Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ହଜାର କ୍ଳବରେ ଓଡିଶା, କୋଭିଡ ମୁକାବିଲାରେ ଓଡିଶା ସରକାର ବାଟ ଭୁଲିବା ଆରମ୍ଭ କରିଛନ୍ତି କି?
ବିଶେଷ ଖବର

ହଜାର କ୍ଳବରେ ଓଡିଶା, କୋଭିଡ ମୁକାବିଲାରେ ଓଡିଶା ସରକାର ବାଟ ଭୁଲିବା ଆରମ୍ଭ କରିଛନ୍ତି କି?

July 23, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଟିକେ ପଛକୁ ଫେରି ଚାହିଁଲେ, ଆମକୁ ଆଶ୍ଚର୍ଯ୍ୟ ଲାଗିବ। ମାର୍ଚ୍ଚ- ଏପ୍ରିଲ ବେଳକୁ ଯେତେବେଳେ ମହାରାଷ୍ଟ୍ର କିମ୍ବା ରାଜସ୍ଥାନରେ ୫୦୦/୧୦୦୦ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ, ତାକୁ ଦେଖି ଆମେ ଆଶ୍ଵସ୍ତ ହେଉଥିଲୁ। କାରଣ ଓଡିଶାରେ ସେତେବେଳେ ୪୦/୫୦ ବହୁତ ବଡ ସଂଖ୍ୟା ଥିଲା। ଯେଉଁ ଦିନ ଭୁବନେଶ୍ବରରେ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ସେଦିନ ପୂରା ଗୋଟେ କୋକୁଆ ଭୟର ବାତାବରଣ ଭୁବନେଶ୍ବରରେ ରହିଥିଲା। ମାତ୍ର ଦୁଇ ମାସ ଭିତରେ ସ୍ଥିତି ପୂରା ବଦଳି ଯାଇଛି। ଆଜି ଆକ୍ରାନ୍ତଙ୍କ ସଂଖ୍ୟା ଆଉ ବିଚଳିତ କରୁନି। ଲୋକେ ଭାବିନେଲେଣି ଯେ କାରୋନା ସହିତ ଆମକୁ ବଞ୍ଚିବାକୁ ପଡିବ। ସରକାର ଯେତେ ଲୋକଙ୍କୁ ଡରାଇବାକୁ ଚାହୁଁଛନ୍ତି ଲୋକ ସେତେ ଅଧିକ ନିର୍ଭୀକ ହେବା ଆରମ୍ଭ କଲେଣି। ସରକାର ଯେତେ ବାହାସ୍ଫୋଟ ମାରିଲେ ମଧ୍ୟ କରୋନା ସଂକ୍ରମଣ ରୋକିବାରେ ଯେ ବିଫଳ ହୋଇଛନ୍ତି, ଏକଥା ଆଜି ଆଉ ପ୍ରମାଣ ଦେଇ ବୁଝାଇବାକୁ ପଡିବ ନାହିଁ।

