Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ଆକ୍ରାନ୍ତଙ୍କ  ପ୍ରତି ଭୟ ଓ ଘୃଣା ନୁହେଁ, ମାନବୀୟ ସଂବେଦନା ବେଶୀ ଜରୁରୀ !!
ବିଶେଷ ଖବର

କରୋନା ଆକ୍ରାନ୍ତଙ୍କ  ପ୍ରତି ଭୟ ଓ ଘୃଣା ନୁହେଁ, ମାନବୀୟ ସଂବେଦନା ବେଶୀ ଜରୁରୀ !!

July 24, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

କରୋନା ସମୟରେ ମୃତ୍ୟୁକୁ ନେଇ ବହୁ ହୃଦୟଥରା କାହାଣୀ ଓ ଚିତ୍ର ଆମ ଆଗକୁ ଆସୁଛି। ଏ ସମ୍ପର୍କରେ ଆଗରୁ ମଧ୍ୟ ଆମେ ଲେଖିଛୁ। ତେବେ ଏ ପ୍ରକାର ଖବର ଦିନୁଦିନ ବଢିଚାଲିଛି। ଗତକାଲି କନ୍ଧମାଳ ଜିଲାର ବରିଷ୍ଠ ସମାଜସେବୀ କୈଳାଶ ଦଣ୍ଡପାଟ ଗୋଟେ ଘଟନା କଥା ଲେଖିଛନ୍ତି। ତାକୁ ପଢିବାପରେ ଲଜ୍ଜା ଓ କ୍ଷୋଭରେ ଆମ ମୁଣ୍ଡ ତଳକୁ ହେବାପାଇଁ ବାଧ୍ୟ। ଜି-ଉଦୟଗିରିର ଜଣେ ଜଣାଶୁଣା ଡାକ୍ତର ସପନ ପ୍ରଧାନ ଦାୟିତ୍ଵ ନିର୍ବାହ କରିବା ସମୟରେ ମୃତ୍ୟୁବରଣ କଲେ। ଡାକ୍ତର ପ୍ରଧାନଙ୍କର କରୋନା କାରଣରୁ ମୃତ୍ୟୁ ହୋଇଥିବାର କୌଣସି ସୂଚନା ନାହିଁ। ତେବେ କରୋନାଯୋଦ୍ଧା ଭାବରେ ସେ ଦାୟିତ୍ଵ ନିର୍ବାହ କରିବା ସମୟରେ ମୃତ୍ୟୁ ବରଣ କଲେ। ତାଙ୍କ ଶବକୁ ସତ୍କାର କରିବା ଲାଗି ଯେତେବେଳେ ଡାକ୍ତର ପ୍ରଧାନଙ୍କର ଗାଁ କୁ ନିଆଗଲା ଗାଁରେ ଶବକୁ ପୂରେଇ ଦିଆଗଲା ନାହିଁ। ପ୍ରଶାସନର ଲୋକେ ବହୁ ଚେଷ୍ଟା କରି ଗାଁ ଲୋକଙ୍କୁ ବୁଝାଇ ପାରିଲେ ନାହିଁ। ସେଠାରୁ ପଡିଶା ଗାଁ ମଶାଣିରେ ଶବ ସତ୍କାର ଲାଗି ପ୍ରଶାସନ ଚେଷ୍ଟା କଲା।ସେଠାରେ ମଧ୍ୟ ପ୍ରବଳ ବିରୋଧ କରାଗଲା। ଶେଷରେ ବାଧ୍ୟ ହୋଇ ଜଙ୍ଗଲ ଭିତରେ ଡାକ୍ତର ପ୍ରଧାନଙ୍କର ଶବ ସତ୍କାର କରାଗଲା।

