ସରକାରୀ କର୍ମଚାରୀଙ୍କ ପାଇଁ ନୂତନ ଆଦେଶ ଜାରି କଲେ ଆନ୍ଧ୍ର ସରକାର

Published: Jun 13, 2020, 9:25 am IST

ଆନ୍ଧ୍ରପ୍ରଦେଶ : ଦେଶରେ କରୋନା ମାମଲା ଦିନକୁ ଦିନ ବଢୁଚାଲିଛି । ଏହା ମଧ୍ୟରେ ଦେଶରେ ଅନ୍‌ଲକ୍‌ 1,0 ଜାରି ହୋଇଛି । ଏହି ପର୍ଯ୍ୟାୟରେ ରାଜ୍ୟ ରାଜ୍ୟ ଭିତରକୁ ଯିବାକୁ ମଧ୍ୟ ଅନୁମତି ମିଳିଛି । କିନ୍ତୁ ସଂକ୍ରମଣ ମାମଲା ବୃଦ୍ଧି ହେତୁ ରାଜ୍ୟସ୍ତରୀୟ କଟକଣା ଜାରି ରହିଛି । ଓଡ଼ିଶା ସରକାର ସପ୍ତାହକୁ ଦୁଇ ଦିନିଆ ସଟ୍‌ଡାଉନ୍‌ ଜାରି କରିଥିବାବେଳେ ଆନ୍ଧ୍ରପ୍ରଦେଶ ସରକାର କରୋନାକୁ ପ୍ରତିହତ କରିବା ପାଇଁ ଏକ ନୂତନ କଟକଣା ଜାରି କରିଛନ୍ତି । ଆନ୍ଧ୍ର ପ୍ରଦେଶ ସରକାର ନିଜର ଅଧିକାରୀ ଓ କର୍ମଚାରୀମାନଙ୍କୁ ରାଜ୍ୟ ବାହାରକୁ ଯାତ୍ରା କରିବା ଉପରେ କଟକଣା ଜାରି କରିଛନ୍ତି। କରୋନା ଭାଇରସ ବ୍ୟାପିବାକୁ ରୋକିବା ପାଇଁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଏହି ନିର୍ଦ୍ଦେଶାନାମାରେ  ଆଂଚଳିକ କାର୍ଯ୍ୟରେ ଜଡ଼ିତ ପଦାଧିକାରୀଙ୍କୁ  ଛାଡ଼ି ଅଧିକାରୀ ଓ କର୍ମଚାରୀମାନଙ୍କୁ ଏହି ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ଯେ ରାଜ୍ୟ ଭିତରେ ମଧ୍ୟ କମ ଯାତାୟତ କରନ୍ତୁ ଓ ବିଭାଗ ପ୍ରମୁଖଙ୍କ ଠାରୁ ଲିଖିତ ଅନୁମତି ବିନା ମୁଖ୍ୟାଳୟ ଛାଡ଼ି ଯାଆନ୍ତୁ ନାହିଁ ।

ସୂଚନାଯୋଗ୍ୟ, ଗତ 10 ଦିନ ମଧ୍ୟରେ ଆନ୍ଧ୍ର ପ୍ରଦେଶ ସଚିବାଳୟର 6ରୁ ଅଧିକ କର୍ମଚାରୀ  କରୋନାରେ ଆକ୍ରାନ୍ତ ହୋଇଛନ୍ତି । ହୋଇଛନ୍ତି । ସଚିବାଳୟରେ କାର୍ଯ୍ୟ କରୁଥିବା ଅଧିକାଂଶ କର୍ମଚାରୀ ହାଇଦ୍ରାବାଦର ଅଟନ୍ତି । କିଛି ଅଧିକାରୀ ନିୟମିତ ଭାବରେ ହାଇଦ୍ରାବାଦ ଓ ନୁଆଦିଲ୍ଲୀ ଯା ଆସ କରନ୍ତି । ସେହିପରି ନିଷଦ୍ଧାଚଂଳରେ ରହୁଥିବା ଅଧିକାରୀ ଓ କର୍ମଚାରୀ କାର୍ଯ୍ୟାଳୟ ଆସିବା ଉଚିତ ନୁହେଁ । ନିଷିଦ୍ଧାଚଂଳ କଟକଣା ନ ଉଠିବା ପର୍ଯ୍ୟନ୍ତ ଘରେ ରହି କାମ କରିବାକୁ ଆଦେଶ ଦିଆଯାଇଛି । (ଏଜେନ୍ସି)

Related posts