Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ମହାମାରୀର ଅମାନବୀୟ ବାଡ, ରାଜ୍ୟ ରାଜ୍ୟ ପରେ ଏବେ ଜିଲ୍ଲା ଜିଲ୍ଲା ଭିତରେ ବିଭାଜନ
ବିଶେଷ ଖବର

କରୋନା ମହାମାରୀର ଅମାନବୀୟ ବାଡ, ରାଜ୍ୟ ରାଜ୍ୟ ପରେ ଏବେ ଜିଲ୍ଲା ଜିଲ୍ଲା ଭିତରେ ବିଭାଜନ

July 16, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

କରୋନା ଭୂତାଣୁକୁ ନେଇ ଦିନକୁ ଦିନ ଦୁଃସମ୍ବାଦ ବଢି ଚାଲିଛି। କେବଳ ଏହି ମହାମାରୀ ଆମ ଜୀବନ ପ୍ରତି ବିପଦ ସୃଷ୍ଟି କରିନାହିଁ, ଏହା ଆସ୍ତେ ଆସ୍ତେ ଆମର ଜୀବିକା ଓ ସମାଜକୁ ମଧ୍ୟ ଧ୍ଵଂସ କରିବା ଆରମ୍ଭ କଲାଣି। ମଣିଷ ଭାବରେ ଏ ପୃଥିବୀରେ ସମ୍ମାନର ସହିତ ବଞ୍ଚିବାର ଅଧିକାର ଓ ମୃତ୍ୟୁ ପରେ ସମ୍ମାନର ଅଙ୍ଗାର ମୁଠେ ପାଇବାର ଅଭିଳାଷ, କରୋନା ଆମଠୁ ଛଡାଇ ନେଉଛି। ଏହା ସହିତ ରାଜନୈତିକ ଭାବରେ ଜଣେ ନାଗରିକ ଭାବେ ଆମର ଯେଉଁ ସାମ୍ବିଧାନିକ ଅଧିକାର ଥିଲା, ତାହା ମଧ୍ୟ ଆଜି ନାହିଁ। ଗୋଟେ ସମୟରେ ଆମେ ଗର୍ବର ସହିତ କହୁଥିଲୁ ଯେ, ଦେଶର ଯେ କୌଣସି ଅଞ୍ଚଳକୁ ଯେ କୌଣସି ସମୟରେ ଯାଇ ପାରିବା ଆମର ସାମ୍ବିଧାନିକ ଅଧିକାର। କେବଳ ଯାଇପାରିବା ନୁହେଁ,  ନିଜ ମର୍ଜିରେ ରହି ପାରିବାର, ବ୍ୟବସାୟ କରିପାରିବାର ଅଧିକାର ଆମର ରହିଛି। ଭାରତୀୟ ସମ୍ବିଧାନ ଆମକୁ ଯେଉଁ ଅଧିକାର ଦେଇଥିଲା ସେଥିରେ ଗୋଟେ “କିନ୍ତୁ” ରହିଥିଲା। ଜନସ୍ୱାସ୍ଥ୍ୟ ର ସଙ୍କଟ ସମୟରେ ହୁଏତ ଆମର ଚଳପ୍ରଚଳକୁ ସରକାର ସୀମିତ କରିପାରିବେ। ଆଜି ସେହି ପରିସ୍ଥିତି ଆସି ପହଞ୍ଚିଛି। କରୋନା ମହାମାରୀ ଆମକୁ ସବୁ ପ୍ରକାର ନାଗରିକ ଅଧିକାର ସରକାର ପାଖରେ ବନ୍ଧା ପକାଇବାକୁ ବାଧ୍ୟ କରୁଛି। ସରକାର ଏବେ ଆମ ଜୀବନର ମାଲିକ, ତେଣୁ ସରକାର ଆମକୁ ଯାହା କହିବେ ତାକୁ ଆମେ ମାନିବାକୁ ବାଧ୍ୟ। ଆଜିର ପରିସ୍ଥିତିରେ ବାଲ ଗଙ୍ଗାଧର ତିଳକ ଯେମିତି କହିଥିଲେ କି- ସ୍ଵାଧୀନତା ମୋର ଜନ୍ମସିଦ୍ଧ ଅଧିକାର, ତାକୁ ଓଲଟାଇ ଆମକୁ କହିବାକୁ ପଡିବ- ବଞ୍ଚିବାକୁ ହେଲେ ଆମକୁ ପରାଧୀନ ହେବାକୁ ପଡିବ।