ଏ ପ୍ରକାର ଖବର ଶୁଣିଲା ପରେ, ଏଥିଲାଗି ଆମେ କାହାକୁ ଦାୟୀ କରିବା। କନ୍ଧମାଳ ଜିଲାରେ ମୃତ୍ୟୁକୁ ନେଇ ଏକ ଭିନ୍ନ ପରମ୍ପରା ରହି ଆସିଛି। ଗାଁ ରେ ଯଦି କେହି ମରିଯାଏ, ଆଖପାଖ ଗାଁ ର ସବୁ ଲୋକ ସେହି ଦୁଃଖକୁ ନିଜର ବୋଲି ଭାବନ୍ତି। ଶବଦାହ ଓ ମୃତାହ କ୍ରିୟାରେ ସମସ୍ତେ ମିଳିମିଶି ପରିବାର ଭଳି ଯୋଗ ଦିଅନ୍ତି। ହଠାତ ମୃତ୍ୟୁକୁ ନେଇ ଏତେ ଭୟ ଓ ବର୍ବରତା ଆସିଲା କେମିତି? କରୋନା ପୀଡିତଙ୍କୁ ନେଇ ଯେଉଁ ପ୍ରକାର ପ୍ରଚାର ଆମର ସରକାର ଓ ଗଣମାଧ୍ୟମ କରି ଚାଲିଛନ୍ତି, ସେଥିରେ ନିଜ ଲୋକ ମରିଗଲେ ମଧ୍ୟ ତାଙ୍କୁ ଛୁଇଁବାକୁ  କେହି ଚାହୁଁ ନାହାନ୍ତି। ଡାକ୍ତର ପ୍ରଧାନଙ୍କ ଭଳି ଯେଉଁମାନେ ନିଜ ଜୀବନକୁ ପାଣି ଛଡେଇ ଲୋକଙ୍କ ଜୀବନ ବଞ୍ଚାଉଛନ୍ତି, ତାଙ୍କ ମୃତ ଶରୀର ପ୍ରତି ସାଧାରଣ ସମ୍ମାନ ମିଳୁନାହିଁ। ଗାଁ ଲୋକଙ୍କ ଭିତରେ ଏତେ ଭୟ, ଘୃଣା ଓ ଅମାନବିକତା ରାତାରାତି ତିଆରି ହୋଇନାହିଁ।

ସଂକ୍ରାମକ ରୋଗ ଭାରତରେ ନୂଆ କଥା ନୁହେଁ। ଗୋଟେ ସମୟରେ ହାଇଜା ରୋଗରେ ପଡି ଶହ ଶହ ଲୋକ ପ୍ରାଣ ହରାଉଥିଲେ। ସେତେବେଳ “ବାଡିବୁଢୀ” ବା ହଇଜା ଟୋକେଇ ରେ ଗାଁ ଗାଁ ବୁଲି ମନୀଷା ଗୋଟାଉଛି ବୋଲି ଗୁଜବ ଖେଳୁଥିଲା। ତା ସତ୍ତ୍ୱେ ଗାଁ ରେ କେହି ମରିଗଲେ ଲୋକେ ତାକୁ ହତାଦର କରୁ ନଥିଲେ। ଫକୀର ମୋହନ ସେନାପତିଙ୍କ ଗପରେ ଆମେ ପଢିଛୁ, ଶବ ସତ୍କାର କରି ଫେରୁଥିବା ମାଲଭାଇ ମଧ୍ୟ କେମିତି ହଇଜାରେ ପ୍ରାଣ ହରାଉଥିଲେ। ରୋଗର ସଂକ୍ରମଣ ଲୋକଙ୍କୁ ଅମଣିଷ କରି ନଥିଲା। ବରଂ ସଂକ୍ରମଣ ଲୋକଙ୍କ ଭିତରେ ଅଧିକ ଭଲପାଇବା ଓ ପରଷ୍ପରକୁ ସାହାଯ୍ୟ କରିବାର ଭାବନା ତିଆରି କରୁଥିଲା।

