Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡ଼ାକ୍ତର ରୋଗୀଙ୍କୁ କଲେ ଅଛୁଆଁ: ଛଟପଟ ହୋଇ କାଜୁଆଲ୍‌ଟିରେ ରୋଗୀର ଜୀବନ ଗଲା
ଆଜିର ଖବର

ଡ଼ାକ୍ତର ରୋଗୀଙ୍କୁ କଲେ ଅଛୁଆଁ: ଛଟପଟ ହୋଇ କାଜୁଆଲ୍‌ଟିରେ ରୋଗୀର ଜୀବନ ଗଲା

July 28, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ବ୍ରହ୍ମପୁରରେ ଗତକାଲି ଆମ୍ବୁଲାନସ ରୋଗୀ ନନେବାରୁ ଜଣକ ମୃତ୍ୟୁ ଘଟଣା ମନରୁ ନ ଲିଭିଲା ବେଳେ ଆଜି ଡ଼ାକ୍ତରଙ୍କ ଅବହେଳାରୁ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ଏକ ହୃଦୟ ବିଦାରକ ତଥା ମାନବିକତାହୀନ ଘଟଣା ଆଜି ଘଟିଯାଇଛି। ଏମ୍‌କେସିଜି ମେଡ଼ିକାଲ୍‌ରେ କାଜୁଆଲ୍‌ଟିରେ ଜନୈକ ବ୍ୟକ୍ତି ଚିକିତ୍ସା ସୁବିଧା ନ ପାଇ ଛଟପଟ ହୋଇ ମୃତ୍ୟୁବରଣ କରିବା ଭଳି ଏକ ଦୁଃଖଦାୟକ ତଥା ମାନବିକହୀନ ଘଟଣା ଆଜି ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଯେତେ ମାଠିବୁ ମାଠ ନୀତିରେ ଚାଲିଛି ସ୍ୱାସ୍ଥ୍ୟ ବ୍ୟବସ୍ଥା।

ଘଟଣାରୁ ପ୍ରକାଶ ଯେ ତିନିଦିନ ତଳେ ଆମ୍ବପୁଆ ନିକଟସ୍ଥ ପ୍ରମୋଦ ଚନ୍ଦ୍ର ବେହେରା (୫୦)ଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା। କିନ୍ତୁ ତା’ ପୂର୍ବରୁ ସେ ମଧୁମେହ ରୋଗ ଏବଂ ଉଚ୍ଚରକ୍ତଚାପରେ ପୀଡ଼ିତ ଥିଲେ। କରୋନା ଭୟରେ ସେ ଗତକାଲି ସ୍ଥାନୀୟ ସିଟି ହସ୍‌ପିଟାଲ୍‌କୁ ଯାଇ କୋଭିଡ଼୍ ଟେଷ୍ଟ କରିଥିଲେ। ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। କିନ୍ତୁ ଆଜି ସକାଳେ ହଠାତ୍ ସେ ଗୁରୁତର ହୋଇପଡ଼ିଥିଲେ ଏବଂ ନାକରୁ ସାମାନ୍ୟ ରକ୍ତସ୍ରାବ ହୋଇଥିଲା। ଏହାଦେଖିବା ପରେ ସଂଗେ ସଂଗେ ତାଙ୍କ ସ୍ତ୍ରୀ, ତାଙ୍କ ଶଳା ବ୍ରହ୍ମପୁର ଏମ୍‌କେସିଜି କାଜୁଆଲ୍‌ଟିକୁ ନେଇ ଆସିଥିଲେ। ୧୧ଟା ବେଳେ ସେମାନେ ତାଙ୍କୁ କାଜୁଆଲଟିକୁ ଆଣିଥିବାବେଳେ ୪୦ରୁ ୪୫ମିନିଟ୍‌ ବିତିଯାଇଥିଲେ ବି ତାଙ୍କୁ କେହି ଡାକ୍ତର ଦେଖିବା ତ ଦୂରର କଥା କେହି ତାଙ୍କ ନିକଟକୁ ଆସିନଥିଲେ। ତେବେ ଗଣମାଧ୍ୟମର କିଛି ବ୍ୟକ୍ତି ଫୋନ କରିବା ପରେ ଡାକ୍ତର ପହଞ୍ଚି ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହା ହେଉଛି ବ୍ରହ୍ମପୁର ଏମ୍‌କେସିଜିର ସ୍ୱାସ୍ଥ୍ୟସେବା। ପ୍ରତ୍ୟେକ ଦିନ ଏହିଭଳି ଘଟଣା ଘଟିଯାଉଥିଲେ ମଧ୍ୟ ନା’ ଜିଲ୍ଲା ପ୍ରଶାସନ ନା’ ମେଡ଼ିକାଲ୍ କର୍ତ୍ତୃପକ୍ଷ ଗୁରୁତର ଭାବେ ନେଉଥିବା ଦୃଷ୍ଟିଗୋଚର ହୋଇପାରୁନାହିଁ। ଟଳି ପଡ଼ୁଛନ୍ତି ଗୋଟିଏ ପରେ ଗୋଟିଏ ନିରୀହ ପ୍ରାଣୀ। ସୂଚନାଥାଉକି ପ୍ରମୋଦ ଚନ୍ଦ୍ର ବେହେରା ଗଜପତି ଜିଲ୍ଲା ମୋହନା ସାଉଥ୍‌କୋ ଚନ୍ଦ୍ରଗିରି ଅଂଚଳର ଜଣେ ଲାଇନ୍ ମ୍ୟାନ। ଏହି ଖବର ପ୍ରସାରିତ ହେବା ପରେ ଚନ୍ଦ୍ରଗିରି ଅଂଚଳରେ ଶୋକର ଛାୟା ଖେଳିଯାଇଛି। କାରଣ ସେ ଜଣେ ନିହାତି ଭଦ୍ର ଏବଂ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଭାବେ ଉକ୍ତ ଅଂଚଳରେ ତାଙ୍କର ସୁନାମ ଥିଲା।

