Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅଲ୍‌ବିଦା ସୁଶାନ୍ତ : ଅଧାରେ ରହିଗଲା ଅନେକ ଫିଲ୍ମ
ବିଶେଷ ଖବର

ଅଲ୍‌ବିଦା ସୁଶାନ୍ତ : ଅଧାରେ ରହିଗଲା ଅନେକ ଫିଲ୍ମ

June 15, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଜଣେ କଳାକାରର କେବେ ମୃତ୍ୟୁ ହୋଇନଥାଏ । ସେ ତା’ର ପ୍ରତିଟି ଚରିତ୍ର ଭିତରେ ପୁନର୍ଜୀବନ ପାଇଥାଏ । ଯଦିଓ ସେ ଆମ ଗହଣରେ ନଥା‘ନ୍ତି କିନ୍ତୁ ତାଙ୍କର ପ୍ରତ୍ୟେକ ସ୍ବାକ୍ଷରରେ ସେ ସର୍ବଦା ଜୀବିତ ରହିଥାନ୍ତି । ଆଜି ଆମ ଗହଣରୁ ଜଣେ ଉଦୀୟମାନ ଯୁବ କଳାକାର ସୁଶାନ୍ତ ସିଂହ ରାଜପୁତ୍‌ ବିଦାୟ ନେଇଛନ୍ତି । କିନ୍ତୁ ସେ ପଛରେ ଛାଡି ଯାଇଛନ୍ତି ତାଙ୍କର ଅମ୍ଳାନ ସ୍ବାକ୍ଷର ।

ବଲିଉଡର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆଜିର ମୁମ୍ବାଇଠାରେ ଅନ୍ତିମ ସଂସ୍କାର ହେବ । ବିହାରରୁ ତାଙ୍କ ପରିବାର ମୁମ୍ବାଇ ଆସି ପହଞ୍ଚୁଛନ୍ତି । ବଲିଉଡ୍‌ର ଜଣେ ଉଦୀୟମାନ ତାରକାଙ୍କ ଏପରି ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । କେବଳ ଅଭିନୟ ନୁହେଁ, ପାଠରେ ମଧ୍ୟ ବେଶ୍‌ ସଫଳତା ହାସଲ କରିଥିଲେ ସୁଶାନ୍ତ । କିନ୍ତୁ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଇ ସାରା ଦେଶବାସୀଙ୍କ ଚକିତ କରି ଦେଇଛନ୍ତି । ବଲିଉଡ୍‌ ସମେତ ସାରା ଦେଶ ଆଜି ସୁଶାନ୍ତଙ୍କ ମୃତ୍ୟୁରେ ମ୍ରିୟମାଣ ।

ଗତକାଲି ସୁଶାନ୍ତ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଆଜି ସୁଶାନ୍ତଙ୍କ ମୃତ୍ୟୁ ପୋଷ୍ଟମର୍ଟମ୍‌ ରିପୋର୍ଟ ଆସିଛି । ରିପୋର୍ଟ ମୁତାବକ ସୁଶାନ୍ତଙ୍କ ମୃତ୍ୟୁ ଫାଶୀ ଦ୍ବାରା ନିଃଶ୍ବାସ ବନ୍ଦ ହେବା ଯୋଗୁଁ ହୋଇଛି ।

ଜଣେ ସଫଳ କଳାକାର ରୂପେ ବଲିଉଡ୍‌ରେ ସେ ନିଜର ସ୍ବାକ୍ଷର ଛାଡି ଯାଇଛନ୍ତି । ଜୀ ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ’ପବିତ୍ର ରିସ୍ତା’ର ମାନବ ଚରିତ୍ରରୁ ‘ଛିଛୋରେ’ ଫିଲ୍ମର ଅନିରୁଦ୍ଧ ତଥା ଅନ୍ନି ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ସମସ୍ତ ଚରିତ୍ରରେ ନିଜର ଛାପ ଛାଡିଯାଇଛନ୍ତି । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଲୋକପ୍ରିୟ କ୍ରିକେଟ ଖେଳାଳୀ ଏମଏସ୍‌ ଧୋନୀଙ୍କ ଜୀବନୀ ଫିଲ୍ମ ‘ଧୋନୀ : ଦ ଅନଟୋଲ୍ଡ ଷ୍ଟୋରୀ’ରେ ମଧ୍ୟ ସୁଶାନ୍ତଙ୍କ ଅଭିନୟ ବେଶ୍‌ ପ୍ରଭାବଶାଳୀ ରହିଥିଲା ।

