Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ସଂକ୍ରମଣ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଓଡିଶା ପାଇଁ ମୁମ୍ବାଇ ହେବାକୁ ଯାଉଛି କି? 
ବିଶେଷ ଖବର

କରୋନା ସଂକ୍ରମଣ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଓଡିଶା ପାଇଁ ମୁମ୍ବାଇ ହେବାକୁ ଯାଉଛି କି? 

July 4, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

“ଏଠି ଆଜ୍ଞା କେହି କାହା କଥା ମାନୁ ନାହାନ୍ତି। ପ୍ରଶାସନ ଡାଳେ ଡାଳେ ଗଲେ, ଲୋକେ ପତ୍ରେ ପତ୍ରେ ଯାଉଛନ୍ତି। ସବୁ ସାହାଣମେଲା ହେଇ ପଡିଛି। କଣ୍ଟେନମେଣ୍ଟ କହିଲେ ଲୋକ ବୁଝୁଛନ୍ତି, ଖାଲି ବାଉଁଶ ବାଡ ପଡିଛି, ହେଲେ ଭିତରେ ସବୁ ମୁକୁଳା। ସେଥିରେ କରୋନା ଅଟକିବ କେମିତି?”- ଗଞ୍ଜାମ ଦିଗପହଣ୍ଡିରୁ ଜଣେ ଅଧ୍ୟାପକଙ୍କର ଇଏ ହେଉଛି ଆଖି ଦେଖା ବିବରଣୀ। ଓଡିଶାରେ ଗଞ୍ଜାମ ଜିଲା ଏବେ କରୋନା ଆକ୍ରାନ୍ତଙ୍କର ସବୁଠୁ ବଡ ହଟସ୍ପଟ ପାଲଟିଛି। ରାଜ୍ୟର ମୋଟ ୮୧୦୬ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ଭାଗ ହେଉଛି ୧୮୫୦। ପାଖାପାଖି ୧୮% ଆକ୍ରାନ୍ତ କେବଳ ଗୋଟିଏ ଜିଲାରୁ ବାହାରିଛନ୍ତି। ତେବେ ମୃତ୍ୟୁ ସଂଖ୍ଯାରେ ଗଞ୍ଜାମ ସ୍ଥିତି ଅତ୍ୟନ୍ତ ଉଦବେଗଜନକ। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୯ ରହିଥିବା ବେଳେ ସେଥିରୁ ସର୍ବାଧିକ ୧୭ ଜଣ ଗଞ୍ଜାମର। ରାଜ୍ୟର ୫୯% କାରୋନାଜନିତ ମୃତ୍ୟୁ କେବଳ ଗଞ୍ଜାମ ଜିଲ୍ଲାରୁ ରିପୋର୍ଟ ହୋଇଛି। ଗତକାଲି ରାଜ୍ୟରେ ସର୍ବାଧିକ ୫୬୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୨୮୩ ଜଣ ଗଞ୍ଜାମର ବାସିନ୍ଦା। ମୋଟାମୋଟି କରୋନା ସଂକ୍ରମଣ କ୍ଷେତ୍ରରେ ଗଞ୍ଜାମର ସ୍ଥିତି ଏବେ ରାଜ୍ୟର ସବୁଠୁ ବଡ ଚିନ୍ତାର ବିଷୟ ପାଲଟିଛି।