ତେବେ ଜିଲ୍ଲାପାଳ ସ୍ୱାସ୍ଥ୍ୟସେବା ଠିକ୍ ଅଛି ବୋଲି ଯେଉଁ ଭିଡ଼ିଓ ମାଧ୍ୟମରେ ବାର୍ତ୍ତା ପ୍ରଦାନ କରୁଛନ୍ତି ଏହି ଘଟଣା ପରେ ତାହା ହାସ୍ୟାସ୍ପଦ। ଜିଲ୍ଲାପାଳ ସ୍ୱାସ୍ଥ୍ୟସେବା ଠିକ୍ ଥିବା ନେଇ ଯେଉଁ ତଥ୍ୟ ଦେଉଛନ୍ତି ତାହା କେବଳ କାଗଜ କଲମରେ ସୀମିତମାତ୍ର। ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ କାଜୁଆଲ୍‌ଟି ଏବଂ ଆଇସୋଲେସନ୍ ୱାର୍ଡ଼ରେ ଦୈନିକ ୨୦ରୁ ଉର୍ଦ୍ଧ୍ୱ ରୋଗୀଙ୍କ ମୃତ୍ୟୁ ହେଉଛି। ସମସ୍ତ ମୃତ୍ୟୁ କରୋନା ଜନିତ କି ନୁହେଁ, ତାହାର ପ୍ରମାଣ ନାହିଁ। କରୋନା ଆକ୍ରାନ୍ତ ହୁଅନ୍ତୁ ଅଥବା ସାଧାରଣ ରୋଗୀ ଅନ୍ୟ କୌଣସି କାରଣରୁ ଗୁରୁତର ହୋଇ ମେଡ଼ିକାଲରେ ପହଞ୍ଚିଲେ ଡାକ୍ତରମାନେ ତାଙ୍କୁ ଅଛୁଆଁ କରୁଛନ୍ତି। ଡାକ୍ତରମାନଙ୍କର ଏପରି କାର୍ଯ୍ୟ କୌଣସି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ। ଗଞ୍ଜାମ ଏମ୍‌କେସିଜିରେ ଚାଲିଥିବା ଏପ୍ରକାର ଅବ୍ୟବସ୍ଥା ବିଷୟରେ ଜିଲ୍ଲା ପ୍ରଶାସନ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି।

ବ୍ରହ୍ମପୁର ସ୍ୱାସ୍ଥ୍ୟସେବା
Share. Facebook Twitter LinkedIn Email WhatsApp Copy Link

Related Posts

ବଢିଲା ସୁନା ଏବଂ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ ଆଜିର ଦର

February 4, 2026

U19 ବିଶ୍ୱକପ୍-2026: ଦ୍ଵିତୀୟ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ

February 4, 2026

ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା ଏପିସୋଡ୍ ଦେଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

February 4, 2026

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

February 4, 2026
Latest News

ଦାୟିତ୍ଵବାନ ଦେଶ ତାଲିକାର ଶ୍ରେଷ୍ଠ ୧୦ ରେ ନାହାନ୍ତି ଚୀନ୍, ରୁଷ କିମ୍ବା ଆମେରିକା: ଜାଣନ୍ତୁ ଭାରତର ସ୍ଥିତି

February 4, 2026

ବଢିଲା ସୁନା ଏବଂ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ ଆଜିର ଦର

February 4, 2026

U19 ବିଶ୍ୱକପ୍-2026: ଦ୍ଵିତୀୟ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ

February 4, 2026

‘ଆମ ନିଷ୍ପତ୍ତିରେ ଆମେରିକାର କ’ଣ ଅଧିକାର?’: ବାଣିଜ୍ୟ ଚୁକ୍ତି ଉପରେ ସଚିନ ପାଇଲଟ୍ ଙ୍କ ଟାର୍ଗେଟ

February 4, 2026

ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା ଏପିସୋଡ୍ ଦେଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.