କରୋନା ପାଇଁ ବାହାରିଲା ମେଡିସିନ୍‌, ଜାଣନ୍ତୁ ଏହାର ଦାମ କେତେ

Published: Jun 21, 2020, 9:37 am IST

ନୂଆଦିଲ୍ଲୀ: ସାରା ବିଶ୍ବରେ କରୋନା ତାଣ୍ଡବ ଚାଲିଥିବାବେଳେ କରୋନାକୁ ନେଇ ଏକ ଆଶ୍ବସ୍ତିକର ଖବର ଶୁଣିବାକୁ ମିଳିଛି। କରୋନା ମୁକ୍ତି ପାଇଁ ବାହାରିଲା ମେଡିସିନ୍‌। ଭାରତୀୟ କମ୍ପାନୀ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲସ୍‌ କୋଭିଡ୍‌ -୧୯ ପାଇଁ ବାହାର କରିଛି ଏହି ମେଡିସିନ୍‌। କରୋନାରେ ପୀଡ଼ିତ ହୋଇଥିବା ରୋଗୀଙ୍କ  ଚିକିତ୍ସା ପାଇଁ ଏହି କମ୍ପାନୀ ଏକ ଆଣ୍ଟିଭାଇରାଲ୍‌ ଔଷଧ ଆଣିଛନ୍ତି। ଫାଇିପିରାଭିର  ଆଣ୍ଟିଭାଇରାଲ୍‌ ଔଷଧକୁ ଫାଭିଫ୍ଲୁ‌ ବ୍ରାଣ୍ଡ ନାମରେ ଲଞ୍ଚ କରାଯାଇଛି। କମ୍ପାନୀ ପକ୍ଷରୁ ଶନିବାର ଦିନ ଏହା ସମ୍ପର୍କରେ ସୂଚନା ଦିଆଯାଇଛି।  କୋଭିଡ୍‌ -୧୯ ର ଚିକିତ୍ସା ପାଇଁ ଏହି ଟାବଲେଟ୍‌କୁ ଭାରତୀୟ ଔଷଧ ମହାନିୟନ୍ତ୍ରଣ (ଡିସିସିଆଇ) ସ୍ବୀକୃତି ଦେଇଛି।

କରୋନା ସଂକ୍ରମିତ ହେବାର ପ୍ରାଥମିକ ସ୍ତରରେ ଯଦି ଏହି ମେଡିସିନ୍‌କୁ ରୋଗୀକୁ ଦିଆଯାଏ, ତେବେ ଏହା ଭାଇରସର ପ୍ରଭାବକୁ ହ୍ରାସ କରାଇବା ସହିତ ସଂକ୍ରମଣ ବୃଦ୍ଧିକୁ ମଧ୍ୟ ରୋକିବାରେ ସାହାଯ୍ୟ କରିବ। ତେବେ ଏହି ଟାବଲେଟ୍‌ର ଦାମ ୧୦୩ ଟଙ୍କା ରହିଛି। ସ୍ବଳ୍ପ ସଂକ୍ରମିତ ଥିବା ମଧୁମେହ ରେଗୀ, ହୃଦରୋଗୀ ବା ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ଥିବା ରୋଗୀ ମଧ୍ୟ ଏହି ଔଷଧର ସେବନ କରିପାରିବେ। ତେବେ ଏହି ଔଷଧ କରୋନା ଭାଇରସ ର ରାମବାଣ ନୁହେଁ। ଏହା କରୋନାର ଚିକିତ୍ସା ଓ ଭାଇରସର ପ୍ରଭାବକୁ ସାହାଯ୍ୟ କରିବ। ତେବେ ଏହି ଔଷଧ ରୋଗ ନିରାକରଣରେ କେତେ ମାତ୍ରାରେ ସହାୟକ ହେବ ଆଗାମୀ ଦିନରେ ତାହା ଜଣାପଡିବ। (ଏଜେନ୍ସି)

Related posts