Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆର୍ଥିକ କଟକଣା କେବଳ ନୁହେଁ, ଆମେ ଆଗକୁ ଆର୍ଥିକ ଜରୁରୀକାଳୀନ ସ୍ଥିତିର ସାମ୍ନା କରିବାକୁ ଯାଉଛେ !!
ବିଶେଷ ଖବର

ଆର୍ଥିକ କଟକଣା କେବଳ ନୁହେଁ, ଆମେ ଆଗକୁ ଆର୍ଥିକ ଜରୁରୀକାଳୀନ ସ୍ଥିତିର ସାମ୍ନା କରିବାକୁ ଯାଉଛେ !!

July 9, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଓଡିଶା ସରକାର କୋଭିଡ ପରବର୍ତ୍ତୀ ସମୟରେ ରାଜ୍ୟର ଆର୍ଥିକ ପରିଚାଳନା ଲାଗି ଏକ ସ୍ପଷ୍ଟ ନୀତି ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କଘୋଷଣାନାମା ଦେଖିଲେ ଆମକୁ ୨୦୦୦-୨୦୦୪ ସମୟର ଓଡିଶା କଥା ମନେ ପଡୁଛି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ନେବା ବେଳେ ରାଜ୍ୟର ଆର୍ଥିକ ସ୍ଥିତି ଠିକ ଆଜି ଭଳି ରହିଥିଲା। ସେତେବେଳେ ଆର୍ଥିକ ପ୍ରଶାସନରେ ସବୁଠୁ ପ୍ରସିଦ୍ଧ ଶବ୍ଦ ଥିଲା “ଖର୍ଚ୍ଚକାଟ” । ନୂଆ ନିଯୁକ୍ତି ହେବନାହିଁ, ସଭା ଓ ସେମିନାର ହୋଇପାରିବ ନାହିଁ, ଅଧିକାରୀମାନେ ବିଦେଶ ଗସ୍ତରେ ଯିବେ ନାହିଁ, ନୂଆ ଯୋଜନା କିଛି ଘୋଷଣା ହୋଇ ପାରିବ ନାହିଁ ଇତ୍ୟାଦି ଇତ୍ୟାଦି। ସେତେବେଳେ ରାଜ୍ୟ ସରକାର ବିଶ୍ଵ ବ୍ୟାଙ୍କ ଏବଂ ଡିଏଫଆଇଡିର ନିର୍ଦ୍ଧାରିତ ନିୟମ ଅନୁସାରେ ଆର୍ଥିକ ନୀତି ଘୋଷଣା କରୁଥିଲେ। କାରଣ ସେତେବେଳେ ରାଜ୍ୟର ଅର୍ଥନୀତି ସୁଧାରିବାକୁ ଏହି ସବୁ ସଂଗଠନର ସାହାଯ୍ୟ ଦରକାର ପଡୁଥିଲା।୧୫ ବର୍ଷ ପରେ ଆମେ ଠିକ ସେହି ସମାନ ସ୍ଥିତିକୁ ଫେରି ଆସିଛୁ। ଓଡିଶାର ଆର୍ଥିକ ସ୍ଥିତି ଖୁବ ଅଧିକ ବିକଶିତ ହୋଇ ନଥିଲେ ମଧ୍ୟ ଗତ ଦୁଇ ଦଶନ୍ଧିରେ ଏକ ବ୍ୟବସ୍ଥିତ ଆର୍ଥିକ ପରିଚାଳନା ଆମକୁ ଏକ ପ୍ରକାର ସ୍ଥିରତା ଦେଇ ଆସିଛି।

