Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାନ୍ତି ହେବାର ବାହାନା କରି ପୋଲ ଉପରୁ ନଦୀକୁ ଡେଇଁଲେ ନବବିବାହିତା ବଧୂ
ଆଜିର ଖବର

ବାନ୍ତି ହେବାର ବାହାନା କରି ପୋଲ ଉପରୁ ନଦୀକୁ ଡେଇଁଲେ ନବବିବାହିତା ବଧୂ

June 14, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରାଜସ୍ଥାନ : ରାଜସ୍ଥାନରେ ସବାଈ ମାଧୋପୁରର ଏକ ବିବାହ ପରି ଖୁସି ଉତ୍ସବଟି ଦୁଃଖରେ ପରିଣତ ହୋଇଛି । ନବବିବାହିତା ବଧୂ ଜଣକ ରାସ୍ତାରେ ଗାଡି ଅଟକାଇ ନଦୀ ଭିତରକୁ ଡେଇଁପଡିଛନ୍ତି । ଏହା ଦେଖି ବର ସମେତ ବରର ଘର ଲୋକେ ହତଚକିତ ହୋଇପଡିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ସବାଇ ମାଧୋପୁରର ଅଲ୍ଲାପୁର ଗ୍ରାମରେ ଧୁମ୍‌ଧାମ୍‌ରେ ଜଣେ ଯୁବତୀଙ୍କ ବିବାହ ହୋଇଥିଲା । ବିବାହ ପରେ ଯୁବତୀ ଜଣକ ନିଜ ସ୍ବାମୀଙ୍କ ସହିତ ପ୍ରଥମ ଥର ପାଇଁ ଶାଶୁ ଘରକୁ ଯାଉଥିଲେ । ଯିବା ରାସ୍ତାରେ ଚମ୍ବଲ ନଦୀ ପୋଲ ଉପରେ ସେ ବାନ୍ତି କରିବା ପାଇଁ ଗାଡି ଅଟକାଇଥିଲେ । ଯୁବତୀ ଜଣକ ବାନ୍ତି କରିବା ପାଇଁ ଗାଡିରୁ ବାହାରି ହଠାତ୍‌ ସେ ପୋଲ ଉପରକୁ ଚଢି ନଦୀକୁ ଡେଇଁ ପଡିଥିଲେ । ଯୁବତୀଙ୍କର ହଠାତ୍‌ ଏପରି କାର୍ଯ୍ୟକୁ ଦେଖି କେହି କିଛି ବୁଝିପାରିନଥିଲେ । ଏହା ପରେ ବର ସମେତ ବରଘର ଲୋକେ ଚିଲ୍ଲାଇଥିଲେ। ସ୍ଥାନୀୟ ଲୋକେ ଏକାଠି ହୋଇଥିଲେ । ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ବୋଟ୍‌ ଜରିଆରେ ନଦୀ ଭିତରୁ ବଧୂକୁ ଖୋଜିଥିଲେ । କିନ୍ତୁ ବଧୂଙ୍କ କୌଣସି ଖୋଜ ଖବର ମିଳିନଥିଲା ।

ବିବାହ ସମୟରେ ବେଶ୍‌ ଖୁସି ଥିବା ଯୁବତୀ ଜଣକ ହଠାତ୍‌ ଏପରି କାର୍ଯ୍ୟ କ’ଣ ପାଇଁ କଲେ ସେନେଇ କୌଣସି ସୂଚନା ମିଳିପାରିନାହିଁ । ତଥାପି ପୋଲିସ୍‌ ଏହି ଘଟଣାର ତଦନ୍ତ ଜାରି ରହିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତିତ, କିନ୍ତୁ ଭାରତ ପାଇଁ କିଛି ଭଲ ଖବର: ଜାଣନ୍ତୁ…

March 25, 2026

ଭାରତ ସରକାରଙ୍କ ବଡ଼ ପଦକ୍ଷେପ: ତିନି ମାସ ମଧ୍ୟରେ PNG ସଂଯୋଗ ନକଲେ ମିଳିବନି LPG

March 25, 2026

ବିହାରର ନୂତନ ମୁଖ୍ୟମନ୍ତ୍ରୀଙ୍କୁ ମନୋନୀତ କରିବେ ନୀତିଶ କୁମାର?: ସ୍ପଷ୍ଟ କଲେ ବିଜେପି ରାଜ୍ୟ ସଭାପତି

March 25, 2026

ପାକିସ୍ତାନରେ ଅଧିକ ଦରମା ସତ୍ତ୍ୱେ IPLରେ ଯୋଗଦେଲେ ଏହି ଖେଳାଳି: ଧୋନିଙ୍କ ସହିତ ଖେଳିବାକୁ ଆଗ୍ରହୀ

March 25, 2026
Latest News

ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତିତ, କିନ୍ତୁ ଭାରତ ପାଇଁ କିଛି ଭଲ ଖବର: ଜାଣନ୍ତୁ…

March 25, 2026

ଭାରତ ସରକାରଙ୍କ ବଡ଼ ପଦକ୍ଷେପ: ତିନି ମାସ ମଧ୍ୟରେ PNG ସଂଯୋଗ ନକଲେ ମିଳିବନି LPG

March 25, 2026

ବିହାରର ନୂତନ ମୁଖ୍ୟମନ୍ତ୍ରୀଙ୍କୁ ମନୋନୀତ କରିବେ ନୀତିଶ କୁମାର?: ସ୍ପଷ୍ଟ କଲେ ବିଜେପି ରାଜ୍ୟ ସଭାପତି

March 25, 2026

ରତ୍ନ ଭଣ୍ଡାରର ଗଣତିମଣତି ଆରମ୍ଭ: ଜାଣନ୍ତୁ ଏହାର ପ୍ରକ୍ରିୟା ଏବଂ ପୂର୍ବରୁ କେତେ ଥିଲା ଅଳଙ୍କାର?

March 25, 2026

ପାକିସ୍ତାନରେ ଅଧିକ ଦରମା ସତ୍ତ୍ୱେ IPLରେ ଯୋଗଦେଲେ ଏହି ଖେଳାଳି: ଧୋନିଙ୍କ ସହିତ ଖେଳିବାକୁ ଆଗ୍ରହୀ

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.