Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଥର ଗଣେଶ ପୂଜାରେ ଦେଖିବାକୁ ମିଳିବ ଗଣେଶଙ୍କ ପ୍ରତିମୂର୍ତ୍ତି ସହିତ କରୋନା ଥିମ୍
ଆଜିର ଖବର

ଏଥର ଗଣେଶ ପୂଜାରେ ଦେଖିବାକୁ ମିଳିବ ଗଣେଶଙ୍କ ପ୍ରତିମୂର୍ତ୍ତି ସହିତ କରୋନା ଥିମ୍

August 1, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Bengaluru: COVID-19 pandemic themed Ganesha idols on RV road attract people's attention, ahead of Ganesh Chaturthi celebrations in Bengaluru on Aug 1, 2020. (Photo: IANS)

ବାଙ୍ଗାଲୁରୁ, ପାଖେଇ ଆସିଲାଣି ଗଣେଶ ପୂଜା। ଏଥର ପୂଜା ଧୂମଧାମରେ ହେବାର ସମ୍ଭାବନା ନାହିଁ। ହେଲେ ଗଣେଶ ଭକ୍ତଙ୍କ ମନ ବୁଝୁ ନାହିଁ। ସାମାଜିକ ଦୂରତା ସହିତ କୋଭିଡ19 କଟକଣାରେ ଗଣେଶ ପୂଜା କରିବାକୁ ଅଣ୍ଟା ଭିଡିଛନ୍ତି। ହେଲେ ଏଥର କରୋନା ପାଇଁ ଗଣେଶ ମଣ୍ଡପ ଏବଂ ମୂର୍ତ୍ତିରେ ଦେଖିବାକୁ ମିଳିଛି ଭିନ୍ନ ଧରଣର ଥିମ।

ଚଳିତ ବର୍ଷ ଗଣେଶ ପୂଜାରେ ଦେଖିବାକୁ ମିଳିବ କରୋନା ଥିମ୍‌ । କରୋନାକୁ ନେଇ ସାରା ଦୁନିଆ ଭୀତତ୍ରସ୍ତ ହୋଇଥିବାବେଳେ ବିଘ୍ନ ବିନାଶକଙ୍କ ପୂଜାରେ ମଧ୍ୟ କରୋନାର ପ୍ରଭାବ ଦେଖିବାକୁ ମିଳିଛି । କରୋନା ମାଡରେ ଯଦିଓ ଗଣେଶ ପୂଜା ମହାଆଡମ୍ବର ସହକାରେ ହେବ ନାହିଁ, ତେବେ ଗଣେଶ ପୂଜା ପାଇଁ ମୂର୍ତ୍ତି କାରିଗରୀଙ୍କ ଭିତରେ ଉତ୍ସାହ ରହିଛି । ମୂର୍ତ୍ତି କାରିଗରମାନେ ଗଣେଶ ପୂଜାରେ କରୋନାକୁ ଥିମ୍‌ ଭାବେ ବ୍ୟବହାର କରି ଗଢିଛନ୍ତି ଗଣେଶ ପ୍ରତିମାମାନ ।

ବାଙ୍ଗାଲୁରୁୁର କାରିଗରମାନେ ଆଦ୍ୟ ଦେବତା ଶ୍ରୀ ଗଣେଶ କିପରି କରୋନା ମହାମାରୀଙ୍କୁ ନିପାତ କରୁଛନ୍ତି ତାହା ନିର୍ମାଣ କରୁଛନ୍ତି। ସେ ଏକ ବିରାଟ ଗଣେଶ ମୂର୍ତ୍ତି କରିଛନ୍ତି ଯେ କି ଗୋଟିଏ ହାତରେ ଗଦା ଟେକି ଧରିଛନ୍ତି। ତାଙ୍କ ଆଗରେ ରହିଛି କରୋନା ଭାଇରସ। ସେହି କରୋନା ଭାଇରସ ଚାରିପଟୁ ଗଣେଶ ବାହାନ ମୂଷାମାନେ ଘେରି ଆକ୍ରମଣ କରୁଛନ୍ତି।ଏହି ପରି ଥିମ୍ ରେ ମୂର୍ତ୍ତି ନିର୍ମାଣ କରିବା ପାଇଁ ବର୍ତ୍ତମାନ ଗଣେଶ ମଣ୍ଡପ କମିଟ ବେଶ ଆଗ୍ରହ ପ୍ରକାଶ କରୁଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ସବୁଠାରୁ ଶକ୍ତିଶାଳୀ ଚୁମ୍ବକ ତିଆରି କରିବ ଭାରତ: ମୋଦି ସରକାରଙ୍କ ବଡ଼ ଯୋଜନା

March 20, 2026

ପଖାଳ ଦିବସ ଅବସରରେ ଓଡ଼ିଆ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 20, 2026

ପୁଣି ଥରେ ସୁନା ଏବଂ ରୂପା ମୂଲ୍ୟରେ ବୃଦ୍ଧି: ଜାଣନ୍ତୁ ଆଜିର ଦର

March 20, 2026

କେରଳରେ କେତେ ଆସନ ଜିତିବ ବିଜେପି?: ଆଶ୍ଚର୍ଯ୍ୟ ହେବେ ଶଶି ଥରୁରଙ୍କ ଉତ୍ତର ଶୁଣି

March 20, 2026
Latest News

ସବୁଠାରୁ ଶକ୍ତିଶାଳୀ ଚୁମ୍ବକ ତିଆରି କରିବ ଭାରତ: ମୋଦି ସରକାରଙ୍କ ବଡ଼ ଯୋଜନା

March 20, 2026

ପଖାଳ ଦିବସ ଅବସରରେ ଓଡ଼ିଆ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 20, 2026

ପୁଣି ଥରେ ସୁନା ଏବଂ ରୂପା ମୂଲ୍ୟରେ ବୃଦ୍ଧି: ଜାଣନ୍ତୁ ଆଜିର ଦର

March 20, 2026

କେରଳରେ କେତେ ଆସନ ଜିତିବ ବିଜେପି?: ଆଶ୍ଚର୍ଯ୍ୟ ହେବେ ଶଶି ଥରୁରଙ୍କ ଉତ୍ତର ଶୁଣି

March 20, 2026

ଦ୍ୱିତୀୟ ଦିନ ସକାଳ ୧୦ଟା ସୁଦ୍ଧା ସମସ୍ତ ରେକର୍ଡ ଭାଙ୍ଗିଲା ‘ଧୁରନ୍ଧର ୨’: ଅତିକ୍ରମ କଲା ୧୫୦ କୋଟି

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.