ଏଥର ଗଣେଶ ପୂଜାରେ ଦେଖିବାକୁ ମିଳିବ ଗଣେଶଙ୍କ ପ୍ରତିମୂର୍ତ୍ତି ସହିତ କରୋନା ଥିମ୍

Published: Aug 1, 2020, 9:59 pm IST

ବାଙ୍ଗାଲୁରୁ, ପାଖେଇ ଆସିଲାଣି ଗଣେଶ ପୂଜା। ଏଥର ପୂଜା ଧୂମଧାମରେ ହେବାର ସମ୍ଭାବନା ନାହିଁ। ହେଲେ ଗଣେଶ ଭକ୍ତଙ୍କ ମନ ବୁଝୁ ନାହିଁ। ସାମାଜିକ ଦୂରତା ସହିତ କୋଭିଡ19 କଟକଣାରେ ଗଣେଶ ପୂଜା କରିବାକୁ ଅଣ୍ଟା ଭିଡିଛନ୍ତି। ହେଲେ ଏଥର କରୋନା ପାଇଁ ଗଣେଶ ମଣ୍ଡପ ଏବଂ ମୂର୍ତ୍ତିରେ ଦେଖିବାକୁ ମିଳିଛି ଭିନ୍ନ ଧରଣର ଥିମ।

ଚଳିତ ବର୍ଷ ଗଣେଶ ପୂଜାରେ ଦେଖିବାକୁ ମିଳିବ କରୋନା ଥିମ୍‌ । କରୋନାକୁ ନେଇ ସାରା ଦୁନିଆ ଭୀତତ୍ରସ୍ତ ହୋଇଥିବାବେଳେ ବିଘ୍ନ ବିନାଶକଙ୍କ ପୂଜାରେ ମଧ୍ୟ କରୋନାର ପ୍ରଭାବ ଦେଖିବାକୁ ମିଳିଛି । କରୋନା ମାଡରେ ଯଦିଓ ଗଣେଶ ପୂଜା ମହାଆଡମ୍ବର ସହକାରେ ହେବ ନାହିଁ, ତେବେ ଗଣେଶ ପୂଜା ପାଇଁ ମୂର୍ତ୍ତି କାରିଗରୀଙ୍କ ଭିତରେ ଉତ୍ସାହ ରହିଛି । ମୂର୍ତ୍ତି କାରିଗରମାନେ ଗଣେଶ ପୂଜାରେ କରୋନାକୁ ଥିମ୍‌ ଭାବେ ବ୍ୟବହାର କରି ଗଢିଛନ୍ତି ଗଣେଶ ପ୍ରତିମାମାନ ।

ବାଙ୍ଗାଲୁରୁୁର କାରିଗରମାନେ ଆଦ୍ୟ ଦେବତା ଶ୍ରୀ ଗଣେଶ କିପରି କରୋନା ମହାମାରୀଙ୍କୁ ନିପାତ କରୁଛନ୍ତି ତାହା ନିର୍ମାଣ କରୁଛନ୍ତି। ସେ ଏକ ବିରାଟ ଗଣେଶ ମୂର୍ତ୍ତି କରିଛନ୍ତି ଯେ କି ଗୋଟିଏ ହାତରେ ଗଦା ଟେକି ଧରିଛନ୍ତି। ତାଙ୍କ ଆଗରେ ରହିଛି କରୋନା ଭାଇରସ। ସେହି କରୋନା ଭାଇରସ ଚାରିପଟୁ ଗଣେଶ ବାହାନ ମୂଷାମାନେ ଘେରି ଆକ୍ରମଣ କରୁଛନ୍ତି।ଏହି ପରି ଥିମ୍ ରେ ମୂର୍ତ୍ତି ନିର୍ମାଣ କରିବା ପାଇଁ ବର୍ତ୍ତମାନ ଗଣେଶ ମଣ୍ଡପ କମିଟ ବେଶ ଆଗ୍ରହ ପ୍ରକାଶ କରୁଛନ୍ତି।

Related posts