ରାଜ୍ୟରେ ଆଜି ଆଉ 168 ଜଣ ସୁସ୍ଥ

Published: Jun 25, 2020, 5:27 pm IST

ଭୁବନେଶ୍ବର : ରାଜ୍ୟରେ ଆଉ 168 ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ 39 କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ଓ ଗଜପତିରୁ 23 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ପୁରୀରୁ 19 ଜଣ, ବରଗଡରୁ 13 ଜଣ, ସୁନ୍ଦରଗଡରୁ 8ଜଣ, ବାଲେଶ୍ବରରୁ 7ଜଣ, ଭଦ୍ରକ ଓ ରାୟଗଡାରୁ 5ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।  ମାଲ୍‌କାନଗିରି, କେନ୍ଦ୍ରାପଡା, କେଉଁଝର, ଜଗତସିଂହପୁର ଓ ସୋନପୁରରୁ 4 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଅନୁଗୁଳରୁ 3 ଜଣ ସୁସ୍ଥ ହୋଇଥିବାବେଳେ ଢେଙ୍କାନାଳରୁ 2 ଜଣ ଓ ଝାରସୁଗୁଡାରୁ ଜଣେ ସୁସ୍ଥ ହୋଇଛନ୍ତି । ରାଜ୍ୟରେ 4 ହଜାର 291 ଜଣ ସୁସ୍ଥ ହୋଇଛନ୍ତି ।

Related posts