ଓଡିଶାର ଚାରୋଟି ଜିଲା ଓ ତିନୋଟି ମହାନଗରୀରେ ଯେତେବେଳେ ରାଜ୍ୟ ସରକାର ପୁଣିଥରେ ଲକ ଡାଉନ ଲାଗୁ କଲେ, ସେତେବେଳେ ରାଜ୍ୟର ମୁଖ୍ୟ ଶାସନ ସଚିବ କହିଥିଲେ ଯେ ଆଗାମୀ ୧୫ ଦିନରେ ସଂକ୍ରମଣ କୁ ନିୟନ୍ତ୍ରିତ କରିପାରିବୁ ବୋଲି ଆମେ ଦୃଢ ପରିକର ଓ ଆମ ଭିତରେ ଆତ୍ମବିଶ୍ଵାସ ରହିଛି। ତେବେ ଏହି ପର୍ଯାୟରେ ଲକ ଡାଉନ ପ୍ରାୟ ସପ୍ତାହେ ସରିବାକୁ ବସିଲାଣି।ଗତକାଲି ସବୁ ରେକର୍ଡ ଭାଙ୍ଗି ରାଜ୍ୟରେ ୧୦୭୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅର୍ଥାତ ଓଡିଶା ଏବେ କରୋନା ଆକ୍ରାନ୍ତଙ୍କର ହଜାର କ୍ଲବ ରେ ସାମିଲ ହୋଇଛି। ପ୍ରଥମ ପର୍ଯାୟ ଲକ ଡାଉନ ସମୟରେ ଯେଉଁ ରାଜ୍ୟ ଗୁଡିକ ଆପାତତଃ ଭଲ ସ୍ଥିତିରେ ଥିଲେ ସେମାନେ ଏବେ ହଜାର କ୍ଲବ ର ସଦସ୍ୟ। ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ଆସାମ, ବିହାର ଇତ୍ୟାଦି ରାଜ୍ୟରେ ଏବେ ହଜାର ଏକ ସାଧାରଣ ସଂଖ୍ୟା ପାଲଟିଛି। ତେବେ ପ୍ରଥମଥର ଲାଗି ଓଡିଶାରେ ଗତକାଲି ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଯଦିଓ ରାଜ୍ୟର ଚାରୋଟି ଜିଲାରେ ସର୍ବାଧିକ ସଂକ୍ରମଣ ରହିଛି, ତଥାପି ପ୍ରାୟ ସବୁ ଜିଲାରେ ଏବେ ସ୍ଥିତି ଖରାପ ଆଡକୁ ଗତି କରୁଛି। ଗଞ୍ଜାମ ଜିଲାର ସ୍ଥିତି ଏବେ ସର୍ବାଧିକ ଜଟିଳ। ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ ୧୯୮୩୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫୯୯୧ କେବଳ ଗଞ୍ଜାମ ଜିଲାର। କେବଳ ଗଞ୍ଜାମରେ ରାଜ୍ୟର ୩୦% ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ଦେଢମାସ ଭିତରେ ଗଞ୍ଜାମ ଶୂନ୍ୟ କରୋନା ଜିଲାରୁ ରାଜ୍ୟର ସବୁଠୁ ବଡ ହଟସ୍ପଟ ପାଲଟିବା ପଛରେ ଯେଉଁ ସବୁ କାରଣ ରହିଛି, ତାର ଆଲୋଚନା ଆମେ ଆଗରୁ କରିଛୁ। ତେବେ ରାଜ୍ୟ ସରକାରଙ୍କର ଓ ସ୍ଥାନୀୟ ପ୍ରଶାସନର କୋଭିଡ ପରିଚାଳନାରେ ବିଫଳତାର କଥା କହିବାକୁ ଆମେ ବାଧ୍ୟ। ଯେତେବେଳେ ବାହାର ରାଜ୍ୟର ଲକ୍ଷାଧିକ ଶ୍ରମିକଙ୍କୁ ଗଞ୍ଜାମକୁ ଫେରାଇ ଅଣାଗଲା ସେତେବେଳେ ଆଗକୁ ଏ ପ୍ରକାର ସ୍ଥିତି ଉପୁଜିବ ବୋଲି ସମସ୍ତେ ଜାଣିଥିଲେ। ସେଥିଲାଗି ସ୍ଥାନୀୟ ସ୍ତରରେ ଏହାର ବିରୋଧ ମଧ୍ୟ ହୋଇଥିଲା। ତେବେ ବୃହତ୍ତର ମାନବୀୟ ସ୍ଵାର୍ଥ ଦୃଷ୍ଟିରୁ ପ୍ରବାସୀ ଶ୍ରମିକଙ୍କର ଫେରିବା ଏକ ବଡ ଆବଶ୍ୟକତା ଥିଲା। ହେଲେ ଫେରିବା ପରେ ସେମାନଙ୍କୁ ସଙ୍ଗରୋଧରେ ରଖିବା ଓ ସେମାନଙ୍କର ନିଶ୍ଚିତ ପରୀକ୍ଷା ବ୍ୟବସ୍ଥା କରିବାର ଯେଉଁ ଦାୟିତ୍ଵ ତାକୁ ନିଭାଇବାରେ ସରକାର ବିଫଳ ହୋଇଛନ୍ତି।

