ଭୁବନେଶ୍ବର : ରାଜ୍ୟରେ ଆଜି କରୋନା ସଂକ୍ରମଣରେ ଆଉ 10 ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଓ ରାୟଗଡା ଜିଲ୍ଲାରୁ ସର୍ବାଧିକ 3 ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ ଗଜପତିରୁ 2ଜଣ ଓ କଳାହାଣ୍ଡି ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ।
ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 207କୁବୃଦ୍ଧି ପାଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 106କୁ ବୃଦ୍ଧି ହୋଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟସଂଖ୍ୟା 29କୁ ବୃଦ୍ଧି ହୋଇଥିବାବେଳେ ଗଜପତିରେ 13, କଳାହାଣ୍ଡିରେ ମୃତ୍ୟୁ ସଂଖ୍ୟା2କୁ ବୃଦ୍ଧି ହୋଇଛି ।
Tags: