ଗଜପତି ପୋଲିସର ବଡ ସଫଳତା, ଏକଥରେ ଜବତ କଲେ 4 କ୍ୟୁଣ୍ଟାଲରୁ ଅଧିକ ପରିମାଣର ଗଂଜେଇ

Published: Jul 12, 2020, 12:58 pm IST

ଭୁବନେଶ୍ବର , ଗଜପତି ଜିଲ୍ଲା ପୋଲିସର ଏକ ବଡ ସଫଳତା ହାସଲ କରିଛି। ଏକାଥରକେ 468 କେଜି ଗଂଜେଇ ଜବତ କରିବାରେ ସଫଳତା ପାଇପାରିଛି। ଗଂଜେଇ ଚାଲଣ ଖବର ପାଇବା ପରେ ପୋଲିସର ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା। ଏଥିରେ ଆର ଉଦୟଗିରିର ଏସଡିପିଓ, ମୋହନା ଆଇଆଇସିଙ୍କ ସହିତ ଅନ୍ୟ ପୋଲିସ ଥିଲେ। ଏହି ଟିମ ସ୍ମଗଲରଙ୍କୁ ଅପେକ୍ଷା କରିବା ପରେ 14ଟି ପ୍ଲାଷ୍ଟିକ ବ୍ୟାଗରେ 468 କେଜି 5ଶହ ଗ୍ରାମର ଗଂଜେଇ ଜବତ କରିଛନ୍ତି। ଏକ ବଲେରୋ ଗାଡିରେ ସ୍ମଗଲରମାନେ ଏହି ଗଂଜେଇ ପଶ୍ଚିମ ବଂଗକୁ ଚାଲଣ କରୁଥିଲେ।

 

Related posts