‘କାଇ ପୋଚେ’ରୁ ଅଭିନୟ ଆରମ୍ଭ କରିଥିବା ସୁଶାନ୍ତଙ୍କୁ ସର୍ବଦା ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଛି । ‘ଶୁଦ୍ଧ ଦେଶୀ ରୋମାନ୍ସ’ର ରଘୁରାମ ଚରିତ୍ର ଏକ ଭିନ୍ନ ଚରିତ୍ରକୁ ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ସେହିପରି କେଦାରନାଥରେ ମନସୁର୍‌ ଚରିତ୍ରରେ ସୁଶାନ୍ତ ଧର୍ମ ଓ ବିଶ୍ବାସର ଏକ ଅଦ୍ଭୁତ ସଂଯୋଗୀ କରଣ ଦେଖାଇଥିଲେ । ସେହିପରି ପିକେର ସର୍ଫରାଜ୍‌, ଛିଛୋରେର ଅନିରୁଦ୍ଧ ଏବଂ ସୋନଚିରୟାର ଡକାୟତ ଚରିତ୍ରକୁ ନିଖୁଣ ଭାବରେ ପରଦାରେ ଦେଖାଇଥିଲେ ସୁଶାନ୍ତ ।

ନିଜର ଦମଦାର ଅଭିନୟ ପାଇଁ ସୁଶାନ୍ତ ଅନେକ ପୁରସ୍କାର ପାଇଛନ୍ତି। 2014ରେ  ନିଜ ଡେବ୍ୟୁ ଫିଲ୍ମ ‘କାଇ ପୋ ଚେ’ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଷ୍ଟାର୍ ସ୍କ୍ରିନ୍ ଆଓ୍ୱାର୍ଡ ପାଇଛନ୍ତି। ଏହାସହ ‘ଏମ୍. ଏସ୍. ଧୋନି’ରେ ନିଜ ଉଚ୍ଚକୋଟୀର ଅଭିନୟ ଲାଗି 2017ରେ ଶ୍ରେଷ୍ଠ ଅଭିନେତା ପାଇଁ ଫିଲ୍ମ ଫେୟାର ଆଓ୍ୱାର୍ଡ ପାଇବାକୁ ମଧ୍ୟ ସେ ମନୋନୀତ ହୋଇଥିଲେ। ତେବେ ସେହି ବର୍ଷ ‘ଏମ୍. ଏସ୍. ଧୋନି’ ଫିଲ୍ମ ପାଇଁ ସୁଶାନ୍ତଙ୍କୁ ଶ୍ରେଷ୍ଠ ଅଭିନେତା (କ୍ରିଟିକ୍ସ) ଭାବେ ସ୍କ୍ରିନ୍ ଆଓ୍ୱାର୍ଡ ହାସଲ କରିଥିଲେ।

ସୁଶାନ୍ତ ସିନା ଦୁନିଆକୁ ଅଲ୍‌ବିଦା କରିସାରିଛନ୍ତି । କିନ୍ତୁ ତାଙ୍କର ଏପରି କିଛି ଫିଲ୍ମ ଏବେବି ଅଧୁରା ରହିଯାଇଛି । ଅଭିନେତା ଜଣକ ଏହି ଫିଲ୍ମଗୁଡିକୁ ସମ୍ପୂର୍ଣ୍ଣ କରିପାରିନାହାନ୍ତି ।

ରାଇଫଲ୍‌ମ୍ୟାନ୍‌ : ସୁଶାନ୍ତ ସିଂହ ରାଇଫଲମ୍ୟାନ୍‌ରେ ଅଭିନୟ କରିବା ନେଇ ସୂଚନା ରହିଥିଲା । ଗତ ବର୍ଷ ଜାନୁଆରୀ 15 ତାରିଖରେ ସୋସିଆଲ ମିଡିଆରେ ସୁଶାନ୍ତ ଏହି ଫିଲ୍ମ ସମ୍ପର୍କରେ ଘୋଷଣା କରିଥିଲେ । ଏହି ଫିଲ୍ମଟି 1962 ମସିହା ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଯୁଦ୍ଧ ଉପରେ ଆଧାରିତ । ଏଥିରେ ସୁଶାନ୍ତ ମହାବୀର ଚକ୍ର ବିଜେତା ଯଶଓ୍ବନ୍ତ ସିଂହଙ୍କ ଚରିତ୍ର ନିଭାଇବେ ବୋଲି ସୂଚନା ରହିଥିଲା ।