ଦେଶ ଭିତରେ ଚଳ ପ୍ରଚଳ କଥା ଭୁଲି ଯାଆନ୍ତୁ, ଏବେ ଗଞ୍ଜାମ ଜିଲ୍ଲାର ଲୋକ ଖୁର୍ଦ୍ଧା ଜିଲ୍ଲାକୁ ଆସି ପାରିବେ ନାହିଁ। ଭୁବନେଶ୍ୱର ଲୋକ ଆଉ କେଉଁ ସହରକୁ ଯାଇ ରହିବା ସମ୍ଭବ ନୁହେଁ। ମହାମାରୀ ନିୟମ ଅନୁସାରେ ଏବେ ଆମର ପରିଚୟ ଆଉ ଭାରତୀୟ ବା ଓଡିଆ ହୋଇ ରହିନାହିଁ। ଆମେ ଏବେ ଜିଲ୍ଲା ଜିଲ୍ଲା ଭିତରେ ବାଡ ତିଆରି କଲେଣି। ଏହା ଅନେକାଂଶରେ ଗାଁ ଗାଁ ଓ ସହର ସହର ମଧ୍ୟରେ ମଧ୍ୟ ତିଆରି ହେଲାଣି। ଗତ କିଛିଦିନ ହେଲାଣି, ଗଞ୍ଜାମ ଜିଲ୍ଲାକୁ ଆସିବା ବା ଯିବା ଉପରେ ପ୍ରଶାସନ କଟକଣା ଜାରି କରିଛି। କଟକ ଓ ଭୁବନେଶ୍ବରକୁ ଗୋଟେ  ସମୟରେ ଦ୍ଵୈତ ନଗରୀ ବୋଲି ଆମେ କହୁଥିଲେ। ଆଜି ଏ ଦୁଇ ସହର ଭିତରେ ଯିବା ଆସିବା ପାଇଁ ହଜାର କଟକଣା। ଏ ପ୍ରକାର କଟକଣାକୁ ଆମେ ମହାମାରୀ ରୋକିବାର ଏକମାତ୍ର ବାଟ ବୋଲି ଭାବୁଛୁ। ଗତ ଚାରିମାସ ଭିତରେ “ଲକ ଡାଇନ”,  “ଶଟ ଡାଉନ”, “ସୀମା ସିଲ” ଭଳି ବିଚିତ୍ର ବ୍ୟବସ୍ଥା ସବୁ ଅବ୍ୟାହତ ରହିଛି। ପୂରା ଜୁଲାଇ ମାସ ଆମେ କେହି ପୁରୀ ସହରକୁ ବା ପୁରୀ ଜିଲ୍ଲାକୁ ଯାଇ ପାରିବା ନାହିଁ। ଏପରିକି ରାଜ୍ୟର ସବୁଠୁ ମୁକ୍ତ ଶ୍ମଶାନ କୁହା ଯାଉଥିବା ପୁରୀ ସ୍ଵର୍ଗଦ୍ଵାର ପୁରୀ ବାହାର ଲୋକଙ୍କ ପାଇଁ ବନ୍ଦ ହୋଇ ଯାଇଛି।

ମହାମାରୀ ରୋକିବା ଲାଗି ସରକାର କିଛି ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଗ୍ରହଣ କରିପାରିବେ ଓ ସେ ଅଧିକାର ତାଙ୍କର ରହିଛି। ହେଲେ ଲୋକଙ୍କ ଜୀବିକା ଉଜାଡିଆ ଦେବାର ଅଧିକାର ସରକାରଙ୍କ ପାଖରେ ରହିଛି କି? ରାଜନୈତିକ ଭାବରେ କହିଲେ,  ମହାମାରୀ ମୁକାବିଲା ଏବେ ଆମକୁ ଏକଛତ୍ରବାଦ ଆଡକୁ ନେଇ ଯାଉଛି। ଜଣେ ଜିଲ୍ଲାପାଳ ବା ନଗରପାଳିକା ଅଧିକାରୀ ହଠାତ ଗୋଟେ ଅଞ୍ଚଳର ଆକ ଛତ୍ରପତି ପାଲଟି ଯାଉଛନ୍ତି। ଜନସ୍ୱାସ୍ଥ୍ୟ ଲାଗି ଗୋଟେ ଅଞ୍ଚଳ ବା ଅନୁଷ୍ଠାନ କୁ ସିଲ କରିବାର ସମୟ ସୀମା ଅତି ବେଶୀରେ ୪୮ ଘଣ୍ଟା ହେବା କଥା। ହେଲେ ମନ ଇଚ୍ଛା ଶଟ ଡାଉନର ସମୟସୀମା ବଢୁଛି। ସରକାରୀ କାର୍ଯ୍ୟାଳୟ ଗୁଡିକ ଉପରେ ସାଧାରଣ ଲୋକଙ୍କ ପ୍ରବେଶକୁ ମାସ ମାସ ଧରି ବାରଣ କରା ଯାଉଛି। ଯଦି ସରକାରୀ କାର୍ୟାଳୟକୁ ଲୋକେ ଯାଇପାରିବେ ନାହିଁ, ତା ହେଲେ ସେ କାର୍ୟାଳୟ ଖୋଲା ହେଉଛି କାହିଁକି?

