Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»କ୍ୟାମେରାରେ ବିଶ୍ଵର ସର୍ବବୃହତ୍ତ ବନ୍ୟପ୍ରାଣୀ ସର୍ଭେ ଭାବେ ଗିନିଜ ରେକର୍ଡ ପ୍ରତିଷ୍ଠା କଲା ଭାରତର ବ୍ୟାଘ୍ର ଗଣନା
ଅନ୍ତରାଷ୍ଟ୍ରୀୟ

କ୍ୟାମେରାରେ ବିଶ୍ଵର ସର୍ବବୃହତ୍ତ ବନ୍ୟପ୍ରାଣୀ ସର୍ଭେ ଭାବେ ଗିନିଜ ରେକର୍ଡ ପ୍ରତିଷ୍ଠା କଲା ଭାରତର ବ୍ୟାଘ୍ର ଗଣନା

July 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ndia’s 2018 Tiger Census sets a New Guinness World Records. Paired camera traps were placed at 26,760 different locations across 139 study sites, which generated approximately 35 million photos

ନୂଆଦିଲ୍ଲୀ, ସର୍ବଭାରତୀୟ ବ୍ୟାଘ୍ର ଗଣନା 2018ର ଫଳାଫଳ ଗତବର୍ଷ ବିଶ୍ଵ ବ୍ୟାଘ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଘୋଷିତ ହୋଇଥିଲା। ବିଶ୍ଵର ସର୍ବବୃହତ କ୍ୟାମେରା ଉତ୍ତୋଳିତ ବନ୍ୟପ୍ରାଣୀ ସର୍ଭେ ହିସାବରେ ଏହା ଗିନିଜ ୱାର୍ଲ୍ଡ ଅଫ ରେକର୍ଡରେ ସ୍ଥାନ ପାଇଛି ।

ଏହା ଉପରେ ପରିବେଶ ମନ୍ତ୍ରୀ ଶ୍ରୀ ଜାଭଡେକର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଭାରତ ଧାର୍ଯ୍ୟ ସମୟର 4 ବର୍ଷ ପୂର୍ବରୁ ବାଘଙ୍କ ସଂଖ୍ୟା ଦ୍ଵିଗୁଣିତ କରିବାର ସଂକଳ୍ପକୁ ପୂରଣ କରିସାରିଛି। ସର୍ବଶେଷ ଗଣନା ଅନୁସାରେ ଦେଶରେ ବର୍ତ୍ତମାନ 2,967ଟି ବାଘ ଥିବା ଗଣନାରୁ ଜଣାଯାଇଛି । ଏସହିତ ଭାରତରେ ବିଶ୍ଵର 75 ପ୍ରତିଶତ ବାଘ ଅଛନ୍ତି। ସେଦୃଷ୍ଟିରୁ ବାଘ ସଂଖ୍ୟା ଦ୍ଵିଗୁଣିତ କରିବା ନେଇ 2010ରେ ସେଣ୍ଟପିଟର୍ସବର୍ଗଠାରେ ହୋଇଥିବା ସଂକଳ୍ପକୁ ଭାରତ ଧାର୍ଯ୍ୟ ସମୟ 2022 ପୂର୍ବରୁ ହାସଲ କରିସାରିଛି ।

ଗିନିଜ ୱାର୍ଲ୍ଡ ରେକର୍ଡ ଦ୍ଵାରା ପ୍ରଦତ୍ତ ମାନପତ୍ରରେ ଲେଖା ଅଛି ଯେ, 2018-19ରେ କରାଯାଇଥିବା ଭାରତର 4ର୍ଥ ବ୍ୟାଘ୍ର ଗଣନା ଚକ୍ର ଏପର୍ଯ୍ୟନ୍ତ ହୋଇଥିବା ଗଣନା ମଧ୍ୟରେ ତଥ୍ୟ ଓ ସମ୍ପଦ ଦୃଷ୍ଟିରୁ ଖୁବ ବ୍ୟାପକ । ଦୂରସମ୍ବେଦୀ ଉପକରଣ ସହ ଖଞ୍ଜା ହୋଇଥିବା କ୍ୟାମେରା ଦ୍ଵାରା ଏହି ଗଣନା କରାଯାଇଥିଲା । 141ଟି ଭିନ୍ନ ଭିନ୍ନ ବନାଞ୍ଚଳରେ ଥିବା 26,838ଟି ସ୍ଥାନ ଓ ପ୍ରାୟ 121337 ବର୍ଗକିଲୋମିଟର ପରିମିତ ଅଞ୍ଚଳ କ୍ୟାମେରା ନଜରରେ ରହିଥିଲା।

