ପ୍ରେମିକାକୁ ଦେଖାକରିବାକୁ ଯାଇ ପାଇପ୍‌ରୁ ଖସି ମୃତ୍ୟୁବରଣ କଲେ ଡାକ୍ତର

Published: Jun 15, 2020, 9:35 am IST

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଡାକ୍ତରଙ୍କର ପାଇପ୍‌ରୁ ଖସି ପଡିବା ଯୋଗୁଁ ମୃତ୍ୟୁ ଘଟିଛି ।  ମିଳିଥିବା ସୂଚନା ଅନୁସାରେ ଯୁବ ଡାକ୍ତର ଜଣକ ନିଜ ପ୍ରେମିକାକୁ ଦେଖା କରିବାକୁ ହଷ୍ଟେଲେ ଯାଇଥିଲେ । ପ୍ରେମିକାଙ୍କ ସହ ଦେଖା କରି ହଷ୍ଟେଲ୍‌ର ପାଇପ ପଟେ ଆସୁଥିବାବେଳେ ଗୋଡ ଖସି ଯାଇ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରାଯାଇଥିଲା ।

ଇନ୍ଦୋରର ଇଣ୍ଡେକ୍ସ ମେଡ଼ିକାଲ କଲେଜରେ ଏହି ଘଟଣାଟି ଘଟିଥିବାର ସୂଚନା ରହିଛି । ଜଣେ ଡାକ୍ତର ତାଙ୍କ ପ୍ରେମିକାକୁ ପ୍ରେମିକାକୁ ଦେଖା କରି ହଷ୍ଟେଲ୍‌ର ତୃତୀୟ ମହଲାରୁ ପାଇପ ଯୋଗେ ତଳକୁ ଆସୁଥିବାବେଳେ ଖସିଯାଇ ମୃତ୍ୟୁବରଣ କରିଛନ୍ତି।

ଡାକ୍ତର ଓ ତାଙ୍କ ପ୍ରେମିକା ଏକାଠି ଏମ୍‌ବିବିଏସ୍‌ ପଢି ଥିବାବେଳେ ଡାକ୍ତର ଜଣକ ଇଣ୍ଡେକ୍ସ ହସପିଟାଲରେ ଇଣ୍ଟର୍ଣ୍ଣସିପ୍‌ କରୁଥିଲେ। ଲକ୍‌ଡାଉନ୍‌ରୁ ଟିକିଏ କୋହଳ ମିଳିବା ପରେ ସେ ତାଙ୍କ ପ୍ରେମିକାକୁ ସାକ୍ଷାତ କରିବାକୁ ଯାଇଥିଲେ । ନିକଟରେ ତାଙ୍କ ପ୍ରେମିକା ଇନ୍ଦୋର ଆସିଥିଲେ । ତେବେ ଏହି ଘଟଣାରେ ପୋଲିସ୍‌ ତଦନ୍ତ ଜାରି ରଖିଛି । (ଏଜେନ୍ସି)

Related posts