ମାର୍ଚ୍ଚ ତୃତୀୟ ସପ୍ତାହରୁ ମଇ ୩୧ ତାରିଖ ଯାଏଁ ସାରା ଦେଶରେ କଡାକଡି ଭାବରେ ଲକ ଡାଉନ ପାଳିତ ହେଲା। ସେ ସମୟରେ ଆମେ ଯେତିକି ପରୀକ୍ଷା କରିବା କଥା ବା ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା କଥା ତାହା ଯଦି କରିଥାନ୍ତେ, ଆଜି ଏ ପରିସ୍ଥିତି ଉପୁଜି ନଥାନ୍ତା। ପ୍ରବାସୀ ଶ୍ରମିକ ତଥା ଅନ୍ୟାନ୍ୟ ନାଗରିକ ଫେରିବା ପରେ, ସେମାନଙ୍କର ବାଧ୍ୟତାମୂଳକ ପରୀକ୍ଷା କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ସାଧନ ନଥିଲା। କେନ୍ଦ୍ର ସରକାର ଲକ୍ଷଣ ନଥିବା ଲୋକଙ୍କର ପରୀକ୍ଷା ନ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଲେ। ଅଥଚ ଦେଶରେ ୯୦% ଲୋକଙ୍କ ଭିତରେ ଲକ୍ଷଣ ନଥିବା ସତ୍ତ୍ୱେ କରୋନା ଭୂତାଣୁର ଅନୁପ୍ରବେଶ ଘଟୁଥିଲା। ଏହି ଲକ୍ଷଣ ନଥିବା ବା ଅଳ୍ପ ଲକ୍ଷଣ ଥିବା ଆକ୍ରାନ୍ତମାନେ ଗୋଷ୍ଠୀ ସଂକ୍ରମଣର ବାହକ ହେବେ ବୋଲି ସେତେବେଳେ ଆମର ଜନସ୍ୱାସ୍ଥ୍ୟବିତମାନେ ବାରମ୍ବାର ସତର୍କ କରାଇ  ଆସୁଥିଲେ। ହେଲେ ସରକାର ନିଜର ରାଜନୈତିକ ଗୋଟି ଚାଳନାରେ ଜନସ୍ୱାସ୍ଥ୍ୟକୁ କେବେ ହେଲେ ପ୍ରାଥମିକତା ଦେଇ ନାହାନ୍ତି।

ଆଜି ନେଡିଗୁଡ କହୁଣୀକୁ ବୋହି ସାରିଲାଣି। ସାଧାରଣ ଗ୍ରାମବାସୀ ଓ ଗରିବ ଜନତା ଏବେ କୋଭିଡ ସଂକ୍ରମଣର ଶିକାର ହୋଇ ସାରିଛନ୍ତି। ଆଜି ସେମାନଙ୍କର ଜୀବନ ଓ ଜୀବିକା ଦୁଇଟି ଯାକ ଉଜୁଡି ସାରିଛି। ସେଥିରେ ସରକାର ସଂବେଦନଶୀଳ ହେବା ପରିବର୍ତ୍ତେ ଏବେ ଛାଟ ଧରି ଆମକୁ ଶାସନ କରିବାର ଓ ବଳ ପ୍ରୟୋଗ କରି ଆମର ନାଗରିକ ହେବାର ଅଧିକାରକୁ କ୍ଷୁଣ୍ଣ କରି ଚାଲିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.