କ୍ୟାମେରାଗୁଡିକ 3,48,58,623ଟି ବିଭିନ୍ନ ବନ୍ୟପ୍ରାଣୀଙ୍କ ଫଟୋଚିତ୍ର ଉତ୍ତୋଳନ କରିଥିଲା । ସେଥିରୁ 76,651ଟି ବାଘ ଓ 51,777ଟି  କଲରାପତିରିଆ ଥିବାବେଳେ ଅବଶିଷ୍ଟ ଅନ୍ୟାନ୍ୟ ଜୀବଜନ୍ତୁ ଥିଲେ । ଏହି ଫଟୋଚିତ୍ର ମଧ୍ୟରେ ଛୁଆଙ୍କୁ ଛାଡ଼ି 2,461ଟି ବାଘଙ୍କୁ ଠାବ କରାଯାଥିଲା । ଏହାଛଡା ଭାରତରେ ବାଘଙ୍କ ଗଣନା କରିବା ପାଇଁ 5,22,996 କିଲୋମିଟର ପରିମିତ ଅଞ୍ଚଳରେ ବ୍ୟାଘ୍ର ପଦଚିହ୍ନ ମଧ୍ୟ ସର୍ଭେ କରାଯାଇଥିଲା ।

ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରତି 4 ବର୍ଷରେ ଥରେ ବାଘ ଗଣନା କରାଯାଇଥାଏ । ଭାରତୀୟ ବନ୍ୟାପ୍ରାଣୀ ପ୍ରତିଷ୍ଠାନ ଏଥିପାଇଁ ବୈଷୟିକ ସହାୟତା ଦେଉଥିବା ବେଳେ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଏହାକୁ ତ୍ୱରାନ୍ୱିତ କରିଥାନ୍ତି । 2018ରେ ହୋଇଥିବା ସର୍ବେଶେଷ ସର୍ଭେ ଅନୁସାରେ ଦେଶରେ 2,967ଟି ବାଘ ଅଛନ୍ତି । ସମଗ୍ର ବିଶ୍ଵରେ ପ୍ରୋଜେକ୍ଟ ଟାଇଗର ଭଳି ପ୍ରକଳ୍ପ ଦେଖିବାକୁ ମିଳିବା ପ୍ରାୟତଃ ଅସମ୍ଭବ।  ମାତ୍ର 9ଟି ବ୍ୟାଘ୍ର ଅଭୟାରଣ୍ୟକୁ ନେଇ ଆରମ୍ଭ କରାଯାଇଥିବା ଏହି ପ୍ରକଳ୍ପରେ 50 ବ୍ୟାଘ୍ର ଅଭୟାରଣ୍ୟକୁ ସାମିଲ କରାଯାଇସାରଲାଣି। ଭାରତ ବର୍ତ୍ତମାନ ବ୍ୟାଘ୍ର ସଂରକ୍ଷଣ ଦିଗରେ ବିଶ୍ଵରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗରେ ପୁଣିଥରେ ନିର୍ବାଚନ

May 3, 2026

IED ବିସ୍ଫୋରଣ: ୪ ଯବାନ ଶହୀଦ

May 2, 2026

ଓଡ଼ିଶାକୁ ‘ନଲେଜ୍ କ୍ୟାପିଟାଲ୍’ ଭାବେ ଗଢ଼ିବା ପାଇଁ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳା

May 2, 2026

ଛତିଶଗଡ଼ର କାଙ୍କେରରେ ଆଇଇଡି ବିସ୍ଫୋରଣ: ତିନି ଯବାନ ସହିଦ

May 2, 2026
Latest News

ପଶ୍ଚିମବଙ୍ଗରେ ପୁଣିଥରେ ନିର୍ବାଚନ

May 3, 2026

IED ବିସ୍ଫୋରଣ: ୪ ଯବାନ ଶହୀଦ

May 2, 2026

ଟି-୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ଭାରତୀୟ ଦଳ

May 2, 2026

ଭାଇବୋହୁକୁ ହାଣିଲା ଦେଢଶୁର

May 2, 2026

ଗଛ ପଡି ସ୍ଵାମୀ ମୃତ, ବିଷ ପିଇଲା ସ୍ତ୍ରୀ

May 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.