ଯେଉଁ କଥାଟି ଏ ପ୍ରସଙ୍ଗରେ ଆଲୋଚିତ ହେଉନି, ତା ହେଲା କେନ୍ଦ୍ର ସରକାରଙ୍କର ପରୀକ୍ଷା ନୀତିରେ ପରିବର୍ତ୍ତନ। ଜୁନ ମାସରେ ଦୈନିକ ୧୫ ହଜାର ପରୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶ୍ଵାସନା ଦେଇଥିଲେ। କାରଣ ଏହି ସମୟରେ ପ୍ରବାସୀ ଓଡିଆ ଫେରିବାର ପ୍ରକ୍ରିୟା ଆରମ୍ଭ ହେଉଥିଲା। ଠିକ ସେହି ସମୟରେ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଲେ ଯେ ଲକ୍ଷଣ ନଥିବା ଲୋକଙ୍କର ପରୀକ୍ଷା ଆଉ ଦରକାର ନାହିଁ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁପାଳନ କରିବାର ପରିଣତି ଏବେ ଓଡିଶା ଭୋଗୁଛି। ଆଜି ମଧ୍ୟ ଆମେ ରାଜ୍ୟରେ ଦୈନିକ ୧୫ ହଜାର ପରୀକ୍ଷା କରିବାରେ ସଫଳ ହୋଇନାହୁଁ।  ଗତକାଲି ରାଜ୍ୟରେ ୯୨୭୭ ପରୀକ୍ଷା ହୋଇଛି ଓ ସେଥିରୁ ୧୦୭୮ ଆକ୍ରାନ୍ତ ଚିହଟ ହୋଇଛନ୍ତି। ଏହା ସବୁଠୁ ଚିନ୍ତାର ବିଷୟ। ପୂର୍ବରୁ ମୋଟ ପରୀକ୍ଷା ରୁ ୧% କିମ୍ବା ତା ଠୁ କମ ପୋଜିଟିଭ କେଶ ଚିହ୍ନଟ ହେଉଥିଲେ। ଏବେ ଏହା ୧୧.୬୨% ରେ ପହଞ୍ଚିଛି। ପରୀକ୍ଷା ତୁଳନାରେ ୧୦% ରୁ ଅଧିକ ସଂକ୍ରମିତ ବାହାରିବା ବ୍ୟାପକ ଗୋଷ୍ଠୀ ସଂକ୍ରମଣର ସୂଚନା ଦେଉଛି। ରାଜ୍ୟରେ ମୋଟାମୋଟି ୪.୮୩% ପୋଜିଟିଭ କେଶ ବାହାରୁଥିବା ବେଳେ ଗତକାଲିର ସଂଖ୍ୟା ଚିନ୍ତା ବଢାଇବା ସ୍ଵାଭାବିକ।

ଆକ୍ରାନ୍ତ ବଢିବା ସହିତ ଜୁଲାଇ ମାସରେ ମୃତ୍ୟୁ ସଂଖ୍ୟା ମଧ୍ୟ ରାଜ୍ୟରେ ଉଦବେଗଜନକ ଭାବେ ବଢିଛି। ରାଜ୍ୟରେ କୋଭିଦ ଜନିତ ମୃତ୍ୟୁ ୧୦୮ ଓ ଅନ୍ୟାନ୍ୟ କାରଣ ଥିଲେ ମଧ୍ୟ କରୋନା ଆକ୍ରାନ୍ତ ହୋଇ ଆହୁରି ୩୧ ଜଣଙ୍କର ମୃତ୍ୟୁ ଘଟିଛି। ସମୁଦାୟ ମୃତ୍ୟୁ ସଂଖ୍ୟା ଏବେ ୧୩୯। ଏମାନଙ୍କ ମଧ୍ୟରୁ ଗତ ଜୁଲାଇ ୧ତାରିଖରୁ ରାଜ୍ୟରେ ଶତାଧିକ କରୋନା ମୃତ୍ୟୁ ରେକର୍ଡ ହୋଇଛି। କେବଳ ଗଞ୍ଜାମ ଜିଲାରେ ରାଜ୍ୟର ଅର୍ଦ୍ଧାଧିକ ମୃତ୍ୟୁ ରେକର୍ଡ ହୋଇଛି।

