ପ୍ରଧାନମନ୍ତ୍ରୀଙ୍କ ପାଖରେ ଫେରାଦ ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟ୍

Published: Jul 27, 2020, 4:09 pm IST

ଜୟପୁର, ଶେଷରେ ରାଜସ୍ଥାନ ବିବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ପହଞ୍ଚିଛି। ରାଜ୍ୟପାଳ କାଲରାଜ ମିଶ୍ରଙ୍କ ଆଚରଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସେ ଗତକାଲି କଥା ହୋଇଛନ୍ତି ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି କହିଛନ୍ତି।

ଫେୟାରମୋଣ୍ଟ ହୋଟେଲ ଛାଡିବା ପୂର୍ବରୁ ଗେହଲଟ କହିଛନ୍ତି, ସାତ ଦିନ ତଳେ ସେ ରାଜ୍ୟପାଳଙ୍କୁ ଯେଉଁ ଚିଠି ଦେଇଥିଲେ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ପୂର୍ବରୁ ସୋମବାର ସକାଳେ କଂଗ୍ରେସ ବିଧାୟକମାନେ ହୋଟେଲ ପରିସରରେ “ଗଣତନ୍ତ୍ର ବଞ୍ଚାଅ, ସମ୍ବିଧାନ ବଞ୍ଚାଅ” କାର୍ଯ୍ୟକ୍ରମ କରି ଏକ ପ୍ରାର୍ଥନା ସଭାର ଆୟୋଜନ କରିଥିଲେ, ଯେଉଁଥିରେ ଗେହଲଟ ଏବଂ ଅନ୍ୟ ଦଳୀୟ ନେତାମାନେ ଭାଗ ନେଇଥିଲେ।

ରାଜ୍ୟରେ ରାଜନୈତିକ ସଂକଟ ସୃଷ୍ଟି ହେବା ପରେ କଂଗ୍ରେସ ବିଧାୟକମାନେ ପାଖାପାଖି ଦୁଇ ସପ୍ତାହ ହେଲା ଏହି ହୋଟେଲରେ ଅବସ୍ଥାନ କରି ଆସୁଛନ୍ତି।

Related posts