ସାରା ଭାରତରେ କୋଭିଡ ପରୀକ୍ଷଣ ସଂଖ୍ୟା ଏକ କୋଟି ଅତିକ୍ରମ କଲା, ସୁସ୍ଥ ରୋଗୀଙ୍କ ସଂଖ୍ୟା ମଧ୍ୟ ସେହିପରି

Published: Jul 6, 2020, 11:26 pm IST

ନୂଆଦିଲ୍ଲୀ, ବର୍ତ୍ତମାନ ଭାରତର କୋଭିଡ ପରୀକ୍ଷଣ ସଂଖ୍ୟା ୧୦ ମିଲିୟନ ବା ୧ କୋଟି ଅତିକ୍ରମ କରିଛି। ବ୍ୟାପକ ପରୀକ୍ଷଣ ତଥା କେନ୍ଦ୍ର ଓ ରାଜ୍ୟ ସରକାର ତଥା କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ଦ୍ଵାରା ନିଆଯାଇଥିବା ପଦକ୍ଷେପ ସହିତ “ପରୀକ୍ଷା, ଚିହ୍ନଟ, ଚିକିତ୍ସା” ରଣନୀତିର ସଫଳତାକୁ ଏହା ଦର୍ଶାଉଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୩,୪୬,୪୫୯ ନମୁନା ପରୀକ୍ଷା କରାଯାଇଛି। ପରୀକ୍ଷିତ ନମୁନାଗୁଡ଼ିକର ସମୁଦାୟ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୧,୦୧,୩୫,୫୨୫। ସମଗ୍ର ଦେଶରେ ନମୁନା ପରୀକ୍ଷାଗାର କ୍ରମାଗତ ଭାବରେ ବୃଦ୍ଧି ପାଇବା ଦ୍ଵାରା ଏହି ସଫଳତା ସମ୍ଭବ ହୋଇଛି। ଆଜି ପଯ୍ୟନ୍ତ, ୧୧୦୫ରୁ ଅଧିକ ପରୀକ୍ଷାଗାର ଲୋକଙ୍କୁ କରୋନା ପରୀକ୍ଷା କରିବାରେ ସକ୍ଷମ ହୋଇଛି। ସରକାରୀ ଭାବେ ୭୮୮ଟି ପରୀକ୍ଷାଗାର ଥିବା ବେଳେ ବେସରକାରୀ ଭାବେ ୩୧୭ଟି ରହିଛି।

ଭାରତ ସରକାରଙ୍କ ଦ୍ଵାରା କୋଭିଡ-୧୯ର ଧାରଣ ଏବଂ ପରିଚାଳନା ତଥା କ୍ରମାଗତ ପ୍ରୟାସ ଯୋଗୁଁ କରୋନା ରୋଗୀଙ୍କ ମଧ୍ୟରେ ଆରୋଗ୍ୟ ଲାଭ କରିଥିବା ସଂଖ୍ୟା ଆଜିସୁଦ୍ଧା ୪,୨୪,୪୩୨କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ସମୁଦାୟ ୧୫,୩୫୦ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।

ସକ୍ରିୟ ରୋଗୀଙ୍କ ସଂଖ୍ୟା ଅପେକ୍ଷା ସୁସ୍ଥ ରୋଗୀଙ୍କ ସଂଖ୍ୟା ୧,୭୧,୧୪୫ ଅଧିକ । ଏହା ଜାତୀୟ ଆରୋଗ୍ୟ ହାରକୁ ୬୦.୮୬%ରେ ପହଞ୍ଚାଇଛି । ବର୍ତ୍ତମାନ ୨,୫୩,୨୮୭ ସକ୍ରିୟ ମାମଲା ରହିଥିବା ବେଳେ ସମସ୍ତେ ଡାକ୍ତରୀ ତତ୍ଵାବଧାନରେ ଅଛନ୍ତି । କୋଭିଡ-୧୯ ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + ୯୧-୧୧-୨୩୯୭୮୦୪୬ କିମ୍ବା ୧୦୭୫ (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ।

Related posts