ବର୍ତ୍ତମାନ ସମୟରେ ଆମର ସକ୍ରିୟ ଆକ୍ରାନ୍ତଙ୍କ ତୁଳନାରେ ସ୍ଵତନ୍ତ୍ର କୋଭିଡ ବିଛଣାର ଅଭାବ ଆରମ୍ଭ ହେଲାଣି। ସ୍ୱାସ୍ଥ୍ୟ ବିଭାଗର ନିଜସ୍ଵ ତଥ୍ୟ ଅନୁଯାୟୀ ରାଜ୍ୟରେ ମୋଟ ୫୫୭୭ ବିଛଣା ବ୍ୟବସ୍ଥା ରହିଛି। ତେବେ ଆଜି ଆମର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୩୮୬। ଡାକ୍ତରଖାନାରେ ଥିବା ବିଛଣା ତୁଳନାରେ ପ୍ରାୟ ୮୦୦ ରୁ ଅଧିକ ରୋଗୀ ରହିଲେଣି। ଏମାନଙ୍କର ଚିକିତ୍ସା ଏବେ ଅସ୍ଥାୟୀ କେନ୍ଦ୍ର ବା ଘରେ ହେବାକୁ ବାଧ୍ୟ। ଗଞ୍ଜାମ ଜିଲାରେ ମାତ୍ର ୨୦୦ ସ୍ଵତନ୍ତ୍ର ବିଛଣା ରହିଛି ଓ ୨୦ ଟି ଆଇସିୟୁ ବ୍ୟବସ୍ଥା କରାଯାଇଛି। ହେଲେ ଗଞ୍ଜାମରେ କେବଳ ୨୨୮୭ ସକ୍ରିୟ କରୋନା ରୋଗୀ ରହିଛନ୍ତି। ଏହା ସହିତ ପ୍ରତିଦିନ ୨୦୦-୩୦୦ ନୂଆ ଆକ୍ରାନ୍ତ କେବଳ ଗଞ୍ଜାମ ଜିଲାରୁ ବାହାରୁଛନ୍ତି। ଏ ପ୍ରକାର ଜଟିଳ ସ୍ଥିତିର ମୁକାବିଲା ଲାଗି କେବଳ ଗଞ୍ଜାମରେ ୧୦ ହଜାର ସ୍ଵତନ୍ତ୍ର ବିଛଣାର ବନ୍ଦୋବସ୍ତ ଆଜି ଜରୁରୀ।

ବାସ୍ତବରେ ରାଜ୍ୟରେ କାରୋନା ମୁକାବିଲାର ସ୍ଥିତି ଅଧିକରୁ ଅଧିକ ଜଟିଳ ହେବା ଆରମ୍ଭ କରିଛି। ଆଜି ସମସ୍ୟା ଓ ସଙ୍କଟ ତୁଳନାରେ ସମାଧାନର ବାଟ ବହୁତ ଛୋଟ। ଏ ପରିସ୍ଥିତିରେ ରାଜ୍ୟ ସରକାର ଅଧିକ ସତର୍କ ରହିବା ଜରୁରୀ।

Share. Facebook Twitter LinkedIn Email WhatsApp Copy Link

Related Posts

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026
Latest News

ମନ୍ଦିରର ୫୦୦ ମିଟର ମଧ୍ୟରେ ମାଂସ ଦୋକାନ ବନ୍ଦ: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶ

March 19, 2026

ଏହି ୩ ଟି ଷ୍ଟେସନରେ ଟ୍ରେନଗୁଡ଼ିକର ହେଲା ପରୀକ୍ଷାମୂଳକ ରହଣି 

March 19, 2026

ନୋରା ଫତେହିଙ୍କ ବିବାଦୀୟ ଗୀତ ମାମଲା: ଫତୱା ଜାରି କଲା ମୁସଲିମ ପର୍ସନାଲ ଦାରୁଲ ଇଫ୍ତା

March 19, 2026

ଏହି ରାଜ୍ୟରେ ପରିବର୍ତ୍ତନ ହେବ ସରକାର?: ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ବଢାଇଲା ପୋଲ ମନ୍ତ୍ରା ସର୍ଭେ

March 19, 2026

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.