ହଠାତ କୋଭିଡ ମହାମାରୀର ଉପସ୍ଥିତି ଏବେ ଆମର ଆର୍ଥିକ ମେରୁଦଣ୍ଡ ଉପରେ ଭୟଙ୍କର ପ୍ରହାର କରିଛି। ତେବେ ଆଜିର ଆର୍ଥିକ ସଙ୍କଟ କେବଳ ରାଜ୍ୟର ନୁହେଁ, ଏହା ସାରା ପୃଥିବୀର।ଏହି ମହାମାରୀର ପ୍ରଭାବ ଆମର ଜୀବନ ଉପରେ ଯେତିକି, ତାଠୁ ଆମର ଅର୍ଥନୀତି ଉପରେ ଅଧିକ ବଳଶାଳୀ। ପୃଥିବୀର ଅର୍ଥନୀତି ଆଜି ଏକପ୍ରକାର ପଙ୍ଗୁ ଅବସ୍ଥାକୁ ଚାଲି ଆସିଛି। ପୂର୍ବରୁ ଅର୍ଥନୀତିର ଦୁରବସ୍ଥା ଲାଗି ଆମେ ଆର୍ଥିକ କୁପରିଚାଳନାକୁ ଦାୟୀ କରୁଥିଲେ। ଆଜି ସେ ସ୍ଥିତି ନାହିଁ। ଆଜି ଯାହା ଘଟୁଛି କରୋନା ପାଇଁ ଘଟୁଛି। ତେବେ କରୋନା ସଙ୍କଟର ମୁକାବିଲା କରିବାରେ ଯେଉଁ ଦେଶ ଯେତେ ବାସ୍ତବବାଦୀ ଆଭିମୁଖ୍ୟ ନେଇଛନ୍ତି, ସେମାନେ ସେତେ ଶୀଘ୍ର ନିଜର ଆର୍ଥିକ ସ୍ଥିତିକୁ ସଜାଡିବାରେ ସଫଳ ହୋଇଛନ୍ତି।ଏସିଆର ଦେଶ ଗୁଡିକ (କେବଳ ଭାରତକୁ ବାଦ ଦେଇ) ଊଣା ଅଧିକେ କୋଭିଡ ମୁକାବିଲା ସହିତ ନିଜର ଆର୍ଥିକ ସ୍ଥିତିକୁ ବଞ୍ଚାଇବାର ଏକ ମଧ୍ୟମପନ୍ଥା ଅନୁସରଣ କରିଛନ୍ତି। ଭାରତ ଏହାର ବ୍ୟତିକ୍ରମ ପାଲଟିଛି।ଅତ୍ୟନ୍ତ ତରବରିଆ ଏବଂ ଯୋଜନାବିହୀନ ଢଙ୍ଗରେ ଲାଗୁ ହୋଇଥିବା ଭାରତୀୟ ଲକଡାଉନ, ଆମର ଅର୍ଥନୀତିକୁ ସବୁଠୁ ଅଧିକ କ୍ଷତି ପହଞ୍ଚାଇଛି।

ଲକଡାଉନର ପ୍ରଭାବ ଓଡିଶା ରେ ଭିନ୍ନ ଢଙ୍ଗରେ ପଡିଛି। ପ୍ରାଥମିକ ସ୍ତରରେ ଓଡିଶାରେ ଲକ ଡାଉନର ସକାରାତ୍ମକ ପ୍ରଭାବ ଆମେ ଦେଖିଥିଲୁ। କାରଣ ସଂକ୍ରମଣ ଓ ମୃତ୍ୟୁହାର ଓଡିଶାରେ ପ୍ରଥମ ଅଢେଇ ମାସ ଅତ୍ୟନ୍ତ ଭଲ ସ୍ଥିତିରେ ରହିଥିଲା। ଲକ ଡାଉନ ଫିଟିବା ବେଳକୁ ରାଜ୍ୟର ସ୍ଥିତି ଅଧିକ ସଂକଟାପନ୍ନ ହେବା ଆରମ୍ଭ କରିଛି। ଗତ ମାସେ ଭିତରେ ସଂକ୍ରମଣ ଓ ମୃତ୍ୟୁହାର ବଢିବା ସହିତ ଲକ ଡାଉନ ଓ ଶଟ ଡାଉନ ଓଡିଶାରେ ଏକ ସାଧାରଣ ଘଟନା ପାଲଟି ଯାଇଛି। ଅର୍ଥନୀତିର ତାଲା ଅନ୍ୟାନ୍ୟ ରାଜ୍ୟରେ ଫିଟିବା ଆରମ୍ଭ କରୁଥିବା ବେଳେ ଓଡିଶାରେ ଏହା ଅଧିକ ଶକ୍ତ ହେଉଛି।ଏହାର ସ୍ପଷ୍ଟ ପ୍ରଭାବ ରାଜ୍ୟ ଅର୍ଥନୀତି ଉପରେ ପଡୁଛି।

