ଭେଣ୍ଟିଲେଟରରେ ପାକିସ୍ତାନର ରେଳମନ୍ତ୍ରୀ

Published: Jun 15, 2020, 4:30 pm IST

ଇସଲାମାବାଦ : କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ପାକିସ୍ତାନର ରେଳ ମନ୍ତ୍ରୀ ଶେଖ ରସିଦଙ୍କ ଅବସ୍ଥା ଗୁରୁତର ହୋଇଛି । ରସିଦଙ୍କୁ ଏବେ ରାୱଲପିଣ୍ଡି ସ୍ଥିତ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଭେଣ୍ଟିଲେଟରରେ ରଖାଯାଇଥିବାର ସୂଚନା ମିଳିଛି । କିଛି ଦିନ ତଳେ ସେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିଲେ ଏବଂ ନିଜେ ଟ୍ୱିଟ୍‌ କରି ଏ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସେ ସେଥିରେ ଉଲ୍ଲେଖ କରିଥିଲେ ଯେ ତାଙ୍କ ଦେହରେ କରୋନା ଜନିତ କିଛି ଲକ୍ଷଣ ପ୍ରକାଶ ପାଇନାହିଁ । କିନ୍ତୁ ସେ କରୋନା ପଜିଟିଭ୍‌ ବାହାରିଛନ୍ତି । ସେ ହୋମ କ୍ୱାରେଣ୍ଟିନରେ ରହିବାକୁ ସ୍ଥିର କରିଥିଲେ ।

Related posts