ଗଞ୍ଜାମରେ ହଠାତ ଏ ପ୍ରକାର ପରିସ୍ଥିତି ଉପୁଜିବାର କାରଣ କଣ? ମଇ ମାସ ଯାଏଁ ଗଞ୍ଜାମରେ ଗୋଟିଏ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ। ଏକଥା ସମସ୍ତେ ଜାଣନ୍ତି ଯେ ସୁରଟ ଫେରନ୍ତା ପ୍ରବାସୀ ଓଡିଆଙ୍କ ସହିତ ଗଞ୍ଜାମରେ କରୋନା ପ୍ରବେଶ କଲା। ସେତେବେଳେ ଆମେ ସମସ୍ତେ ପ୍ରବାସୀ ଶ୍ରମିକ ଫେରନ୍ତୁ ଓ ସେମାନଙ୍କର ଯତ୍ନ ନିଆଯାଉ ବୋଲି ଦାବି କରୁଥିଲୁ। ହେଲେ ସେତେବେଳେ ଏହାକୁ ନେଇ ଗଞ୍ଜାମର ସ୍ଥାନୀୟ ଜନ ସାଧାରଣଙ୍କ ମନରେ ଗଭୀର ସନ୍ଦେହ ରହିଥିଲା। ପ୍ରବାସୀମାନେ ଯେ ସଙ୍ଗରୋଧର ନିୟମ ମାନି ଚଳିବେ, ଏ କଥା କେହି ବିଶ୍ଵାସ କରୁ ନଥିଲେ। ସତକୁ ସତ ତାହା ହିଁ ଘଟିଲା। ସଙ୍ଗରୋଧ କେନ୍ଦ୍ରରୁ ଲୁଚି ଲୁଚି ଅନେକ ନିଜ ଘରକୁ ଗଲେ। ସଂକ୍ରମଣ ବ୍ୟାପିବାରେ ପ୍ରବାସୀଙ୍କ ଅବହେଳା ଓ ସ୍ଥାନୀୟ ପରିବାର ଲୋକଙ୍କ ଅସତର୍କତା ସର୍ବାଧିକ ଦାୟୀ ବୋଲି ଗଞ୍ଜାମବାସୀ ସ୍ଵୀକାର କରୁଛନ୍ତି।

ତେବେ ପରିସ୍ଥିତି ଏବେ ଅଧିକରୁ ଅଧିକ ଜଟିଳ ହେଉଛି। ଜିଲ୍ଲାରେ ଲକ ଡାଉନ ଓ ଶଟ ଡାଉନର ସୀମା ବଢି ବଢି ଚାଲିଛି। ସମୟକ୍ରମେ ସଙ୍ଗରୋଧ କେନ୍ଦ୍ର ଦାୟିତ୍ବରେ ଥିବା ସରପଞ୍ଚ, ସ୍ୱାସ୍ଥ୍ୟକର୍ମୀ, ପୋଲିସ କର୍ମଚାରୀ, ଡାକ୍ତର ଓ ସରକାରୀ କର୍ମଚାରୀମାନେ ଏବେ ଆକ୍ରାନ୍ତ ହେବା ଆରମ୍ଭ କଲେଣି। ଜିଲ୍ଲାରେ କଣ୍ଟେନମେଣ୍ଟ ଜୋନ ସଂଖ୍ୟା ବଢି ଚାଲିଛି। ସରକାରୀ କାର୍ୟାଳୟଗୁଡିକ ଲୋକଙ୍କ ପାଇଁ ନିଷିଦ୍ଧ ହୋଇଛି। ତା ସତ୍ତ୍ୱେ ସଂକ୍ରମଣ ବଢି ଚାଲିଛି। ସରକାରୀ ନିୟମ ଅନୁସାରେ ଶଟ ଡାଉନ ବା ଲକ ଡାଉନ, ଏବେ ଲୋକଙ୍କ ପାଇଁ ଆଉ ଆସ୍ଥାର ବିଷୟ ହୋଇ ରହିନାହିଁ। ବ୍ରହ୍ମପୁର ସହରର ଜଣେ ବରିଷ୍ଠ ସାମ୍ବାଦିକଙ୍କ କହିବା କଥା ହେଲା- ମାର୍ଚ୍ଚ ଓ ଏପ୍ରିଲ, ଦୁଇମାସ ଆମେ ସରକାରଙ୍କ କଥା ମାନି ଘରେ ରହିଲୁ। ଆମର ବେପାର ବୁଡିଲା। ରୋଜଗାରର ବାଟ ବନ୍ଦ ହୋଇଗଲା। ତଥାପି ଆମେ ଖୁସିରେ ଥିଲୁ ଯେ, ଶେଷ ଯାଏଁ ଆମେ “ସବୁଜ ଜୋନ” ରେ ରହିଥିଲୁ। ସରକାର ନିଜେ ଲୋକଙ୍କୁ ବାହାରୁ ଆଣିଲେ ଓ ତାଙ୍କ ସାଙ୍ଗରେ କରୋନା ମଧ୍ୟ ଆଣିଲେ।“ ଏ ପ୍ରକାର କ୍ଷୋଭ ଅନେକଙ୍କ ମନରେ ରହିଛି।

