କରୋନାରେ ଆକ୍ରାନ୍ତ ଥିବା ଖବରକୁ ଖଣ୍ଡନ କଲେ ଗାଙ୍ଗୁଲିଙ୍କ ଭାଇ

Published: Jun 20, 2020, 6:45 pm IST

ପଶ୍ଚିମବଙ୍ଗ : ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ସ୍ନେହାଶିଷ ଗାଙ୍ଗୁଲି କରୋନା ଆକ୍ରାନ୍ତ ହୋଇନଥିବାର ସୂଚନା ରହିଛି । ସେ ସମ୍ପୂର୍ଣ୍ଣ ରୂପେ ଠିକ୍‌ ଅଛନ୍ତି। ବେଙ୍ଗଲ କ୍ରିକେଟ ଆସୋସିଏସନର ସମ୍ପାଦକ ରୂପେ ଅବସ୍ଥାପିତ ଥିବା ସ୍ନେହାଶିଷ ଏବେ ଅଫିସ୍‌ରେ କାର୍ଯ୍ୟରତ ଅଛନ୍ତି ବୋଲି କହିଛନ୍ତି । ତେବେ ସେ କରୋନା ପଜିଟିଭ୍‌ ହୋଇଥିବାର ଭ୍ରମ ଖବରକୁ ସେ ଖଣ୍ଡନ କରିଛନ୍ତି ।

ସୂଚନାଯୋଗ୍ୟ, ଗାଙ୍ଗୁଲିଙ୍କ ବଡ ଭାଇ ସ୍ନେହା ଶିଷ ଓ  ଭାଉଜଙ୍କ ସମେତ ଚାରି ଜଣ ଆକ୍ରାନ୍ତ ହୋଇଥିବାର ଖବର ପ୍ରସାରିତ ହୋଇଥିଲା । ସ୍ନେହାଶିଷ୍‌ ରଣ୍‌ଜୀ ଖେଳାଳୀ ରହିଥିଲେ ।  ତେବେ ଗାଙ୍ଗୁଲିଙ୍କ ପରିବାର କିଏ କରୋନାରେ ଆକ୍ରାନ୍ତ ହୋଇଛନ୍ତି ତାହା ସମ୍ପର୍କରେ କିଛି ଜଣାପଡିନାହିଁ ।  (ଏଜେନ୍ସି)

Related posts