ଗତ ଜୁନ ୧୨ ତାରିଖ ସୁଦ୍ଧା ରାଜ୍ୟର ଲକ ଡାଉନ ଜନିତ ସ୍ଥିତି ର ସମୀକ୍ଷା କରି ଏକ ଅର୍ଥନୀତିଜ୍ଞ ଗୋଷ୍ଠୀ ଆକଳନ କରିଥିଲେ ଯେ ରାଜ୍ୟରେ ଅଭିବୃଦ୍ଧି ହାର ୧୩ ରୁ ୧୬% ଋଣାତ୍ମକ ବା ନେଗେଟିଭ ହେବ। ଏତେ ପରିମାଣର ଋଣାତ୍ମକ ସ୍ଥିତି ମୁକାବିଲାରେ କେବଳ ଆର୍ଥିକ କଟକଣା ସହାୟକ ହେବନାହିଁ। ଆଗକୁ ସରକାରଙ୍କୁ ହୁଏତ ସରକାରୀ କର୍ମଚାରୀଙ୍କ ଦରମା କାଟ କରିବାକୁ ପଡିପାରେ। ଆବଶ୍ୟକ ପଡିଲେ ସରକାରୀ କଳକୁ ସଙ୍କୁଚିତ କରିବା ଲାଗି ହଜାର ହଜାର କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବା ଭଳି ଅପ୍ରୀତିକର ପଦକ୍ଷେପ ନେବାକୁ ସରକାର ବାଧ୍ୟ ହେବାର ସମ୍ଭାବନା ମଧ୍ୟ ରହିଛି।

ସବୁଠୁ ବଡ ସମସ୍ୟା ହେଉଛି କରୋନା ମହାମାରୀର ଭବିଷ୍ୟତ ଗତି କଣ? ଏହା ରାଜ୍ୟରେ କେବେ ଶୀର୍ଷକୁ ଯିବ ସେକଥା କେହି କହିପାରିବେ ନାହଁ। ଭାରତରେ ମହାମାରୀ ଶିଖର ଛୁଇଁବା ବେଳକୁ ଆହୁରି ଅନେକ ମାସ ଲାଗିବ ବୋଲି କୁହାଯାଉଛି। ମହାମାରୀ ଥିବା ଯାଏ ରାଜ୍ୟର ଆର୍ଥିକ ଗତି ସ୍ଵାଭାବିକ ହେବା ସମ୍ଭବ ନୁହେଁ। ପ୍ରାଥମିକ ଭାବରେ କରୋନାକୁ ରୋକିବାରେ ସରକାରୀ ସଫଳତା ଆମପାଇଁ ଗୋଟେ ଭଲ ସୁଯୋଗ ତିଆରି କରିଥିଲା। ସେ ସୁଯୋଗ ଏବେ ହାତଛଡା ହୋଇସାରିଛି। ବର୍ତ୍ତମାନ ସମୟରେ କେବଳ ଖଣିଜ ରାଜସ୍ୱ ବ୍ୟତୀତଅନ୍ୟାନ୍ୟ ଆର୍ଥିକ ସୂତ୍ର ପ୍ରାୟ ଶୁଖିଲା। ଆୟର ସ୍ରୋତ ଶୁଖିଲା ରହିଥିବା ବେଳେ ବ୍ୟୟ ଏବେ ଅସୀମିତ। ଓଡିଶାରେ କରୋନା ମୁକାବିଲା ଲାଗି ଯେତେ ପରିମାଣରେ ଅର୍ଥଦରକାର ତାହା ରାଜ୍ୟ ରାଜକୋଷରେ ଅଛି ନା ତାହା ଆଜି ଚିନ୍ତାର ବିଷୟ।ରାଜ୍ୟରେ ଆଗାମୀ ସମୟ ଆହୁରି ବଡ ଆହ୍ଵାନ ସୃଷ୍ଟି କରିବ। ତାର ମୁକାବିଲା ରାଜ୍ୟ ସରକାରଙ୍କ ପାଇଁ ସବୁଠୁ ବଡ ଅଗ୍ନି ପରୀକ୍ଷା ହେବାକୁ ଯାଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026
Latest News

ଟି-୨୦ ବିଶ୍ୱକପ୍ ଜିତିବା ପରେ ଅଜିତ ଅଗରକରଙ୍କ ଅନନ୍ୟ ଦାବି: ସ୍ଵୀକାର କରିବ କି ବିସିସିଆଇ?

March 19, 2026

ଆଜି ଜେଡିୟୁ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ ନୀତିଶ କୁମାର

March 19, 2026

ଟ୍ରକ୍ ଧକ୍କାରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ

March 19, 2026

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା: ସମ୍ପୃକ୍ତ ୪ ଯୁବକ ଗିରଫ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.