କରୋନା ତୁଳନାରେ ବସନ୍ତ ରୋଗ ଓ ମିଳିମିଳା ଅଧିକ ଘାତକ ଥିଲା। ଏହି ରୋଗ ପବନରେ ସଂକ୍ରମିତ ହେଉଥିଲା। ତା ସତ୍ତ୍ୱେ ବସନ୍ତ ରୋଗୀଙ୍କୁ ଘରୁ ଫୋପାଡି ଦେବାର ବା ଘୃଣା କରିବାର ଉଦାହରଣ ଆମେ ପାଇବା ନାହିଁ। କରୋନା କୁ ନେଇ ଭୟ ଓ ଭୟରୁ ଘୃଣା ତିଆରି କରିବାରେ ସବୁଠୁ ବେଶୀ ଖଳନାୟକର ଭୂମିକା ଆମ ସରକାର ଓ ଗଣମାଧ୍ୟମ ନେଇଛି। ଏବେ ଆମେ ଦେଖୁଛୁ, ଗାଁ ଓ ଛୋଟ ସହରର ସାମ୍ବାଦିକମାନେ ଏ ପ୍ରକାର ବର୍ବରତା ବିରୋଧରେ ଉଦାହରଣ ସୃଷ୍ଟି କରୁଛନ୍ତି। ଗଞ୍ଜାମ ଜିଲାର ଚାରିଜଣ ସାମ୍ବାଦିକ ଛେଉଣ୍ଡ ପଡିଥିବା ଶବକୁ ନିଜ ହାତରେ ସତ୍କାର କରୁଛନ୍ତି। ଏମାନେ ବାସ୍ତବରେ ଗଣମାଧ୍ୟମର “ସୁପର ହିରୋ”। ହେଲେ ରାଜଧାନୀରେ ଆମେ ଯେଉଁମାନେ ବଡ ବଡ ସମ୍ପାଦକ ଓ ସାମ୍ବାଦିକ ରହିଛୁ, ଆମେ ଏହାକୁ ନେଇ ଗୁଡାଏ ବିଭ୍ରାନ୍ତି ତିଆରି କରିଛୁ। ସରକାର କହିଲେ ଲୋକଙ୍କୁ ଡରାଅ, ଆମେ ଲୋକଙ୍କୁ ଡରାଇ ଚାଲିଲୁ। ଏହାର ପରିଣତି ଯେ ଆମ ସମାଜକୁ ଅସଭ୍ୟ କରିଦେବ ସେକଥା ଆମେ ଭୁଲିଗଲୁ।

କରୋନା ଆକ୍ରାନ୍ତଙ୍କୁ ଅପରାଧୀ ଭଳି ଗୋଡେଇ ଗୋଡେଇ ଧରିବା, ସେମାନଙ୍କୁ ନିନ୍ଦିତ ଓ ଲଜ୍ଜିତ କରିବା ତଥା ସେମାନଙ୍କୁ ସମାଜରେ ତିରସ୍କୃତ କରିବାର ଏକ ଅସାମାଜିକ ପରିବେଶ ଆମେ ହିଁ ତିଆରି କରିଛୁ। କରୋନା କୁ ନେଇ ମୂଳରୁ ଭୟ ତିଆରି କରିବା ଓ ଏହାକୁ ନେଇ ଏକ ପ୍ରକାର ଅସ୍ଵାଭାବିକ ରଣନୀତି ଆମକୁ ବହୁତ ବଡ ସଙ୍କଟରେ ପକାଇବାକୁ ଯାଉଛି। ସମୟକ୍ରମେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବ ଓ ସେମାନଙ୍କ ଭିତରୁ ଅନେକେ ପ୍ରାଣ ମଧ୍ୟ ହରାଇବେ। ଯେଉଁମାନେ ପ୍ରାଣ ହରାଇବେ ସେମାନେ ଆମ ଲାଗି ବୋଝ ବୋଲି ବିବେଚନା କରିବାର ମାନସିକତା ଆମ ଭିତରୁ ହଟାଇବ କିଏ?