ତେବେ ପ୍ରବାସୀଙ୍କୁ ନ ଆଣି ଅନ୍ୟ ବାଟ କିଛି ଥିଲା କି? ଜାତୀୟ ସ୍ତରରେ “ଅନଳକ” ପ୍ରକ୍ରିୟା ଆରମ୍ଭ ହେବା ଓ ଟ ପୂର୍ବରୁ ସ୍ବତନ୍ତ୍ର ଶ୍ରମିକ ଟ୍ରେନ ଚାଲୁହେବା ପରେ ପ୍ରବାସୀଙ୍କୁ ନିଜ ଘରକୁ ଫେରାଇବା ଏକ ଆବଶ୍ୟକତା ଥିଲା। ଏମାନେ ଯଦି ରାଜ୍ୟକୁ ଫେରି ନଥାନ୍ତେ ତାହେଲେ ଗୁଜରାଟ ଓ ମହାରାଷ୍ଟ୍ରରେ ହୁଏତ ପୋକମାଛି ଭଳି ମରିବା ଅବସ୍ଥା ହୋଇଥାନ୍ତା। ତେବେ ଘରକୁ ଫେରିବା ପରେ ଏମାନେ ଅଧିକ ଦାୟିତ୍ଵବାନ ଓ ସତର୍କ ହେବେ ବୋଲି ଆଶା କରାଯାଉଥିଲା। ଦୁର୍ଭାଗ୍ୟକ୍ରମେ ତାହା ଘଟିଲା ନାହିଁ ଓ ତାର ପରିଣତି ଏବେ ସାରା ଜିଲ୍ଲା ଭୋଗୁଛି।

ଦେଶରେ ଯେମିତି ମୁମ୍ବାଇ ସହର ଏବେ ସର୍ବାଧିକ କରୋନା ଆକ୍ରାନ୍ତ ଓ ମୃତକଙ୍କର ହଟସ୍ପଟ ପାଲଟିଛି, ଓଡିଶାରେ ଏବେ ଗଞ୍ଜାମ ସେହି ସମାନ ସ୍ଥିତି ରେ ରହିଛି। ଗଞ୍ଜାମରେ ବଢି ଚାଲିଥିବା ଆକ୍ରାନ୍ତଙ୍କ ସଂଖ୍ୟା କୁ ଦେଖି ଏହି ଜିଲ୍ଲା ପାଇଁ ଏବେ ରାଜ୍ୟ ସରକାରଙ୍କୁ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡିବ। ରାଜ୍ୟର ପ୍ରତ୍ଯେକ ଜିଲା ସଦର ମହକୁମାରେ ଓଡିଶା ସରକାର ସ୍ଵତନ୍ତ୍ର କୋଭିଡ ଡାକ୍ତରଖାନା ଖୋଲିଛନ୍ତି। ହେଲେ ପରିବର୍ତ୍ତିତ ପରିସ୍ଥିତିରେ ଗଞ୍ଜାମ, ଖୁର୍ଦ୍ଧା ଓ କଟକ ପାଇଁ ସ୍ଵତନ୍ତ୍ର ଡାକ୍ତରଖାନା ଓ ଅଧିକ ସଂଖ୍ୟକ ବେଡର ଆବଶ୍ୟକତା ପଡିବ। ବିଶେଷକରି ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ଅଧିକ ସଂଖ୍ୟକ ସ୍ଵତନ୍ତ୍ର ଡାକ୍ତରଖାନାର ଅବଶ୍ୟକତା ରହିଛି। ଲୋକଙ୍କୁ ଶ୍ରୁଙ୍ଖଳିତ ତଥା ସତର୍କ କରିବା ଲାଗି ଏଠାରେ ସ୍ଵତନ୍ତ୍ର ପୁଲିସ ବାହିନୀ ମୁତୟନ ହେବା ମଧ୍ୟ ଜରୁରୀ। ଆଜିକାର ଦିନରେ ସାରା ରାଜ୍ୟ ଗୋଟେ ପଟରେ, ହେଲେ ଗଞ୍ଜାମର ସ୍ଥିତି ଅପର ପକ୍ଷରେ। ତେଣୁ ଗଞ୍ଜାମ ପାଇଁ ସ୍ଵତନ୍ତ୍ର ରଣନୀତି ଓ  ବ୍ୟବସ୍ଥାର ବିଶେଷ ଆବଶ୍ୟକତା ରହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.