ଭୁବନେଶ୍ବର : ନୟାପଲ୍ଲୀ ସୀତାପୁର ଓ ତ୍ରିନାଥ ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଅଧିକ କରୋନା କରୋନା ସଂକ୍ରମିତ ଚିହ୍ନଟ ହେବାରୁ ଏହି ଅଞ୍ଚଳକୁ ବିଏମ୍ସି କଣ୍ଟେନମେଣ୍ଟ ଜୋନ୍ ଘୋଷିତ କରିଛି । ଆଜିଠୁ ଏହି ଅଞ୍ଚଳରେ କଟକଣା ଲାଗୁ ହୋଇଛି । ଏଠାରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ବିଏମ୍ସି ।ଏଠାରେ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେବାରୁ ବିଏମ୍ସି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
ସୂଚନାଯୋଗ୍ୟ, ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 919ରେ ପହଞ୍ଚିଛି। ସେଥିମଧ୍ୟରୁ 403 ସୁସ୍ଥ ଘରକୁ ଫେରିଥିବାବେଳେ ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି ହୋଇଛି। ସେହିପରି ଏବେସୁଦ୍ଧା 504 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।
Tags: କଣ୍ଟେନେମଣ୍ଟଜୋନ୍, ବିଏମ୍ସି