Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନାରେ ମୃତ୍ୟୁ ସଂଖ୍ୟା ଚଉଦ ହଜାରରୁ ଅଧିକ, ମୃତ୍ୟୁ କୁ ଆମେ ଭାଗ୍ୟ ବୋଲି ଗ୍ରହଣ କରି ନେଇଛୁ କି!! 
ବିଶେଷ ଖବର

କରୋନାରେ ମୃତ୍ୟୁ ସଂଖ୍ୟା ଚଉଦ ହଜାରରୁ ଅଧିକ, ମୃତ୍ୟୁ କୁ ଆମେ ଭାଗ୍ୟ ବୋଲି ଗ୍ରହଣ କରି ନେଇଛୁ କି!! 

June 24, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ମାର୍ଚ୍ଚ ମାସରେ ଆମକୁ କୁହା ଯାଉଥିଲା, ଯଦି ଘରେ ରହିବା ତା ହେଲେ କରୋନା ଆମକୁ ଛୁଇଁ ପାରିବନି। ମାର୍ଚ୍ଚ ୨୨ରେ ଯେତେବେଳେ ଜନତା କର୍ଫ୍ଯୁ କଥା ଉଠିଲା, ସେତେବେଳେ କେତେ ଗପ ଆମେ ଶୁଣିଲୁ। ଯଦି ଗୋଟିଏ ଦିନ ଆମେ ଘରେ ରହିଯିବା ଓ ସନ୍ଧ୍ୟା ପାଞ୍ଚଟାରେ ପାଞ୍ଚ ମିନିଟ ପାଇଁ ଥାଳି ବଜାଇବା, ତା ହେଲେ କରୋନା ଆଉ ଦେଶରେ ରହିପାରିବନି ବୋଲି କୁହାଗଲା। ସେତେବେଳେ ଗୋଟେ ଭାଇରାଲ ଭିଡିଓ କଥା ମନେ ଅଛି। ଦିଆସିଲି କାଠିର ଗୋଟେ ଧାଡିରେ ନିଆଁ ଲାଗିଛି। ସେ ଧାଡିରୁ ଗୋଟେ କାଠି ଅଲଗା ହୋଇଯିବାରୁ ନିଆଁ ର ସଂକ୍ରମଣ କମି ଯାଉଛି। ଆମେ ବି ସେୟା ଆଶା କରୁଥିଲୁ। କରୋନା ସଂକ୍ରମଣ ଭାଙ୍ଗିଯିବାର ଆଶା ରେ ଆମେ ଯାବତୀୟ ଯାତନା ସହିଲୁ। ମାସ ମାସ ଧରି ଘରେ ତାଲା ପକେଇ ରହିଲୁ। ବାହାରକୁ ଆସିଲେ ପୋଲିସ ମାଡ ଖାଇଲୁ। ଆମର ଶ୍ରମିକ ଓ ଦିନ ମଜୁରିଆ ପ୍ରାଣ ବିକଳରେ ହଜାର ହଜାର ମାଇଲ ଚାଲି ଚାଲି ଘରକୁ ଫେରିଲେ। କରୋନା ତୁଳନାରେ ରାସ୍ତାରେ ଚାଲି ଚାଲି ଆସୁଥିବା ଲୋକଙ୍କର ଦୁଃଖ ଅଧିକ ଥିଲା। ତଥାପି ଆମେ ଚୁପ ଥିଲୁ, କାରଣ ଆମକୁ ଗୋଟେ ଆଶା ଦିଶୁଥିଲା ଯେ, କରୋନା ସଂକ୍ରମଣରୁ ଆମର ଦେଶ ବଞ୍ଚିଯିବ। ଏଇ ଆଶା ଟିକକ ପାଇଁ କେତେ କଣ ଆମର ହଜିଗଲା। ଲକ୍ଷ ଲକ୍ଷ ଲୋକଙ୍କ ଚାକିରି ଚାଲିଗଲା। ଅର୍ଥନୈତିକ ଦୁରବସ୍ଥା କାରଣରୁ ଆଗକୁ ଆହୁରି ଚାକିରୀ ଯିବ।ସବୁରି ଭିତରେ ସେହି ଗୋଟିଏ ଆଶା ଥିଲା ଯେ କରୋନା ସଂକ୍ରମଣର ଶ୍ରୁଙ୍ଖଳ ଭାଙ୍ଗିଯିବ।

