ଭାରତରେ ଦିନକରେ ସର୍ବାଧିକ 10 ହଜାର 956 ଜଣ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା 8 ହଜାର 495 କୁ ବୃଦ୍ଧି

Published: Jun 12, 2020, 10:21 am IST

ନୂଆଦିଲ୍ଲୀ : ଭାରତରେ କରୋନା ମାମଲା ହୁ ହୁ ହୋଇ ବଢି ଚାଲିଛି । ପ୍ରତିଦିନ ପ୍ରାୟ 10 ହଜାର ମାମଲା ସାମନାକୁ ଆସୁଛି । ଆଜି ସର୍ବାଧିକ 10 ହଜାର ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 2ଲକ୍ଷ  97 ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 8 ହଜାର ପାର ହେଲାଣି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ  ଗତ 24 ଘଣ୍ଟାରେ 10 ହଜାର 956 ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 396କୁ ବୃଦ୍ଧି ହୋଇଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ2 ଲକ୍ଷ 97 ହଜାର 535 ରେ ପହଂଚିଛି ।  ଏପର୍ଯ୍ୟନ୍ତ ଭାରତରେ 8 ହଜାର 498 ଜଣଙ୍କ ମୃତ୍ୟୁ ଘଟିଛି ।  ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ  ଦେଶରେ ଏପର୍ଯ୍ୟନ୍ତ  1ଲକ୍ଷ 47 ହଜାର 195ଜଣ ସୁସ୍ଥ ହୋଇଛନ୍ତି। ସେହିପରି  1 ଲକ୍ଷ 41 ହଜାର 842 ସକ୍ରିୟ ଅଛନ୍ତି।

ଦେଶରେ ସର୍ବାଧିକ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ 97 ହଜାର 648 ଆକ୍ରାନ୍ତ ହୋଇଥିବାବେଳେ 3590ଜଣଙ୍କ ମୃତ୍ୟୁ ହୋଇଛି ।  ସେହିପରି ଗୁଜୁରାଟରେ 1385ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀରେ 1085, ପଶ୍ଚିମବଙ୍ଗରେ 442 ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

Related posts