ଏଥି ଲାଗି ସରକାରୀ ସ୍ତରରେ ବ୍ୟାପକ ପ୍ରଚାର ଆରମ୍ଭ ହେବା ଜରୁରୀ। ଗଣମାଧ୍ୟମରେ ମଧ୍ୟ କରୋନାକୁ ନେଇ ମାତ୍ରାଧିକ ଭୟର ବାତାବରଣ ତିଆରି ନହେବା ଉଚିତ। ଦାହସତ୍କାର ଲାଗି ସରକାରଙ୍କର ଯେଉଁ ନିର୍ଦ୍ଦେଶାବଳି ରହିଛି ତାକୁ ଗାଁ ସ୍ତରରେ ପହଞ୍ଚାଇବା ଜରୁରୀ। ସୁସ୍ଥ ଲୋକେ ଏବଂ ୬୫ ବର୍ଷରୁ କମ ବୟସ୍କ ଲୋକେ ଦାହ ସଂସ୍କାରରେ ଯୋଗ ଦେବାରେ କୌଣସି ସମସ୍ଯା ନାହିଁ। ଆବଶ୍ଯକୀୟ ପ୍ରତିଷେଧକ ଜଧା ମୁଖା ବ୍ୟବହାର କରି, ହାତ ସଫା କରି ଏବଂ ଲୁଗା ବଦଳାଇ ଦାହ ସଂସ୍କାରରେ ଆମେ ଯୋଗଦେବାରେ କୌଣସି ସମସ୍ଯା ନାହିଁ।ବାସ୍ତବରେ ଆମ ପରମ୍ପରାରେ ସେ ସବୁ ରହି ଆସିଛି। ଶବ ସତ୍କାର ପାଇଁ ଯାଉଥିବା ଲୋକେ ହଳଦୀ-ନିମ ପତ୍ରରେ ଗୋଡାହାତ ଧୋଇ ଫେରିବା, ଲୁଗା ବଦଳାଇବା, ମୁହଁ ଘୋଡେଇ ରହିବାର ପ୍ରଥା ତ ଆମର କୋଉ କାଳରୁ ରହି ଆସିଛି। ସେହି ପରମ୍ପରାର ଦୁହାଇ ଦେଇ ଲୋକଙ୍କୁ ସଚେତନ କରିବା ଆଜି ନିହାତି ଆବଶ୍ୟକ।  ଲୋକଙ୍କ ଭିତରୁ କରୋନା ରୋଗୀଙ୍କ ପ୍ରତି ରହିଥିବା ଭୟ ଓ ଘୃଣା କୁ ବଦଳାଇବା ଲାଗି ଏକ ସ୍ଵତନ୍ତ୍ର ଅଭିଯାନ ଯଦି ଆରମ୍ଭ ନ ହୁଏ, ଆଗକୁ ଆମେ ଅଧିକ ଅମାନବୀୟ ଓ ବାରବରା ଦୃଶ୍ୟ ଦେଖିବାକୁ ବାଧ୍ୟ ହେବା।

Share. Facebook Twitter LinkedIn Email WhatsApp Copy Link

Related Posts

ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026
Latest News

ଏକ ଦଶନ୍ଧିରେ ଟ୍ରେନ ଦୁର୍ଘଟଣାରେ ୬୦% ଓ ମୃତ୍ୟୁ ୧୭% ହ୍ରାସ: ଅଶ୍ଵିନୀ ବୈଷ୍ଣବ

March 19, 2026

ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ରାୟଗଡା ଡିଭିଜନ ନିରୀକ୍ଷଣ

March 19, 2026

୭୦ କେଜି ଗଞ୍ଜେଇ ଜବତ: ୩ ଅଭିଯୁକ୍ତ ଗିରଫ

March 19, 2026

ମନ୍ଦିରର ୫୦୦ ମିଟର ମଧ୍ୟରେ ମାଂସ ଦୋକାନ ବନ୍ଦ: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.