ଆଜି ତିନି ମାସ ପରେ ଆସନ୍ତୁ ନିଜକୁ ପଚାରିବା, କରୋନା ମୁକାବିଲାରେ ଆମେ ଏବେ କେଉଁଠି? ମାର୍ଚ୍ଚ ମାସରେ ଯେତେବେଳେ ଆମେ ସବୁଠୁ କଠୋର ନିୟମ ମାନି ଚଳୁଥିଲେ ସେତେବେଳେ ଆମର ସଂକ୍ରମଣ ସଂଖ୍ୟା ଥିଲା ମାତ୍ର ୧୩୯୭ ଏବଂ ମୃତ୍ୟୁ ସଂଖ୍ୟା ଥିଲା ୩୫। ଏପ୍ରିଲ ୧ ରୁ ଜୁନ ୨୩ ତାରିଖ, ଏଇ ୮୪ ଦିନରେ ଆମର ସଂକ୍ରମଣ ସଂଖ୍ୟା ପହଞ୍ଚିଛି ସାଢେ ଚାରି ଲକ୍ଷରେ। ମୃତ୍ୟୁ ସଂଖ୍ୟା ୧୪,୨୦୦ ରୁ ଅଧିକ। ଅର୍ଥାତ ଗତ ୮୪ ଦିନରେ ଦୈନିକ ୧୭୦ ଭାରତୀୟ କରୋନାରେ କାରଣରୁ ମୃତ୍ୟୁ ବରଣ କରୁଛନ୍ତି। ସେହିପରି ପ୍ରତିଦିନ ହାରାହାରି ୫୩୦୦ ନୂଆ ଆକ୍ରାନ୍ତ ଦେଶରେ ଚିହ୍ନଟ ହେଉଛନ୍ତି। ଦେଶର ତିନୋଟି ପ୍ରମୁଖ ମହାନଗର ମୁମ୍ବାଇ, ଚେନ୍ନାଇ ଓ ଦିଲ୍ଲୀରେ ସଂଖ୍ୟାଧିକ ମୃତ୍ୟୁ ରେକର୍ଡ କରା ଯାଉଛି। ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ ଏବଂ ଦିଲ୍ଲୀରେ କରୋନା ସ୍ଥିତି ଅତ୍ୟନ୍ତ ଗମ୍ଭୀର। ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ପରୀକ୍ଷା ଓ ଚିକିତ୍ସା ଏବେ କାଠିକର ପାଠ ହୋଇପଡିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ରାଜନୈତିକ ଟଣା ଓଟରା ଏବଂ ଘରୋଇ ଡାକ୍ତରଖାନା ଗୁଡିକର ଅମାନବୀୟ ଆଚରଣ ଯୋଗୁଁ ଦିଲ୍ଲୀ ସହର ଏବେ ସାଧାରଣ କରୋନା ରୋଗୀଙ୍କ ଲାଗି ମୃତ୍ୟୁ ଯନ୍ତା ପାଲଟି ଯାଇଛି। ଦିଲ୍ଲୀ ସରକାର ଅଳ୍ପ ଖର୍ଚ୍ଚରେ ଲୋକଙ୍କ ଚିକିତ୍ସା ପାଇଁ ନିୟମ କରିଥିବା ବେଳେ ଘରୋଇ ଡାକ୍ତରଖାନା ଗୁଡିକ ବେଡ ପିଛା ଦୈନିକ ୪୦ ହଜାର ଟଙ୍କା ଦାବି କରୁଥିବାର ଖବର କାହାକୁ ଅଛପା ନାହିଁ।

କରୋନା ସଂକ୍ରମଣର ଏହି ଜଟିଳ ପରିସ୍ଥିତି ବେଳେ ଏହା କ୍ରମଶଃ ଆମ ଜନଜୀବନରେ ଏକ ସାଧାରଣ ରୋଗ ପାଲଟି ଗଲାଣି। ଲୋକେ ଏହାକୁ ନେଇ କେତେଦିନ ଆଉ ଡରି ମରି ବଞ୍ଚିବେ? ଲୋକେ କରୋନା କୁ ଅବଧାରିତ ଭାଗ୍ୟ ବୋଲି ଏବେ ଗ୍ରହଣ କରିନେବାକୁ ବାଧ୍ୟ। ଗୋଟେ ସମୟରେ ଭାରତ ସରକାର କହୁଥିଲେ ଆମେ ୟୁରୋପୀୟ ଦେଶମାନଙ୍କଠାରୁ ଭଲରେ ଅଛୁ। ହେଲେ ଆଜି ସେକଥା ଆଉ କହିବାର ଦମ୍ଭ ନାହିଁ। ଆମେରିକା, ବ୍ରାଜିଲ ଓ ଋଷିଆ ପରେ ସଂକ୍ରମିତଙ୍କ ସଂଖ୍ଯାରେ ଆମେ ଚତୁର୍ଥ ସ୍ଥାନରେ ରହିଛୁ। କରୋନା ଜନିତ ମୃତ୍ୟୁର ହିସାବ ଦେଖିଲେ, ଏସିଆରେ ଆମର ସ୍ଥାନ ଏକ ନମ୍ବର। ସାରା ପୃଥିବୀରେ କରୋନା ଜନିତ ମୃତ୍ୟୁ କ୍ଷେତ୍ରରେ ଆମର ସ୍ଥାନ ଅଷ୍ଟମ (ଆମେରିକା- ୧ ଲକ୍ଷ ୨୨ ହଜାର, ବ୍ରାଜିଲ-୫୧ ହଜାର, ଇଂଲଣ୍ଡ-୪୨ହଜାର, ଇଟାଲି- ୩୪ ହଜାର, ଫ୍ରାନ୍ସ-୨୯ ହଜାର, ସ୍ପେନ-୨୮ ହଜାର, ମେକ୍ସିକୋ-୨୨ ହଜାର,ଭାରତ-୧୪ ହଜାର) ୟୁରୋପୀୟ ଦେଶ ଗୁଡିକରେ ଏବେ ସଂକ୍ରମଣ ନିମ୍ନଗାମୀ ହେଉଥିବା ବେଳେ ଭାରତରେ ଏହା ଅଧିକରୁ ଅଧିକ ବ୍ୟାପୀ ଚାଲିଛି।

