ଏହି ରାଜ୍ୟରେ ଅଗଷ୍ଟ 6 ଯାଏଁ ବଢିଲା ଲକଡାଉନ୍‌ ଅବଧି

Published: Jul 27, 2020, 10:57 pm IST

ଛତିଶଗଡ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଛତିଶଗଡରେ ଅଗଷ୍ଟ 6 ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଛି । ଏହି ଅବସରରେ ଅଗଷ୍ଟ ମାସରେ ପଡୁଥିବା ବ୍ରକି ଇଦ୍‌ ଓ ରକ୍ଷା ବନ୍ଧନ ପର୍ବରେ ମଧ୍ୟ କୌଣସି କୋହଳ ଦିଆଯିବ ନାହିଁ ବୋଲି ସୂଚନା ରହିଛି । ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଅଧ୍ୟକ୍ଷତାରେ ଏକ କ୍ୟାବିନେଟ୍‌ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।

କ୍ୟାବିନେଟ୍‌ ବୈଠକ ପରେ କୃଷି ମନ୍ତ୍ରୀ ରବିନ୍ଦ୍ର ଚୌବେ କହିଛନ୍ତି ଯେ, ରାଜ୍ୟରେ ସଂକ୍ରମଣ ମାମଲା ଲଗାତାର ବୃଦ୍ଧି ହେଉଛି । ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ସୁସ୍ଥଙ୍କ ସଂଖ୍ୟା କମ୍‌ ହେଉଛି । ରାଜ୍ୟର କରୋନା ସ୍ଥିତିକୁ ଦେଖି ଜୁଲାଇ 22ରୁ ଜାରି ହୋଇଥିବା ଲକ୍‌ଡାଉନ୍‌ ଆଉ 7 ଦିନ ପାଇଁ ବୃଦ୍ଧି କରାଯାଇଛି । ତେବେ ଜିଲ୍ଲା କଲେକ୍ଟର ନିଜ ନିଜ ଜିଲ୍ଲାର ସ୍ଥିତି ଦେଖି ଲକ୍‌ଡାଉନ୍‌ ସମ୍ପ୍ରସାରଣ ବା କୋହଳ କରିବାର ନିଷ୍ପତ୍ତି ନେଇପାରିବେ ବୋଲି ସୂଚନା ରହିଛି । (ଏଜେନ୍ସି)

Related posts