ଭୁବନେଶ୍ବର, ଜେଲ ଭିତରେ କଏଦୀମାନେ ମୋବାଇଲରେ କଥାବାର୍ତ୍ତା ହେଉଥିବାର ବାରମ୍ବାର ଖବର ଆସିବା ପରେ ଜେଲ ବିଭାଗ କଡା ନିୟମ ଲାଗୁ କରିଛି। ତାହା ହେଲା ଏଣିକି ଯେଉଁ ଜେଲ କର୍ମଚାରୀମାନେ କାର୍ଯ୍ୟ କରୁଛନ୍ତି ସେମାନେ ନିଜ ମୋବାଇଲ ଫାଟକରେ ଦାଖଲ କରିବେ। ଘରୁ କାର୍ଯ୍ୟକୁ ଆସିବା ପରେ ସେମାନେ ମୋବାଇଲ ଦାଖଲ କରିବା ପରେ ଜେଲ ଭିତରକୁ ଯିବେ। ଏଥିରେ ଯେଉଁମାନେ ଖିଲାଫ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଗିଦ କରାଯାଇଛି।
ନିକଟରେ ଝାରପଡା ଜେଲର କେତେକ ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏଥିରେ କେତେକ ହାର୍ଡକୋର କ୍ରିମନାଲ ଜେଲ ଭିତରେ ରହି ଫୋନରେ କଥା ହେଉଛନ୍ତି। ଏହି ଘଟଣା ପଦାକୁ ଆସିବା ପରେ ଜେଲ ବିଭାଗ ସଜାଗ ହୋଇପଡିଛି।
Tags: କେଲ ମୋବାଇଲ, ମୋବାଇଲ କଟକଣା