କୋଭିଡ-୧୯ର ମୁକାବିଲାକୁ ନେଇ ଭାରତ ସରକାରଙ୍କ ପାଖରେ ଅନ୍ତତଃ ଗତ ମାସେ ଭିତରେ ପୂର୍ବର ଆନ୍ତରିକତା ଏବେ ଆଉ ଦେଖିବାକୁ ମିଳୁନାହିଁ। ଯେଉଁ ରାଜ୍ୟ ଗୁଡିକରେ ବ୍ୟାପକ ସଂକ୍ରମଣ ହେଉଛି, ସେହି ସବୁ ରାଜ୍ୟଗୁଡିକୁ ନେଇ ଏକ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ବିଶେଷଜ୍ଞମାନେ ବାରମ୍ବାର ପରାମର୍ଶ ଦେଉଛନ୍ତି। ଗୁଜରାଟ ଭଳି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଆଜି ମଧ୍ୟ ୬% ରୁ ଅଧିକ ରହିଛି। ୩% ରୁ ଅଧିକ ମୃତ୍ୟୁହାର ଥିବା ରାଜ୍ୟ ସମୂହ ଯଥା- ଗୁଜରାଟ-୬.୦୪% ମହାରାଷ୍ଟ୍ର- ୪.୬୩%, ମଧ୍ୟ ପ୍ରଦେଶ- ୪.୩୧%,  ପଶ୍ଚିମବଙ୍ଗ-୩.୯୪%, ଦିଲ୍ଲୀ-୩.୪୫% ଓ ଉତ୍ତର ପ୍ରଦେଶ-୩.୧୧% ପାଇଁ ସ୍ଵତନ୍ତ୍ର ଦୃଷ୍ଟି ଦେବା କଥା। ହେଲେ ସମୟ କ୍ରମେ ଆମେ କରୋନା ମୃତ୍ୟୁକୁ ଆମେ ଏକ ସାଧାରଣ ସଂଖ୍ୟା ବୋଲି ଭାବି ନେବା ଆରମ୍ଭ କରିଛୁ। ରାଜନୀତିର ଅଶାନ୍ତ ଚକ୍ରବ୍ୟୁହରେ ଏବେ କରୋନା ଆକ୍ରାନ୍ତ ଓ ହତଭାଗ୍ଯ ମୃତଲୋକଙ୍କ ଭାଗ୍ୟ କୁଟା ଖିଅ ଭଳି ଭାସି ଯାଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026
Latest News

ନୋରା ଫତେହିଙ୍କ ବିବାଦୀୟ ଗୀତ ମାମଲା: ଫତୱା ଜାରି କଲା ମୁସଲିମ ପର୍ସନାଲ ଦାରୁଲ ଇଫ୍ତା

March 19, 2026

ଏହି ରାଜ୍ୟରେ ପରିବର୍ତ୍ତନ ହେବ ସରକାର?: ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ବଢାଇଲା ପୋଲ ମନ୍ତ୍ରା ସର୍ଭେ

March 19, 2026

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଅଜିତ ଅଗରକରଙ୍କ ଅନନ୍ୟ ଦାବି: ସ୍ଵୀକାର କରିବ କି ବିସିସିଆଇ?

March 19, 2026

ଆଜି ଜେଡିୟୁ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ ନୀତିଶ କୁମାର

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.