ଇମରେଜନ୍ସ : ସୁଶାନ୍ତ ସିଂହ ରାଜପୁତ, ଆନନ୍ଦ ଗାନ୍ଧିଙ୍କ ଫିଲ୍ମ ‘ଇମରଜେନ୍ସ’ରେ ମଧ୍ୟ ନଜର ଆସିବେ ବୋଲି ସୂଚନା ରହିଥିଲା। ଏହି ଫିଲ୍ମ ପାଇଁ ଅଭିନେତା ଜଣକ ସାଇନ୍‌ କରି ସାରିଥିଲେ । ପୂର୍ବୁ ଏହି ଫିଲ୍ମରେ ଇରଫାନ୍‌ ଖାନ୍‌ଙ୍କୁ ମଧ୍ୟ କାଷ୍ଟ କରାଯାଇଥିଲା। କିନ୍ତୁ ଏପ୍ରିଲ୍‌ 29 ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଏହା ପରେ ଏହି ଫିଲ୍ମ ପାଇଁ ସୁଶାନ୍ତଙ୍କ ନିଆଯାଇଥିଲା । କିନ୍ତୁ ସୁଶାନ୍ତ ମଧ୍ୟ ଏବେ ଆଉ ଆମ ଗହଣରେ ନାହାନ୍ତି । ଏହି ଫିଲ୍ମଟି ଏକ ମହାମାରୀ ଉପରେ ନିର୍ମାଣ ହେବାକୁ ରହିଛି ବୋଲି ସୂଚନା ରହିଛି ।

12 ଏପିସୋଡ୍‌ ସିରିଜ୍‌ : ଅଭିନେତା ସୁଶାନ୍ତ ସର୍ବଦା କିଛି ନୂଆ କରିବାକୁ ଚେଷ୍ଟା କରିଥା’ନ୍ତି । ଅଭିନେତା ଜଣକ 2018 ମସିହାରେ ଇନ୍‌ସେଝ୍‌ ଭେଞ୍ଚର୍ସଙ୍କ ସହ ସାମିଲ୍‌ ହୋଇଥିଲା । ଏହି ଭେଞ୍ଚର୍ସ ସହ ମିଶି 12 ଏପିସୋଡ୍‌ର ଏକ ସ୍ବତନ୍ତ୍ର ସିରିଜ୍‌ ପ୍ରସ୍ତୁତ କରିବାକୁ ଚାହୁଁଥିଲେ । ଏହି ସିରିଜ୍‌ରେ ସୁଶାନ୍ତ ଏପିଜେ ଅବଦୁଲ୍‌ କଲାମଙ୍କଠାରୁ ଆରମ୍ଭ କରି ଚାଣକ୍ୟ ଙ୍କ ପର୍ଯ୍ୟନ୍ତ ଚରିତ୍ରରେ ଅବତୀର୍ଣ୍ଣ ହେବେ ବୋଲି ସୂଚନା ରହିଥିଲା ।

ପାନି :  ଶେଖର କପୁର୍‌ଙ୍କ ଆଗାମୀ ଫିଲ୍ମ ‘ପାନି’ ପାଇଁ ମଧ୍ୟ ସୁଶାନ୍ତ ସିଂହ କାଷ୍ଟ ହୋଇଥିବା ନେଇ ସୂଚନା ରହିଥିଲା । ତେବେ କିଛି କାରଣ ପାଇଁ ଏହି ପ୍ରୋଜେକ୍ଟଟି  ଅଧାରୁ ଅଟକି ରହିଥିଲା ।

ଦିଲ୍‌ ବେଚାରା :  ସୁଶାନ୍ତଙ୍କ ଅଭିନୀତ ଦିଲ୍‌ ବେଚରା ପ୍ରାୟ ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ଥିବାବେଳେ ରିଲିଜ୍‌ ହେବାକୁ ରହିଥିଲା। କିନ୍ତୁ କରୋନା ସଂକଟ ପାଇଁ ଏହି ଫିଲ୍ମଟି ରିଲିଜ୍‌ ହୋଇପାରିନଥିଲା । ତେବେ ମୁକେଶ୍‌ ଛାବ୍‌ଡାଙ୍କ ଏହି ଫିଲ୍ମଟି ଓଟିଟି ଫ୍ଲାଟଫର୍ମରେ ରିଲିଜ୍‌ ହେବାକୁ ଯାଉଛି । ଏହି ଫିଲ୍ମରେ ସୁଶାନ୍ତଙ୍କ ସହ ସଞ୍ଜନା ସାଙ୍ଘୀ ନଜର ଆସିବେ ବୋଲି ସୂଚନା ରହିଛି ।

ମାତ୍ର 34 ବର୍ଷ ବୟସରେ ସୁଶାନ୍ତ ଏହି ଦୁନିଆରୁ ବିଦାୟ ନେଇଛନ୍ତି ସତ, କିନ୍ତୁ ସେ ତାଙ୍କର ପ୍ରତିଟି ଚରିତ୍ର ଭିତରେ ସର୍ବଦା ଜୀବିତ ରହିବେ ନିଶ୍ଚୟ । ମାନବ ହୁଅନ୍ତୁ କି ମନସୁର୍‌ ଖାନ୍‌ କି ଅନିରୁଦ୍ଧ ହୁଅନ୍ତୁ । ସେ ପ୍ରତ୍ୟେକ ଚରିତ୍ରରେ ସର୍ବଦା ଆମ ଭିତରେ ରହିବେ ଏହା ନିଃସନ୍ଦେହ ।

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.