ଉଦ୍ଧବ ସରକାରଙ୍କ ଆଉ ଏକ ମନ୍ତ୍ରୀ କରୋନାରେ ଆକ୍ରାନ୍ତ

Published: Jun 12, 2020, 11:15 am IST

ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ମାମଲା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। କରୋନା କବଳରେ ଏବେ ବହୁ ନାମୀଦାମୀ ହସ୍ତୀମାନେ ପଡିଥିବାର ଦେଖାଯାଉଛି। ଉଦ୍ଧବ ସରକାରଙ୍କ ଆଉ ଜଣେ ମନ୍ତ୍ରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ର ଜଣେ ମନ୍ତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି ।  ଧନଞ୍ଜୟଙ୍କ ସମେତ 6 ବ୍ୟକ୍ତିଗତ କର୍ମଚାରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ରହିଛି ।

ପୂର୍ବରୁ ଉଦ୍ଧବ ସରକାରଙ୍କ ମନ୍ତ୍ରୀ ଜିତେନ୍ଦ୍ର ଅହ୍ବାଡ ଓ ଅଶୋକା ଚୌହ୍ବାଣ ପ୍ରମୁଖ କରୋନା ସଂକ୍ରମିତ ହୋଇଥିଲେ। ଦୁହେଁ ସୁସ୍ଥ ହୋଇଥିବାବେଳେ ଏବେ ଉଦ୍ଧବ ସରକାରଙ୍କ ତୃତୀୟ କ୍ୟାବିନେଟ୍‌ ମନ୍ତ୍ରୀ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମନ୍ତ୍ରୀଙ୍କ ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କୁ କ୍ବାରେଣ୍ଟାଇନ୍‌ କରାଯାଇଛି।

ସୂଚନାଯୋଗ୍ୟ, ଗତ 24 ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ 152 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା 97 ହଜାର 648ରେ ପହଞ୍ଚିଛି। ସେହିପରି ରାଜ୍ୟରେ ମୃତ୍ୟୁ ସଂଖ୍ୟା 3590କୁ ବୃଦ୍ଧି ହୋଇଛି । (ଏଜେନ୍ସି)

Related posts