ରାଜଧାନୀ ଭୁବନେଶ୍ବରର ଏହି ହସ୍ପିଟାଲକୁ ସିଲ୍‌ କଲା ବିଏମ୍‌ସି

Published: Jun 24, 2020, 1:43 pm IST

ଭୁବନେଶ୍ବର : କୋଭିଡ୍‌ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ଆଜି ଏକ ହସ୍ପିଟାଲକୁ ସିଲ୍‌ କରାଯାଇଛି । ଭୁବନେଶ୍ବର ମଞ୍ଚେଶ୍ବରସ୍ଥିତ ଥିବା ବ୍ଲୁ ହ୍ବିଲ୍‌ ହସ୍ପିଟାଲକୁ ସିଲ୍‌ କରିଛି ବିଏମ୍‌ସି । ସରକାରଙ୍କ ଦ୍ବାରା ପ୍ରଦତ୍ତ କୋଭିଡ୍‌-19 ନିର୍ଦ୍ଦେଶାବଳୀ ଉଲ୍ଲଂଘନ ଅଭିଯୋଗରେ ଏହି ହସ୍ପିଟାଲକୁ ସିଲ୍‌ କରାଯାଇଛି । ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି ବିଏମ୍‌ସି । ହସ୍ପିଟାଲରୁ କରୋନା ପଜିଟିଭ୍‌ ମିଳିବା ପରେ ବିଏମ୍‌ସି ଏପରି ପଦକ୍ଷେପ ଗ୍ରହଣ କରିଛି । ଗତ 23 ତାରିଖରେ ଏହି ହସ୍ପିଟାଲରୁ 27ଟି ପଜିଟିଭ୍‌ ମାମଲା ସାମ୍ନାକୁ ଆସିଥିବାରୁ ବିଏମ୍‌ସି ଏପରି ନିଷ୍‌ପତ୍ତି ଗ୍ରହଣ କରିଛି ।

Related posts