ଆଜି ପୁଣି ରାଜ୍ୟରୁ 10ଜଣଙ୍କର ମୃତ୍ୟୁ : ମୋଟ୍‌ ମୃତ୍ୟୁ ସଂଖ୍ୟା 187କୁ ବୃଦ୍ଧି

Published: Aug 1, 2020, 10:59 am IST

ଭୁବନେଶ୍ବର :  ଆଜି ରାଜ୍ୟରେ ମୋଟ୍‌ 10 ଜଣଙ୍କର ମୃତ୍ୟୁ ହୋଇଛି । ଆଜି ଗଞ୍ଜାମରୁ ସର୍ବାଧିକ 5 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 3 ଜଣ ରହିଥିବାବେଳେ ସୁନ୍ଦରଗଡ ଓ ଗଜପତିରୁ ଜଣେ ଲୋକଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 187କୁ ବୃଦ୍ଧି ପାଇଛି । ସେହିପରି ଗଞ୍ଜାମରେ ସର୍ବାଧିକ 99 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗଜପତିରେ 12, ଖୋର୍ଦ୍ଧାରେ ମୃତ୍ୟୁ ସଂଖ୍ୟା 25କୁ ବୃଦ୍ଧି ହୋଇଛି । ସୁନ୍ଦରଗଡରେ ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ହୋଇଛି ।

Related posts