୀ। ପୃଥିବୀର ୨୧୫ଟି ଦେଶରେ କରୋନା ସଂକ୍ରମଣ ବ୍ୟାପୀ ସାରିଥିଲେ ହେଁ ପ୍ରତ୍ୟେକ ଦେଶ ଓ କ୍ଷେତ୍ରରେ ଭୂତାଣୁ ସଂକ୍ରମଣର ପ୍ରକାରଭେଦ ଅଲଗା। ରାଜନୀତି, ଜନ ସ୍ଵାସ୍ଥ୍ୟନୀତି ଏବଂ ଲୋକ ଚରିତ୍ର ଉପରେ ସଂକ୍ରମଣର ତୀବ୍ରତା ନିର୍ଭର କରୁଛି। ଭିଏତନାମ, ଦକ୍ଷିଣ କୋରିଆ, ତାଞ୍ଜାନିଆ, ତାଇୱାନ,ନ୍ୟୁଜିଲାଣ୍ଡ,ଅଷ୍ଟ୍ରେଲିଆ ଓ କ୍ୟୁବା ଭଳି ଦେଶ କରୋନାର ବ୍ୟାପ୍ତିକୁ ଜବତ କରିବାରେ ସଫଳ ହୋଇଛନ୍ତି। ସର୍ବାଧିକ ଆକ୍ରାନ୍ତ ଥିବା ଚୀନ, ଇଟାଲୀ, ଜର୍ମାନୀ, ଫ୍ରାନ୍ସ, ସ୍ପେନ, ତୁର୍କୀ, ଇରାନ ପ୍ରଭୃତି ଦେଶରେ ଏବେ ସଂକ୍ରମଣ ହାର ଯଥେଷ୍ଟ କମୁଛି। ଏପରିକି ସର୍ବାଧିକ ଆକ୍ରାନ୍ତ ଆମେରିକାରେ ଗତ ସପ୍ତାହରୁ ସଂକ୍ରମଣ କମୁଥିବାର ସୂଚନା ମିଳୁଛି। ଏବେ ଯୁକ୍ତରାଷ୍ଟ୍ର ଆମେରିକାରେ ସଂକ୍ରମଣ ୮% ହାରରେ ବଢୁଛି।

ତେବେ ବର୍ତ୍ତମାନ ସମୟରେ ଯେଉଁ ସବୁ ଦେଶରେ କରୋନା ସଂକ୍ରମଣ ଉଗ୍ର ହେଉଛି ସେମାନେ ହେଲେ- ପାକିସ୍ତାନ-୪୧%, ଦକ୍ଷିଣ ଆଫ୍ରିକା -୪୧%, ବାଂଲାଦେଶ ୩୬%, ଚିଲି-୩୧%, ଭାରତ ୨୮% ଓ ବ୍ରାଜିଲ-୨୭%। ଏହି ସବୁ ଦେଶ ବର୍ତ୍ତମାନ କରୋନା ସଂକ୍ରମଣ ପାଇଁ ହଟସ୍ପଟ ପାଲଟିଛନ୍ତି। ଦକ୍ଷିଣ ଏସିଆର ତିନୋଟି ଦେଶ ଭାରତ, ପାକିସ୍ତାନ ଓ ବାଂଲାଦେଶରେ ସ୍ଥିତି ଗମ୍ଭୀର ହୋଇ ଚାଲିଛି। ଏହି ତିନୋଟି ଦେଶରେ ପୃଥିବୀର ୧୭୫ କୋଟି ଲୋକ ବସବାସ କରନ୍ତି। ତେଣୁ ଦକ୍ଷିଣ ଏସିଆରେ କରୋନା ସଂକ୍ରମଣ ରୋକିବା ଏବେ ପୃଥିବୀ ଲାଗି ସବୁଠୁ ବଡ ସମସ୍ୟା। ଏହି ଅଞ୍ଚଳରେ ଜନସ୍ୱାସ୍ଥ୍ୟ ପାଇଁ ସବୁଠୁ ଦୁର୍ବଳ ସୁବିଧା ରହିଛି। ତେଣୁ ଏ ଅଞ୍ଚଳରେ ସଂକ୍ରମଣ ରୋକା ନ ଗଲେ ସ୍ଥିତି ଆଗକୁ ଅତ୍ୟନ୍ତ ଗମ୍ଭୀର ହେବ।

ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ଆରମ୍ଭରୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଆମେ ଦେଖୁଛୁ। ସଂକ୍ରମଣ ରୋକିବାକୁ ବିଜ୍ଞାନ ସମ୍ମତ ଉପାୟ ଅପେକ୍ଷା ତାଳି,ଥାଳି, ଯୁଦ୍ଧ, ମହାଶକ୍ତି ଜାଗରଣ ଭଳି ରକ୍ଷଣଶୀଳ ସ୍ଲୋଗାନ ଉପରେ ଆମର ରାଜନୈତିକ ନେତୃତ୍ଵ ଅଧିକ ନିର୍ଭର କଲେ। ଆଜି ସଂକ୍ରମଣ ଯେତେବେଳେ ଶୀର୍ଷକୁ ଗତି କରୁଛି, ସେତେବେଳେ ଲୋକଙ୍କ ଜୀବନ ଅପେକ୍ଷା ରାଜନୈତିକ ବୟାନବାଜିରେ ସରକାର ଓ ସରକାରୀ ଦଳ ବ୍ୟସ୍ତ ରହୁଛନ୍ତି। ଯେଉଁ ରାଜ୍ୟରେ ମୁଖ୍ୟମନ୍ତ୍ରୀମାନେ ରାଜନୀତିର ଊର୍ଦ୍ଧ୍ବକୁ ଉଠି କାମ କରିଛନ୍ତି, ସେ ସବୁ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି। ପଞ୍ଜାବ, କେରଳ, ଛତିଶଗଡ, ଝାଡଖଣ୍ଡ, ଓଡିଶା ଓ ଉତ୍ତର ପୂର୍ବ ରାଜ୍ୟ ଗୁଡିକ କରୋନା ନିୟନ୍ତ୍ରଣରେ ଯଥେଷ୍ଟ ସଫଳ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିଲେ ମଧ୍ୟ ତାମିଲନାଡୁ ଓ ରାଜସ୍ଥାନ ସଂକ୍ରମଣକୁ ରୋକିବା ଲାଗି ଉଦାହରଣ ସୃଷ୍ଟି କଳା ଭଳି ପଦକ୍ଷେପ ନେଇଛନ୍ତି।

ତାମିଲନାଡୁରେ ୩୭ ହଜାରରୁ ଅଧିକ ଆକ୍ରାନ୍ତ ଅଛନ୍ତି, ହେଲେ ସେଠାରେ ମୃତ୍ୟୁ ସଂଖ୍ୟା ୩୨୬ ଏବଂ ଆରୋଗ୍ୟ ସଂଖ୍ୟା ୧୯୦୦୦ ରୁ ଅଧିକ। ରାଜସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାରରୁ ଅଧିକ ଥିବା ବେଳେ ଶେଠୀ ଆରୋଗ୍ୟ ହାର ୭୪%। ଭାରତ ସରକାର ଆଗାମୀ ସମୟ ଲାଗି ୬ ଟି ରାଜ୍ୟ ଓ ୬ ଟି ସହରକୁ ନେଇ ସ୍ଵତନ୍ତ୍ର ରଣନୀତି ତିଆରି କରିବାର ଆବଶ୍ୟକତା ରହିଛି। ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଦିଲ୍ଲୀ ଓ ପଶ୍ଚିମବଙ୍ଗ କୁ ଭିନ୍ନ ଏକ କ୍ଷେତ୍ର ଭାବରେ ବିବେଚନା କରି ସ୍ଵତନ୍ତ୍ର ରଣନୀତି ଏବେ ଜରୁରୀ। ସେହିପରି ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ,କଲିକତା, ଅହମଦାବାଦ ଓ ଇନ୍ଦୋର ସହରକୁ ନେଇ ଆଉ ଏକ ସ୍ଵତନ୍ତ୍ର ଯୋଜନାର ଆବଶ୍ୟକତା ରହିଛି। ଏହି ୬ ଟି ସହରରେ ପ୍ରାୟ ୨ ଲକ୍ଷ ଆକ୍ରାନ୍ତ ରହିଛନ୍ତି ଓ ସର୍ବାଧିକ ମୃତ୍ୟୁ ଏହି ସ୍ଥାନ ରେ ଘଟୁଛି।

ଦିଲ୍ଲୀ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଭିତରେ ସର୍ବୋଚ୍ଚ ବୁଝାମଣାର ଆବଶ୍ୟକତା ରହିଥିବା ବେଳେ ଏଠି ରାଜନୀତିର ସବୁଠୁ ବିକୃତ ଉଦାହରଣ ଆମେ ଦେଖୁଛୁ। ଦିଲ୍ଲୀ ସରକାରଙ୍କ ପାଖରେ ସୀମିତ କ୍ଷମତା ରହିଥିବାରୁ ଓ ଦିଲ୍ଲୀ ଶାସନର ଏକ ବଡ ଅଂଶ କେନ୍ଦ୍ର ଗୃହ ବିଭାଗ ହାତରେ ରହିଥିବାରୁ, ସେଠାରେ ଏକ ସ୍ଵତନ୍ତ୍ର କେନ୍ଦ୍ରୀୟ ଯୋଜନା ଏବଂ ରଣନୀତିର ଆବଶ୍ୟକତା ରହିଛି। ତାହା ନ କରି ରାଜନୈତିକ ନାଟକବାଜି କରିବାର ପରିଣତି ଯୋଗୁଁ ଏବେ ରାଜଧାନୀ ସହରରେ ଦୟନୀୟ ପରିସ୍ଥିତି ସୃଷ୍ଟି ହୋଇଛି।

ବର୍ତ୍ତମାନ ୬ ଟି ରାଜ୍ୟ ଓ ୬ ଟି ସହରକୁ ସର୍ବାଧିକ ପ୍ରାଥମିକତା ଦେଇ ଏକ ସ୍ଵତନ୍ତ୍ର କେନ୍ଦ୍ରୀୟ ରଣନୀତି ଭାରତ ସରକାର ପ୍ରସ୍ତୁତ କରିବା ଉଚିତ ହେବ। ଗତ କିଛି ଦିନ ହେଲାଣି କେନ୍ଦ୍ର ସରକାର କରୋନା ମୁକାବିଲା ତୁଳନାରେ ରାଜନୀତିକୁ ସର୍ବାଧିକ ଗୁରୁତ୍ଵ ଦେବା ଆରମ୍ଭ କରିଛନ୍ତି। ଏହି ସଂକ୍ରମଣ ସମୟରେ ଗୁଜରାଟରେ ରାଜ୍ୟସଭା ପାଇଁ ବିଧାୟକ କିଣାବିକା ପ୍ରକ୍ରିୟା ଜୋର ଚାଲିଥିବା ବେଳେ ଆଗକୁ ରାଜସ୍ଥାନ ଏବଂ ମହାରାଷ୍ଟ୍ର ସରକାର ଭାଙ୍ଗିବାର ଯୋଜନା ମଧ୍ୟ ଆଗେଇ ଚାଲିଛି। ଏ ପ୍ରକାର ରାଜନୈତିକ ଅନ୍ଧତ୍ଵ ଦେଶର ଜନ ଜୀବନକୁ ଅନ୍ଧାର ଆଡକୁ ଟାଣି ନେବା, ସେ କଥା ଆମର ରାଜନୈତିକ ନେତୃତ୍ଵ ଯେତେ ଶୀଘ୍ର ବୁଝିବେ, ସେତେ ଭଲ!!

Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026
Latest News

ଟି-୨୦ ବିଶ୍ୱକପ୍ ଜିତିବା ପରେ ଅଜିତ ଅଗରକରଙ୍କ ଅନନ୍ୟ ଦାବି: ସ୍ଵୀକାର କରିବ କି ବିସିସିଆଇ?

March 19, 2026

ଆଜି ଜେଡିୟୁ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ ନୀତିଶ କୁମାର

March 19, 2026

ଟ୍ରକ୍ ଧକ୍କାରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ

March 19, 2026

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା: ସମ୍ପୃକ୍ତ ୪ ଯୁବକ ଗିରଫ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.